୫୫ ଟଙ୍କା ଜମା କରି ପ୍ରତି ମାସରେ ପାଆନ୍ତୁ ୩ ହଜାର ଟଙ୍କା ପେନସନ, ନିଜ ପଡୋଶୀମାନଙ୍କୁ ମଧ୍ୟ ଏହି ବିଷୟରେ କୁହନ୍ତୁ

ଯଦି ଆପଣଙ୍କର ମାସିକ ଆୟ ୧୫ ହଜାର ଟଙ୍କାରୁ କମ ହୋଇଥାଏ ଏବଂ ବୟସ ୪୦ ବର୍ଷରୁ କମ ଅଟେ, ତେବେ ଆପଣ ମୋଦୀ ସରକାରଙ୍କ ଏହି ଯୋଜନାରେ ଯୋଗ ଦେଇ ବୃଦ୍ଧାବସ୍ଥାରେ ପ୍ରତିମାସରେ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ପାଇପାରିବେ | ଏହି ଯୋଜନାର ନାମ ‘ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା’ | ସରକାରଙ୍କ ଏହି ଯୋଜନା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଅଟେ |

କେନ୍ଦ୍ର ସରକାର ଏହି ଯୋଜନାର ଆରମ୍ଭ ୨୦୧୯ ମସିହାରେ କରିଥିଲେ | ସରକାରଙ୍କ ଲକ୍ଷ୍ୟ ହେଉଛି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଅସଂଗଠିତ କ୍ଷେତ୍ରର ଅତି କମରେ ୧୦ କୋଟି ଶ୍ରମିକ ଏବଂ କର୍ମଚାରୀମାନଙ୍କୁ ଏହି ଯୋଜନାର ଲାଭ ମିଳିପାରିବ | ସରକାରଙ୍କର ଏହା ଗ୍ୟାରେଣ୍ଟି ପେନସନ ସ୍କିମ ଅଟେ | ଏଥିରେ ଯୋଗ ଦେଇ ଆପଣ ୬୦ ବର୍ଷ ବୟସ ପରେ ପ୍ରତି ମାସରେ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ପାଇପାରିବେ |

ବାସ୍ତବରେ, ବୃଦ୍ଧାବସ୍ଥାରେ ଆର୍ଥିକ ସୁରକ୍ଷା ଦେବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି | ଏହି ଯୋଜନାରେ ଆପଣ ଯେତେ ପରିମାଣର ରାଶି ପ୍ରତି ମାସରେ ଜମା କରିବେ, ସେତିକି ପରିମାଣର ରାଶି ପ୍ରତିମାସରେ ସରକାର ମଧ୍ୟ ଆପଣଙ୍କ ପେନସନ ଖାତାରେ ଜମା କରିବେ | ଏହି ଯୋଜନାରେ ଯୋଗଦେବା ପାଇଁ ମାସିକ ଆୟ ୧୫,୦୦୦ ରୁ ଅଧିକ ହେବା ଉଚିତ ନୁହେଁ | ଯଦି ମାସିକ ଆୟ ୧୫ ହଜାରରୁ ଅଧିକ ହୋଇଥାଏ, ତେବେ ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେନାହିଁ |

କିଏ ହୋଇପାରିବ ଏହି ସ୍କିମର ଅଂଶ ?

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଦ୍ୱାରା ଯେକୌଣସି ଭାରତୀୟ ନାଗରିକ ଯୋଡି ହୋଇପାରିବେ, ଯେଉଁମାନଙ୍କର ବୟସ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହୋଇଥିବ | ଏହି ଯୋଜନା ବିଶେଷକରି ମେଡ, ମୋଚି, ଟେଲର୍ସ, ରିକ୍ସା ଚାଳକ, ଧୋବା ଏବଂ ଶ୍ରମିକମାନଙ୍କ ପାଇଁ ଆରମ୍ଭ କରାଯାଇଛି | ସରକାରୀ ଆକଳନ ଅନୁଯାୟୀ ଦେଶରେ ପ୍ରାୟ ୪୨ କୋଟି ଲୋକ ଅସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି |

ଯଦି ନିବେଶକଙ୍କ ବୟସ ୧୮ ବର୍ଷ ହୋଇଥାଏ, ତେବେ ତାଙ୍କୁ ଏହି ଯୋଜନାରେ ପ୍ରତି ମାସରେ ୫୫ ଟଙ୍କା, ୨୯ ବର୍ଷ ହୋଇଥିଲେ ପ୍ରତିମାସରେ ୧୦୦ ଟଙ୍କା ଏବଂ ୪୦ ବର୍ଷ ହୋଇଥିଲେ ପ୍ରତିମାସରେ ୨୦୦ ଟଙ୍କା ଜମା କରିବାକୁ ପଡିବ | ଯଦି ପେନସନ ପାଇବା ପୂର୍ବରୁ ହିତାଧିକାରୀଙ୍କର ମୃତ୍ୟୁ ହୋଇଯାଏ, ତେବେ ପେନ‌ସନ‌ର ୫୦ % ଅଂଶ ତାଙ୍କ ଜୀବନସାଥୀଙ୍କୁ ଦିଆଯିବ |

କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ହେବ ?

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ଖାତା ଖୋଲିବାପାଇଁ ମୁଖ୍ୟତଃ ତିନୋଟି ଡକ୍ୟୁମେଣ୍ଟ ଆବଶ୍ୟକ ହେବ | ଆଧାରକାର୍ଡ଼, IFSC ସହିତ ସେଭିଙ୍ଗ କିମ୍ବା ଜନଧନ ଆକାଉଣ୍ଟ ଏବଂ ବୈଧ ମୋବାଇଲ ନମ୍ବର ଆବଶ୍ୟକ | ଅସଂଗଠିତ ଶ୍ରମର କ୍ଷେତ୍ରରେ ବିଭିନ୍ନ ପ୍ରକାରର କାର୍ଯ୍ୟ ଏବଂ ବ୍ୟବସାୟ ହେବା କାରଣରୁ ସେମାନଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ଚିହ୍ନିବା ସବୁଠାରୁ ବଡ କଥା ଅଟେ |

ସଂଗଠିତ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି କିମ୍ବା ଇପିଏଫଓ, ନ୍ୟାସନାଲ ପେନସନ ସ୍କିମ(ଏନପିଏସ) କିମ୍ବା ରାଜ୍ୟ କର୍ମଚାରୀ ବୀମା ନିଗମ (ଇଏସଆଇସି) କିମ୍ବା ଆୟକର ଦେଉଥିବା ବ୍ୟକ୍ତିମାନେ ଏହି ସ୍କିମର ଲାଭ ନେଇପାରିବେ ନାହିଁ |

EPFO ର ୱେବସାଇଟରେ ବ୍ୟକ୍ତିକୁ ନିକଟସ୍ଥ କମନ ସର୍ଭିସ ସେଣ୍ଟରକୁ ଯିବାକୁ ପଡିବ | ଏହାବ୍ୟତୀତ ଭାରତୀୟ ଜୀବନ ବୀମା ନିଗମ (LIC) ର ଶାଖା, ରାଜ୍ୟ କର୍ମଚାରୀ ବୀମା ନିଗମ(ଇଏସଆଇସି),ଇପିଏଫ୍ଓ କିମ୍ବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଲେବର ଅଫିସରେ ଯାଇ ଆବେଦନ କରାଯାଇପାରିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *