ପୁରୁଣା ଗାଡ଼ିର ଆରସି ନବୀକରଣ ପାଇଁ ଦେବାକୁ ପଡ଼ିବ ୮ ଗୁଣା ଟଙ୍କା

ଦେଶରେ ଆସନ୍ତା ଅକ୍ଟୋବର ମାସ ଠାରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିର ଆରସି ନବୀକରଣ ପାଇଁ ୮ ଗୁଣା ଟଙ୍କା ଦେବାକୁ ପଡିବ।ଆସନ୍ତା ଅକ୍ଟୋବର ମାସରେ ଆସୁଥିବା ଏହି ବର୍ଗର କାର ଗୁଡ଼ିକର ଆରସି ନବୀକରଣ ପାଇଁ ୫ ହଜାର ଟଙ୍କା ଦେବାକୁ ପଡ଼ିବ। ଆଉ ଏବେ ଆରସି ନବୀକରଣ ପାଇଁ ୬୦୦ ଟଙ୍କା ଦେବାକୁ ପଡ଼ୁଛି।

ସେହିପରି ଭାବରେ ୧୫ ବର୍ଷର ପୁରୁଣା ବାଇକ ପାଇଁ ୧୦୦୦ ଟଙ୍କା ଦେବାକୁ ପଡିବ। ଆଉ ଏବେ ପୁରୁଣା ବାଇକ ପାଇଁ ୩ଶହ ଟଙ୍କା ଦେବାକୁ ପଡ଼ୁଛି। ଅନ୍ୟ ପାର୍ଶ୍ବରେ ୧୫ ବର୍ଷର ପୁରୁଣା ଟ୍ରକ କିମ୍ବା ବସର ଫିଟନେସ ନବୀକରଣ ବାବଦକୁ ୧୨,୫୦୦ ଟଙ୍କା ଦେବାକୁ ପଡିବ। ଯାହାକି, ବର୍ତ୍ତମାନର ଫି ଠାରୁ ୨୧ ଗୁଣା ଅଧିକ।

୩ ଚକିଆ ଯାନର ପଞ୍ଜିକରଣ ୬୦୦ ଟଙ୍କା ଥିବାବେଳେ ନବୀକରଣ ପାଇଁ ୨,୫୦୦ ଟଙ୍କା ପୈଠ କରିବାକୁ ରଖାଯାଇଛି। ଆଉ ବିଦେଶକୁ ଯାଉଥିବା ବଡ଼ ଗାଡ଼ିର ପଞ୍ଜିକରଣ ବାବଦକୁ ୫୦୦୦ ଟଙ୍କା ଏବଂ ନବୀକରଣ ବାବଦକୁ ୪୦,୦୦୦ ଟଙ୍କା ଦେବାକୁ ପଡିବ।

Google

ନୂଆ ଫିଟନେସ ପ୍ରମାଣପତ୍ର ନିୟମ –

ବାଇକ ପାଇଁ ନୂଆ ଫିଟନେସ ବାବଦକୁ ୫୦୦ ଟଙ୍କା ରଖାଯାଇଥିବା ସମୟରେ ନବୀକରଣ ପାଇଁ ୧ ହଜାର ଟଙ୍କା ଦେବାକୁ ପଡ଼ିବ। ୩ ଚକିଆ ଯାନ ପାଇଁ ଫିଟନେସ ବାବଦକୁ ୧୦୦୦ ଟଙ୍କା ଏବଂ ନବୀକରଣ ପାଇଁ ୩,୫୦୦ ଟଙ୍କା ପୈଠ କରିବାକୁ ପଡ଼ିବ। ଟ୍ୟାକ୍ସି ଓ କ୍ୟାବ ପାଇଁ ଫିଟନେସ ବାବଦକୁ ୧୦୦୦ ଟଙ୍କା ଓ ନବୀକରଣ ବାବଦକୁ ୭୦୦୦ ଟଙ୍କା ଦେବାକୁ ପଡିବ। ମିଡିୟମ ପାସେଞ୍ଜର ଗାଡ଼ିର ଫିଟନେସ ବାବଦକୁ ୧,୩୦୦ ଶହ ଟଙ୍କା ଓ ନବୀକରଣ ବାବଦକୁ ୧୦,୦୦୦ ଟଙ୍କା ଦେବାକୁ ପଡିବ। ବଡ ପ୍ୟାସେଞ୍ଜର ଗାଡ଼ିର ଫିଟନେସ ବାବଦକୁ ୧,୫୦୦ ଶହ ଟଙ୍କା ଏବଂ ନବୀକରଣ ବାବଦକୁ ୧୨,୫୦୦ ଶହ ଟଙ୍କା ଦେବାକୁ ପଡିବ।ଏହି ନବୀକରଣ ନିୟମ କେବଳ ୧୫ ବର୍ଷରୁ ଉର୍ଦ୍ଧ୍ଵ ପୁରୁଣା ଗାଡ଼ିଗୁଡ଼ିକ ପାଇଁ ଲାଗୁ ହେବ।

Google

ବିଳମ୍ବ କରିଲେ ଆଦାୟ ହେବ ଜୋରିମାନା –

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଆରସି ନବୀକରଣ ପାଇଁ ଏପରି ବର୍ଦ୍ଧିତ ଫି’ ଧାର୍ଯ୍ୟ କରିଛନ୍ତି। ଏହାର ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରିବା ସରିଛି। ଭେଇକିଲ ସ୍କ୍ରାପେଜ ପଲିସି ଅଧୀନରେ ଏପରି ବ୍ୟବସ୍ଥା କରାଯାଇଛି। ପ୍ରସ୍ତାବ ଅନୁସାରେ,ଘରୋଇ ଗାଡ଼ି ଗୁଡ଼ିକର ପଞ୍ଜୀକରଣରେ ବିଳମ୍ବ କଲେ ମାସିକ ୩୦୦ରୁ ୫ଶହ ଟଙ୍କା ଜୋରିମାନା ଲାଗୁ କରାଯିବ। ସେହିପରି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଗାଡ଼ିର ଫିଟନେସ ନବୀକରଣରେ ବିଳମ୍ବ କରିଲେ ଦୈନିକ ୫୦ ଟଙ୍କା ଫାଇନ ଦେବାକୁ ପଡ଼ିବ।

ସରକାର ପ୍ରଦୂଷଣ ଓ ପୁରୁଣା ଗାଡ଼ିକୁ ବନ୍ଦ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହି କାରଣ ପାଇଁ ଏହିପରି ବର୍ଦ୍ଧିତ ଫି’ ଲାଗୁ କରାଯାଇଛି। ଘରୋଇ ଗାଡ଼ିଗୁଡ଼ିକ ୧୫ ବର୍ଷ ପୁରୁଣା ହୋଇଗଲା ପରେ ପ୍ରତି ୫ ବର୍ଷରେ ଥରେ ଏହାର ଆରସିକୁ ନବୀକରଣ କରିବାକୁ ପଡ଼ିଥାଏ। ସେହିପରି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ଗାଡ଼ି ୮ ବର୍ଷ ପୁରୁଣା ହୋଇଗଲେ ପ୍ରତିବର୍ଷ ଏହାର ଫିଟନେସ ପ୍ରମାଣପତ୍ରକୁ ନବୀକରଣ କରିବା ପାଇଁ ନିୟମ ରହିଛି।

ସହଜରେ ବଦଳାଇ ପାରିବେ ପୁରୁଣା ଗାଡ଼ି –

ପୁରୁଣା ଗାଡ଼ିକୁ ଅତି ସହଜରେ ବଦଳାଇ ନୂଆ ଗାଡ଼ି ପାଇବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ବ୍ୟବସ୍ଥା ମଧ୍ୟ କରାଯାଇଛି। ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ କରାଯାଇଥିବା ଡ୍ରାଫ୍ଟ ଅନୁସାରେ,ପୁରୁଣା ଗାଡ଼ି ଚଳାଉଥିବା ଲୋକମାନେ ଦେଶର ଯେକୌଣସି ସ୍କ୍ରାପିଂ ସେଣ୍ଟରକୁ ଯାଇ ଏହାକୁ ବଦଳାଇ ନୂଆ ଗାଡି ଆଣିପାରିବେ।

Google

ପୁରୁଣା ଗାଡ଼ି ବଦଳ କରୁଥିବା ଲୋକଙ୍କୁ ନୂଆ ଗାଡ଼ି ପାଇଁ ଆର୍ଥିକ ସହାୟତା ମଧ୍ୟ ଦିଆଯିବ। ସ୍କ୍ରାପିଂ ସେଣ୍ଟରଗୁଡ଼ିକ ଗାଡ଼ିଗୁଡ଼ିକୁ ରଖିବା ପୂର୍ବରୁ ଗାଡ଼ିର ପ୍ରକୃତ ମାଲିକଙ୍କ ସମ୍ପର୍କରେ ଭଲ ଭାବରେ ଯାଞ୍ଚ କରିବା ଉଚିତ। ବଜାରରେ ଗାଡ଼ିର ମୂଲ୍ୟ ଯେତିକି ହୋଇଥିବ, ସେହି ଅନୁସାରେ ମାଲିକଙ୍କୁ ଟଙ୍କା କମ୍ପାନୀ ଦେବ। ସେଥିପାଇଁ ସରକାରଙ୍କ ତରଫରୁ କୌଣସି ମୂଲ୍ୟ ଧାର୍ଯ୍ୟ କରାଯାଇନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *