ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବାକୁ ହେଲେ ଭାରତୀୟ ଦଳରେ ଏହି ୩ଟି ବଡ ପରିବର୍ତ୍ତନ କରିବାକୁ ପଡିବ,ଜାଣନ୍ତୁ ପୁରା ସୂଚନା

ଭାରତୀୟ ଦଳ ଏଥର ଟି-୨୦ ବିଶ୍ୱକପ୍ ଜିତିବା ମାମଲାରେ ପ୍ରବଳ ଦାବିଦାର ଅଟେ,କାରଣ ଏବେ ଭାରତୀୟ ଦଳରେ ବହୁତ ଧୁଆଁଧାର ଖେଳାଳି ଉପଲବ୍ଧ|କ୍ରିକେଟ ପଣ୍ଡିତଙ୍କ ମାନିବା ଅନୁସାରେ ଏହି ସମୟରେ କ୍ୟାପଟେନ କୋହଲିଙ୍କ ଦଳର ବେଞ୍ଚ ଷ୍ଟ୍ରେଙ୍ଗଥ୍ ଦୁନିଆର ସମସ୍ତ ଦଳଠାରୁ ମଜଭୁତ|

ଯଦିଓ ଏବେକାର ପ୍ରଦର୍ଶନ କଥା ଦେଖିବା ଏତେ ତଗଡା ଓ ମଜ୍ଜବୁତ ଦଳ ହେବା ପରେ ମଧ୍ୟ ଭାରତୀୟ ଦଳର ଠିକ୍ କମ୍ବିନେସନ ହୋଇପାରୁନାହିଁ,ଯାହାଫଳରେ ଖେଳାଳି ମାନଙ୍କ ମଧ୍ୟରେ ଠିକ୍ ତାଳମେଳ ରହୁନାହିଁ|ଯଦି ଭାରତୀୟ ଦଳରେ ମହଜ୍ଜୁଦ ଖେଳାଳିଙ୍କ ସହ ତାଳମେଳ ବସାଇବା ପାଇଁ ଯଦି କିଛି ପରିବର୍ତ୍ତନ କରାଯାଏ ତେଵେ କୈାଣସି ପ୍ରତିଦ୍ବନ୍ଦୀ ଦଳ ଭାରତୀୟ ଦଳକୁ ଟି-୨୦ ବିଶ୍ୱକପ୍ ଜିତିବାରୁ ଅଟକାଇ ପାରିବ ନାହିଁ|

ଏଥିରେ ମୁଁ ଆପଣଙ୍କୁ ୩ ଏମିତି ପରିବର୍ତ୍ତନ ବିଷୟରେ କହିବି ଯାହା ଯଦି କୋହଲି ବିଶ୍ୱକପ୍ ପୂର୍ବରୁ କରନ୍ତି ତେବେ ଅତ୍ୟନ୍ତ ଫଳପ୍ରଦ|

ଏହି ସମୟରେ ଭାରତୀୟ ଦଳ ପାଖରେ ଟପ୍ ଅର୍ଡରରେ ଦୁନିଆର ସବୁଠାରୁ ଆକ୍ରମଣାତ୍ମକ ଓ ଧମକାଦାର ବ୍ୟାଟ୍ସମ୍ୟାନ୍ ଦଳ ମହଜ୍ଜୁଦ ରହିଛି|ଏଥିରେ ଟି-୨୦ର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ କେ ଏଲ ରାହୁଲ ଅଛନ୍ତି,ତାଙ୍କ ସହ ଛୋଟ ଫର୍ମାଟର ମାଷ୍ଟର କ୍ଲାସ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଓ ଦଳର ଅଧିନାୟକ ବିରାଟ କୋହଲି ଭଳି ବ୍ୟାଟ୍ସମ୍ୟାନ୍ ରହିଛନ୍ତି|ଏହାସହ ଯୁବ ଓ ନିର୍ଭିକ ବ୍ୟାଟ୍ସମ୍ୟାନ୍ ଇଶାନ କିଶାନ ଓ ଦିଗ୍ଗଜ ଶିଖର ଧାୱନ ଭଳି ଧୁରନ୍ଧର ବ୍ୟାଟ୍ସମ୍ୟାନ୍ ରହିଛନ୍ତି|

ଏଠାରେ ଯେତେକ ବ୍ୟାଟ୍ସମ୍ୟାନ୍ ଅଛନ୍ତି,ଏମିତି ବ୍ୟାଟ୍ସମ୍ୟାନ୍ ଯେଉଁମାନେ ଏକା ବିରୋଧୀ ଦଳକୁ ଧରାଶାୟୀ କରିପାରିବେ,କିନ୍ତୁ ଏହି ଧୁରନ୍ଧର ବ୍ୟାଟ୍ସମ୍ୟାନ୍ ଥାଇ ମଧ୍ୟ ଭାରତୀୟ ଦଳ ପୂର୍ବ ୩ ମ୍ଯାଚରେ ପାୱାର ପ୍ଲେ ରେ ବିଫଳ ହୋଇଥିଲା|ଇଂଲଣ୍ଡ ବିରୁଦ୍ଧରେ ଏହି ପାୱାର ପ୍ଲେ ରେ ଭାରତୀୟ ଦଳ ଯଥାକ୍ରମେ ୨୨,୫୦,୨୪ ଭଳି ଖରାପ ସ୍କୋର କରିଥିଲେ|

ଏମିତିରେ ୨୦୨୧ ଶେଷରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଏହି ବ୍ୟାଟ୍ସମ୍ୟାନ ମାନଙ୍କ ଉପରେ ଭରସା କରି ଆତ୍ମବିଶ୍ବାସ ବଢାଇବା ସହ ଠିକ୍ ତାଳମେଳ ରଖିବାକୁ ହେବ ଯାହାଫଳରେ ଦଳ ପାୱାର ପ୍ଲେ ରେ ଅଧିକରୁ ଅଧିକ ସ୍କୋର କରିପାରିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *