ଭାରତ ବନାମ ଇଂଲଣ୍ଡ: ଥାର୍ଡ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିର ଶିକାର ହେଲେ ସୂର୍ଯ୍ୟକୁମାର, ସେହୱାଗ ସମେତ ଅନେକ ଲୋକ ଉଠାଇଲେ ପ୍ରଶ୍ନ,ଦେଖନ୍ତୁ ଭିଡ଼ିଓ ଆଉ କଣ କଣ ପ୍ରତିକ୍ରିୟା ଦେଇଛନ୍ତି ପଢନ୍ତୁ

ସୂର୍ଯ୍ୟକୁମାର ଯାଦବ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଥର ପାଇଁ ବ୍ୟାଟିଂ କରୁଥିବାବେଳେ ସାନଦାର ଇନିଂସ ଖେଳିଥିଲେ, କିନ୍ତୁ ସେ ତୃତୀୟ ଅମ୍ପାୟାର ବିରେନ୍ଦ୍ର ଶର୍ମାଙ୍କ ଭୁଲ ନିଷ୍ପତ୍ତିର ଶିକାର ହୋଇଥିଲେ। ଯଦି ସେ ଆଉଟ୍ ଦିଆଯାଇନଥାନ୍ତା, ତେବେ ଟିମ୍ ଇଣ୍ଡିଆ ପାଇଁ ଅଧିକ ଲାଭଦାୟକ ପ୍ରମାଣିତ ହୋଇଥାନ୍ତେ।

ପ୍ରଥମ ବଲରୁ ଛଅ:-

ସୂର୍ଯ୍ୟକୁମାର ଯାଦବ ତାଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ବଲରେ ଏକ ବିରାଟ ଛକା ମାରିଥିଲେ। ବୋଲର ଜୋଫ୍ରା ଆର୍ଚର ମଧ୍ୟ ସୂର୍ଯ୍ୟଙ୍କ ଆତ୍ମବିଶ୍ୱାସ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ ଏହି ସିରିଜର ଦ୍ୱିତୀୟ ମ୍ୟାଚରେ ଡେବ୍ୟୁ କରିଥିଲେ କିନ୍ତୁ ଦୁର୍ଭାଗ୍ୟବଶତରେ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳିନଥିଲା।

ସୂର୍ଯ୍ୟଙ୍କର ପଚାଶ:-

ସୁର୍ଯ୍ୟକୁମାର ଯାଦବ ୩୧ଟି ବଲରେ ୬ଟି ଚୌକା ଓ ୩ଟି ଛକା ସହାୟତାରେ ଚମତ୍କାର ୫୭ରନର ଇଂସନ ଖେଳିଥିଲେ। ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଥର ପାଇଁ ବ୍ୟାଟିଂ କରିବା ସହ ପ୍ରମାଣ କରିଛନ୍ତିଯେ, ଭାରତୀୟ ଦଳରେ ଏକ ଦୀର୍ଘ କ୍ୟାରିୟର କରିବାକୁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ତୃତୀୟ ଅମ୍ପାୟାର ଏକ ଭୁଲ କରିଥିଲେ:-

ଯେତେବେଳେ ସୂର୍ଯ୍ୟକୁମାର ଏକ ବଡ଼ ଇନିଂସ ଆଡକୁ ଯାଉଥିଲେ,ସେତେବେଳେ ତାଙ୍କୁ ତୃତୀୟ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିରେ ଭୋଗିବାକୁ ପଡ଼ିଥିଲା। ସୂର୍ଯ୍ୟ ଯେତେବେଳେ ସେମ କୁରନଙ୍କୁ ଫାଇନ ଲେଗରେ ଏକ ହିଟ ମାରିଥିଲେ ସେତେବେଳେ ଡେଭିଡ ମଲାନ ଡାଇଭ ମାରି କ୍ୟାଚ ଧରିନେଇଥିଲେ। ରିପ୍ଲେରେ ବଲ ସ୍ପଷ୍ଟ ଭାବରେ ଭୂମିକୁ ସ୍ପର୍ଶ କରୁଥିବାର ଦେଖାଯାଇଥିଲା, କିନ୍ତୁ ଟିଭି ଅମ୍ପାୟାର ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ।

ସେଲିବ୍ରିଟିମାନେ ପ୍ରଶ୍ନ କରିଛନ୍ତି:-

ବିରେନ୍ଦ୍ରର ସେହୱାଗ ତାଙ୍କ ଶୈଳୀରେ ତୃତୀୟ ଅମ୍ପାୟାରଙ୍କୁ ଟ୍ରୋଲ କରିଥିଲେ। ୱାସିମ ଜାଫର ଏଭଳି ନିଷ୍ପତ୍ତିକୁ ବିରୋଧ କରିଥିଲେ, ଏବଂ ଏଥିରେ ବଲିଉଡ ଅଭିନେତା ରଣବୀର ସିଂ ମଧ୍ୟ କହିଛନ୍ତିଯେ, ବଲଟି ଗ୍ରାଉଣ୍ଡରେ ଥିଲା। ଏହା ବ୍ୟତୀତ ଅନେକ କ୍ରିକେଟ୍ ପ୍ରଶଂସକ ଅମ୍ପାୟାରଙ୍କୁ ଗାଳିଗୁଲଜ ମଧ୍ୟ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *