ସୂର୍ଯ୍ୟ କୁମାର ଯାଦବଙ୍କର ଆଉଟକୁ ନେଇ ବଢ଼ିଲା ସମସ୍ୟା

ପ୍ରଥମଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ ଇଣ୍ଡିଆ ଦଳର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟ କୁମାର ଯାଦବ। ଇଂଲଣ୍ଡ ବିପକ୍ଷରେ ୪ର୍ଥ ଟି-୨୦ ଟେଷ୍ଟ ମ୍ୟାଚରେ ୫୭ ରନର ଇନିଂସ ଖେଳି ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପାଇଥିଲେ।

କିନ୍ତୁ, ଏହି ମ୍ୟାଚରେ ତାଙ୍କର ଆଉଟକୁ ନେଇ ସମସ୍ୟା ଦେଖା ଦେଇଛି। ପୂର୍ବତନ କ୍ରିକେଟରଙ୍କ ପାଖରୁ ଆରମ୍ଭ କରି ଖେଳ ସାମ୍ବାଦିକ ଓ ସୋସିଆଲ ମିଡ଼ିଆ ପର୍ଯ୍ୟନ୍ତ ସୁର୍ଯ୍ୟ କୁମାର ଯାଦବଙ୍କର ଆଉଟକୁ ନେଇ ଅମ୍ପେୟାର ଓ ଆଇସିସି ଉପରେ ପ୍ରଶ୍ନ ଉଠାଇଛନ୍ତି। ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଫିଲ୍ଡ ଅମ୍ପେୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି।

ଇଣ୍ଡିଆ ଇନିଂସର ୧୩ ତମ ଓଭରରେ ସୂର୍ଯ୍ୟ କୁମାରଙ୍କ ବିପକ୍ଷରେ ବୋଲିଁ କରିବାକୁ ଇଂଲଡ ଦଳର ବୋଲର ସାମ କୁରାନ ଆସିଥିଲେ। ସେହି ଓଭରର ପ୍ରଥମ ବଲରେ ସୂର୍ଯ୍ୟ କୁମାର ଛକା ମା-ରିଥିଲେ। ଆଉ ଦ୍ୱିତୀୟ ବଲରେ ଛକା ମା-ରିବା ପାଇଁ ଫାଇନ୍ ଲେଗ ଉପରେ ଖେଳିଥିଲେ। ଆଉ ବଲଟି ବାଉଣ୍ଡରୀ ଆଡ଼କୁ ଯାଉଥିବା ସମୟରେ ଇଂଲଣ୍ଡ ଦଳର ଫିଲ୍ଡର ଡାୱିଡ ମଲାନ ଡ୍ରାଇଭ୍ ମାରି କ୍ୟାଚ୍ ଧରିଥିଲେ

ଡାୱିଡ ମଲାନ ଧରିଥିବା କ୍ୟାଚ୍ ତଳେ ମାଡ଼ ହୋଇଛି କି ନାହିଁ ସେହି କଥା ଜାଣିବାପାଇଁ ଫିଲ୍ଡ ଅମ୍ପେୟାର ଥାର୍ଡ ଅମ୍ପେୟାରଙ୍କ ସାହାର୍ଯ୍ୟ ନେଇଥିଲେ। କିନ୍ତୁ ଥାର୍ଡ ଅମ୍ପେୟାରଙ୍କ ନିଷ୍ପତ୍ତି ପୂର୍ବରୁ ସଫ୍ଟ ସିଗ୍ନାଲ ଅନୁସାରେ ଫିଲ୍ଡ ଅମ୍ପେୟାର ଆଉଟ ଦେଇ ଦେଇଥିଲେ। କିନ୍ତୁ,ଥାର୍ଡ ଅମ୍ପେୟାର ବାରମ୍ବାର କ୍ୟାଚକୁ ଦେଖିବା ପରେ ମଧ୍ୟ ବଲଟି ସିଧା ମଲାନଙ୍କ ହାତରେ ପଡ଼ିଛି ନା ସେ ଧରିଲା ସମୟରେ ବଲଟି ତଳେ ମାଡ଼ ହୋଇଛି, ସେକଥା ନିର୍ଣ୍ଣୟ କରିପାରି ନଥିଲେ।

ଶେଷରେ ଥାର୍ଡ ଅମ୍ପେୟାର କୌଣସି ନିଷ୍ପତ୍ତି ନ ଦେଇପାରିବାରୁ ଫିଲ୍ଡ ଅମ୍ପେୟାରଙ୍କ ନିଷ୍ପତ୍ତି ସହ ସହମତି ଦେଇଥିଲେ। କିନ୍ତୁ,ରିପ୍ଲେରୁ ଜଣାପଡ଼ୁଥିଲା ଯେ, ବଲର କିଛି ଅଂଶ ମାଟିକୁ ଛୁଇଁଥିଲା। ଏହି ସମୟରେ ମଲାନଙ୍କ ଆଙ୍ଗୁଳି ମଧ୍ୟ ବଲ ତଳେ ନଥିଲା। ତଥାପି ଫିଲ୍ଡ ଅମ୍ପେୟାର ଓ ଥାର୍ଡ ଅମ୍ପେୟାର କେମିତି ସୂର୍ଯ୍ୟ କୁମାର ଯାଦବଙ୍କୁ ଆଉଟ ଦେଲେ,ତା’କୁ ନେଇ ବି-ବାଦ ଉପୁଜିଛି।

ସେହିପରି ଦେଖିବାକୁ ଗଲେ ଯଦି ଥାର୍ଡ ଅମ୍ପେୟାର କୌଣସି ନିଷ୍ପତ୍ତି ନେଇପାରିଲେ ନାହିଁ, ତାହେଲେ ବେନିଫିଟ ଅଫ ଡାଉଟ ନିଷ୍ପତ୍ତି ଅନୁସାରେ ବ୍ୟାଟସମ୍ୟାନଙ୍କ ସପକ୍ଷରେ ଯିବା କଥା। କିନ୍ତୁ, ଥାର୍ଡ ଅମ୍ପେୟାର ଫିଲ୍ଡ ଅମ୍ପେୟାରଙ୍କ ଆଉଟ ଦେଇଥିବାରୁ ସେହି ନିଷ୍ପତ୍ତି ଉପରେ ଯାଇଥିଲେ।

ନିୟମ ଅନୁଯାୟୀ, ଯଦି ଥାର୍ଡ ଅମ୍ପେୟାର କୌଣସି ଘଟ-ଣାରେ ଉପଯୁକ୍ତ ନିର୍ଣ୍ଣୟ ନେଇପାରିବେ ନାହିଁ, ତା’ହେଲେ ଫିଲ୍ଡ ଅମ୍ପେୟାର ଦେଇଥିବା ନିଷ୍ପତ୍ତିରେ ସହମତି ରଖିବେ। ଗତକାଲି ମ୍ୟାଚରେ ମଧ୍ୟ ସମାନ ଘ-ଟଣା ଦେଖାଯାଇଥିଲା।

ଏହି ଆଉଟ ପାଇଁ ଆଇସିସିର ସଫ୍ଟ ସିଗ୍ନାଲ ନିୟମ ଉପରେ ପ୍ରଶ୍ନ ଉଠାଯାଇଛି। ବୀରେନ୍ଦ୍ର ସେହ୍ୱାଗଙ୍କ ଠାରୁ ଆରମ୍ଭ କରି ୱାସିମ ଜାଫର,ଗ୍ରେମ ସ୍ୱାନ ଓ ଷ୍ଟୁଆର୍ଟ ବ୍ରଡଙ୍କ ଭଳି ଖେଳାଳିମାନେ ଅମ୍ପେୟାରଙ୍କର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଆଉ ସାଧାରଣ ସୋସିଆଲ ମିଡ଼ିଆ ବ୍ୟବହାର କାରି ଅମ୍ପେୟାରଙ୍କୁ ନିଲ-ମ୍ବିତ କରିବା ପାଇଁ ଦା-ବି ମଧ୍ୟ କରିଛନ୍ତି।

କ୍ରୀଡା ସାମ୍ୱାଦିକ ବିକ୍ରାନ୍ତ ଗୁପ୍ତା ଟୁଇଟରରେ ଟ୍ୱିଟ କରି କହିଛନ୍ତି ଯେ,”ଅମ୍ପେୟାରଙ୍କୁ ବହିଷ୍କାର କର। ଯଦି ସୂର୍ଯ୍ୟ କୁମାର ଯାଦବ ଆଉଟ ତାହେଲେ ଆମେ କ୍ରିକେଟର ସମସ୍ତ ନିୟମ ବଦଳାଇ ଦେବା ଉଚିତ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *