ଦେଖନ୍ତୁ ଭିଡିଓ : କୋଭିଡ ଟୀକା ଲଗାଇବା ପରେ ଡାକ୍ତର ପ୍ରେସକ୍ରିପସନରେ ଯାହା ଲେଖିକି ଦେଲେ, ତାହା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

ଯେବେବି ଆମେ କାହାରିକୁ ପ୍ରେମରେ କୁଣ୍ଢାଇ ଥାଉ, ସେହି ସମୟର ଏକ ଅଲଗା ପ୍ରକାର ନିଜର ଭଳି ଲାଗେ। ଅନେକଥର ଯେବେ ଆମେ ଦୁଃଖୀ ଥାଉ, ସେହି ସମୟରେ ଆମକୁ ଲାଗିଥାଏକି ଆମକୁ କେହି ଏମିତି କୁଣ୍ଢାଇ ନିଅନ୍ତା କି, ଯାହାଦ୍ଵାରା ଆମର ଦୁଃଖ କମ ହୋଇଯାନ୍ତା। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣଙ୍କ ଆଖିରେ ଲୁହ ଭରିଯିବ। ଏହି ଭିଡ଼ିଓରେ ଆପଣ ଏକ ବୃଦ୍ଧ ମହିଳାଙ୍କୁ ତାଙ୍କ ନାତୁଣୀକୁ କୁଣ୍ଢାଉଥିବାର ଦେଖିବେ।

ବାସ୍ତବରେ, କରୋନା ଭାଇରସ କାରଣରୁ ବର୍ତ୍ତମାନ ସାମାଜିକ ଦୂରତା ପ୍ରତି ଅଧିକ ଧ୍ୟାନ ଦିଆଯାଉଛି। ଏଭଳି ପରିସ୍ଥିତିରେ ଲୋକମାନେ ପରସ୍ପରକୁ ଆଲିଙ୍ଗନ କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। କିନ୍ତୁ ଜଣେ ଆମେରିକୀୟ ଡାକ୍ତର କୋଭିଡ ଟିକା ପାଇବା ପରେ ଔଷଧର ପ୍ରେସକ୍ରିପସନ ଉପରେ ଜେଜେମା’ଙ୍କୁ ଲେଖିଥିଲେକି ବର୍ତ୍ତମାନ ତାଙ୍କୁ ତାଙ୍କର ନାତୁଣୀକୁ ଆଲିଙ୍ଗନ କରିବା ଉଚିତ। ଏହି ବୃଦ୍ଧ ମହିଳାଙ୍କ ନାମ ଏଭଲିନ ସ ଏବଂ ସେ ୮୧ ବର୍ଷ ବୟସର ଅଟନ୍ତି। ତାଙ୍କୁ କୋଭିଡ ଟିକା ଦିଆଯାଇଥିଲା, କିନ୍ତୁ ଏହା ସତ୍ବେ ସେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ଡରୁଥିଲେ। ତେଣୁ ଡାକ୍ତର ତାଙ୍କ ଔଷଧର ପ୍ରେସକ୍ରିପସନରେ ଲେଖିଛନ୍ତି ଯେ ବର୍ତ୍ତମାନ ଆପଣ ନାତୁଣୀକୁ କୁଣ୍ଢାଇ ପାରିବେ।

ଏହାପରେ ବୃଦ୍ଧ ମହିଳା ନିଜର ନତୁଣୀଙ୍କୁ କୁଣ୍ଢାଇଲେ ଓ ବହୁତ ଭାବୁକ ହୋଇଗଲେ। ସେ ନିଜର ନତୁଣୀଙ୍କୁ ଏକ ବର୍ଷ ହେଲାଣି ଆଦୌ କୁଣ୍ଢାଇ ନାହାନ୍ତି। ଏହାକୁ ଦେଖିବା ପରେ ସେ ବହୁତ ଇମୋସନାଲ ହୋଇଗଲେ। କିଛି କହିଲେକି ଏହି ଭିଡିଓ ଦେଖିବା ପରେ ତାଙ୍କ ଆଖିରେ ଲୁହ ଆସିଗଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *