୨୨ ବର୍ଷୀୟ ଯୁବ ଦ୍ରୁତ ବୋଲର ମହେନ୍ଦ୍ର ସିଂ ଧୋନିଙ୍କୁ କରିଲା କ୍ଲିନ ବୋଲ୍ଡ ,ଭାଇରାଲ ହେଉଛି ଏହି ଭିଡିଓ

ଭାରତୀୟ ପ୍ରିମିୟର ଲିଗର ପ୍ରସ୍ତୁତି ଜୋରସୋରରେ ଚାଲିଛି|ମହେନ୍ଦ୍ର ସିଂ ଧୋନି ଅଧିନାୟକ ଥିବା ଦଳ ଚେନ୍ନାଇ ସୁପରକିଙ୍ଗ୍ସର ଟ୍ରେନିଂ କ୍ୟାମ୍ପ ଚାଲୁଅଛି|ସିଏସକେ ଟ୍ରେନିଂ କ୍ୟାମ୍ପର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି,ଯେଉଁଥିରେ ଦଳର ଅଧିନାୟକ ୨୨ ବର୍ଷୀୟ ଯୁବ ଦ୍ରୁତ ବୋଲରଙ୍କୁ ସାମ୍ନା କରିନପାରି କ୍ଲିନ ବୋଲ୍ଡ ହେଉଛନ୍ତି|

ଚେନ୍ନାଇ ସୁପରକିଙ୍ଗ୍ସର ଖେଳାଳି ଏହି ସମୟରେ ଚେନ୍ନାଇରେ ପ୍ରାକ୍ଟିସ କ୍ୟାମ୍ପରେ ଆଇପିଏଲ ୨୦୨୧ର ପ୍ରସ୍ତୁତି କରୁଛନ୍ତି|ଏହା ମଧ୍ୟରେ ଚେନ୍ନାଇର ଅଧିନାୟକ ଧୋନିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚିତ,ଯେଉଁଥିରେ ୨୨ବର୍ଷୀୟ ଦ୍ରୁତ ବୋଲର ହରିଶଙ୍କର ରେଡ୍ଡୀଙ୍କ ବଲରେ ସିଧା କ୍ଲିନ ବୋଲ୍ଡ ହେଉଛନ୍ତି ଫଳରେ ଷ୍ଟମ୍ପ ବହୁ ଦୂରରେ ପଡୁଛି|

ଆଇପିଏଲ ୨୦୨୧ ନିଲାମୀରେ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଲକ୍ଷ ବେସ ପ୍ରାଇସରେ ହରିଶଙ୍କର ରେଡ୍ଡୀଙ୍କୁ କିଣି ନିଜ ଦଳରେ ସାମିଲ କରିଥିଲେ|ପଡ଼ିଆରେ ଅଭ୍ୟାସ ସମୟରେ ବୋଲର ପୁରା ଲୟରେ ଥିଲା ଭଳି ଜଣାଯାଉଛି|

ହରିଶଙ୍କର ରେଡ୍ଡୀ ୨୦୧୮ ମସିହାରେ ଟି-୨୦ କ୍ରିକେଟରେ ଆନ୍ଧ୍ର ପ୍ରଦେଶ ଦଳ ପାଇଁ ଖେଳିଥିଲେ,କିନ୍ତୁ ଏବେ ପ୍ରଥମ ଥର ପାଇଁ ତାଙ୍କୁ ଆଇପିଏଲରେ କିଣାଯାଇଛି|ଏପର୍ଯ୍ୟନ୍ତ ସେ ୧୩ ଟି ଟି-୨୦ ମ୍ୟାଚ ଓ ୫ଟି ଲିଷ୍ଟ ଏ ମ୍ୟାଚ ଆନ୍ଧ୍ର ଦଳ ପାଇଁ ଖେଳିକି ୨୭ଟି ୱିକେଟ ନେଇଛନ୍ତି|କହିରଖେ ଯେ ଆଇପିଏଲ ୨୦୨୧ର ଆରମ୍ଭ ୯ ଅପ୍ରେଲରୁ ହେବ,ଯେଉଁଥିରେ ୧୦ ଅପ୍ରେଲକୁ ଚେନ୍ନାଇର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭ ମ୍ୟାଚ ଖେଳାଯିବ|

ରିଟେନ ଖେଳାଳି:ଡ୍ୱନ ବ୍ରାଭୋ,ଫାଫ ଡୁ ପ୍ଲେସିସ,ଏମ ଏସ ଧୋନି,କେ ଏମ୍ ଆସିକ୍,ଇମରାନ ତାହିର,କର୍ଣ ଶର୍ମା,ମିଚେଲ ସେଣ୍ଟନର,ଆରସାଇ କିଶୋର,ଲୁଙ୍ଗି ଏନଗିଡି, ରବୀନ୍ଦ୍ର ଜାଡେଜା,ନାରାୟଣ ଜଗଦିଶନ,ଋତୁରାଜ ଗାୟକୱଡ,ଜୋଶ ହେଜଲଉଡ୍,ଅମ୍ବାତି ରାୟୁଡୁ,ଦୀପକ ଚହର,ଶାର୍ଦୁଲ ଠାକୁର,ସୈମ କରନ

କିଣା ଯାଇଥିବା ନୂଆ ଖେଳାଳି:ମୋଇନ ଅଲ୍ଲୀ (୭ କୋଟି),କେ ଗୈତମ (୯.୨୫ କୋଟି),ଚେତେଶ୍ୱର ପୂଜାରା(୫୦ ଲକ୍ଷ), ହରିଶଙ୍କର ରେଡ୍ଡୀ (୨୦ ଲକ୍ଷ),ଭଗତ ବର୍ମା(୨୦ ଲକ୍ଷ),ହର୍ଷ ନିଶାନ୍ତ (୨୦ ଲକ୍ଷ)

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *