ଭାରତ-ଇଂଲଣ୍ଡ:କ’ଣ ଅଟେ ଅମ୍ପାୟାରଙ୍କ ସଫ୍ଟ ସିଗ୍ନାଲ,ଯାହା ସୂର୍ଯ୍ୟ କୁମାର ଯାଦବଙ୍କୁ

ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ଚତୁର୍ଥ ଟି-୨୦ ମୁକାବିଲା ସମୟରେ ଅମ୍ପାୟାରଙ୍କର ଦୁଇ ଦୁଇଟି ଫଏସଲା ଚର୍ଚ୍ଚାରେ ରହିଛି|ଏହି ଦୁଇ ଫଏସଲା ସୂର୍ଯ୍ୟ କୁମାର ଯାଦବ ଓ ୱସିଙ୍ଗଟନ ସୁନ୍ଦର ଆଉଟ୍ ଦେବା ସହ ଜଡ଼ିତ|ଭାରତର ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଅମ୍ପାୟାରଙ୍କର ସଫ୍ଟ ସିଗ୍ନାଲ ଫଏସଲା ଆଧାରରେ ଆଉଟ୍ ଦିଆଗଲା|ଆଉଟ୍ ଦେବା ପ୍ରକ୍ରିୟାରେ ବହୁ ପ୍ରଶ୍ନ ଉଠିଛି|ଆସନ୍ତୁ ସଫ୍ଟ ସିଗ୍ନାଲ ବିଷୟରେ ଜାଣିବା ତଥା ଏହା କେବେ ଓ କେଉଁ କ୍ଷେତ୍ରରେ ବ୍ୟବହାର କରାଯାଏ ଜାଣିବା|

ଭାରତୀୟ ପାଳିର ୧୪ ତମ ଓଭରରେ ସୂର୍ଯ୍ୟ ଆଉଟ ହୋଇଥିଲେ|ସେ ସ୍ୟାମ କରନ ବଲରେ ସୁଇପ ମାରିଥିଲେ|ବଲ ସିଧାଡେଭିଡ ମଲାନଙ୍କ ପାଖକୁ ଗଲା|ସେ ଏହାକୁ କ୍ୟାଚ କରିଥିଲେ|ରିପ୍ଲେରେ ଲାଗୁଥିଲା ଯେ ବଲ ମାଟି ଛୁଇଁଛି କିନ୍ତୁ କୈାଣସି କାରଣରୁ ତୃତୀୟ ଅମ୍ପାୟାର ପଡିଆ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଆଉଟ୍ ଦେଲେ|ପଡିଆ ଅମ୍ପାୟାର ସଫ୍ଟ ସିଗ୍ନାଲରେ ଆଉଟ୍ ଦେଇଥିଲେ|ଏହା ଫଳରେ ସେ ଆଉଟ୍ ହୋଇ ବଡ ସ୍କୋର କରିବାରୁ ବଞ୍ଚିତ ହୋଇଥିଲେ|

ପୁଣି ଶେଷ ଓଭରରେ ୱସିଙ୍ଗଟନ୍ ସୁନ୍ଦରଙ୍କ ଆଉଟ ହେବାର କାରଣ ଏହି ସଫ୍ଟ ସିଗ୍ନାଲ|କିନ୍ତୁ ରିପ୍ଲେ ରେ ଦେଖାହେଲା ଯେ ଆଦିଲ ରସିଦଙ୍କ ଗୋଡ କ୍ୟାଚ ନେବା ସମୟରେ ବାଉଣ୍ଡ୍ରି ଛୁଇଁଥିଲା|ଏହାକୁ ମଧ୍ୟ ପଡିଆ ଅମ୍ପାୟାର ଆଉଟ୍ ଦେଇଥିଲେ|ଏମିତିରେ ଫଏସଲା ପଲଟେଇବା ସାଧାରଣ ନୁହେଁ କାରଣ ପର୍ଯ୍ୟାପ୍ତ ପ୍ରମାଣ ନାହିଁ|

ଯଦି ଅମ୍ପାୟାର କୈାଣସି ଫଏସଲାକୁ ନେଇ ନିଶ୍ଚିତ ନାହିଁ ତେଵେ ତୃତୀୟ ଅମ୍ପାୟାରକୁ ଦେଖିକି ସଫ୍ଟ ସିଗ୍ନାଲ ଦେଇଥାଏ|ଏହା ଆଉଟ୍ ଵା ନଟ ଆଉଟ୍ ହୋଇଥାଏ|ଯଦି ତୃତୀୟ ଅମ୍ପାୟାର ମଧ୍ୟ ନିଷ୍ପତ୍ତି ନେଵାରେ କଠିନ ହୁଏ ତେଵେ ଏ କ୍ଷେତ୍ରରେ ପଡିଆ ଅମ୍ପାୟାରର ନିଷ୍ପତ୍ତି ସଫ୍ଟ ସିଗ୍ନାଲ ମାଧ୍ୟମରେ ହୋଇଥାଏ|ଏହା ଆଣିବାର ମୁଖ୍ୟ ଉଦ୍ଦେଶ୍ୟ ୨-ଡି ରେ ସଫା ଭିଜୁଆଲ ଆସିନଥାଏ|ଏଥିପାଇଁ ସାଧାରଣତଃ ଥାର୍ଡ ଅମ୍ପାୟାର ପଡିଆ ଅମ୍ପାୟାର ନିଷ୍ପତ୍ତି ସହ ସହମତ ହୋଇଥାଏ|

ଏଵେ ଏହି ନିୟମ ପରିବର୍ତ୍ତନ ପାଇଁ ଦାବି ଉଠୁଛି|ଏହାକୁ ଵନାଇଥିବା ସଂସ୍ଥା ମେଲବୋର୍ଣ୍ଣ କ୍ରିକେଟ କ୍ଲଵ କହିଛନ୍ତି ଯେ ୩୦ ଗଜ ଭିତରେ ଏହା ବହୁତ ଲାଭଦାୟକ|କିନ୍ତୁ ବାଉଣ୍ଡ୍ରି ପାଖ କ୍ୟାଚ ଅମ୍ପାୟାରକୁ ଦେଖାଯାଏ ନାହିଁ|ତେଣୁ ଏଥିରେ ତୃତୀୟ ଅମ୍ପାୟାରକୁ ନିଷ୍ପତ୍ତି ପାଇଁ ପଠାଯାଏ|ଅମ୍ପାୟାର ବଲକୁ ଦେଖିନି ବୋଲି ଟିଭି ଅମ୍ପାୟାରକୁ ଇସାରା କରନ୍ତୁ ବୋଲି ପ୍ରସ୍ତାବ ରଖାଯାଇଛି|ଏହାଫଳରେ ଏଥିରେ ଦିଆଯାଉଥିବା ଆଉଟ୍ ଓ ନଟ ଆଉଟ୍ ଉପରେ ହଙ୍ଗାମା କମିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *