ବିବାହ ପୂର୍ବରୁ ପାକିସ୍ତାନୀ ଝିଅ ହେବାକୁ ଥିବା ସ୍ୱାମୀଙ୍କ ପାଖରେ କଲା ଏମିତି ଡିମାଣ୍ଡ,ଡିମାଣ୍ଡ ଶୁଣି ଲୋକମାନେ ଆଶ୍ଚର୍ଯ୍ୟ,ଜାଣନ୍ତୁ ଝିଅଟି କଣ ଚାଁହୁଛି

ପାକିସ୍ତାନରେ ସଦାସର୍ବଦା କିଛି ନା କିଛି ଏଭଳି କାର୍ଯ୍ୟ ହୋଇଥାଏ,ଯାହାର ଚର୍ଚ୍ଚା ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥାଏ|ଏବେ ଏକ ପାକିସ୍ତାନୀ ଯୁବତୀ ନିଜର ସ୍ୱାମୀଙ୍କ ଉପରେ ହୋଇଥିବା ଏକ ଅଦ୍ଭୁତ ଡିମାଣ୍ଡ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚିତ|ଏହି ଯୁବତୀ ବିବାହ ପୂର୍ବରୁ ନିଜ ଭାବିସ୍ୱାମୀଙ୍କୁ ଏଭଳି ଡିମାଣ୍ଡ କରିଛନ୍ତି ଯାହା ଜାଣି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଭୂୟସୀ ପ୍ରଶଂସା କରୁଛନ୍ତି|

ଯୁବତୀଙ୍କ ନାମ ନାଇଲା ଶମଲ|ମୂଳତଃ ସେ ମରଦାନର ନିବାସୀ |ସେ ବିବାହ ପୂର୍ବରୁ ନିଜ ଭାବିସ୍ୱାମୀଙ୍କୁ ଏଭଳି ଡିମାଣ୍ଡ କରିଛନ୍ତି ଯାହା ଜାଣି ଲୋକମାନେ ଆଶ୍ଚର୍ଯ୍ୟ ହେବାସହ ଏହା ଲୋକଙ୍କୁ ବିଶ୍ୱାସ ହେଉନାହିଁ|ମହିଳା ନିଜ ଭିଡିଓରେ କହିଛନ୍ତି ଯେ ସେ ଜଣେ ଲେଖକ ଅଟନ୍ତି ଓ ତାଙ୍କୁ ହକ ମେହର ରୂପେ ଏକ ଲକ୍ଷ ବହି ଆବଶ୍ୟକ|ନାୟଲାଙ୍କ କହିବାନୁଯାୟୀ ସେ ସେଭଳି କୁପ୍ରଥାକୁ ଶେଷ କରିବାକୁ ଚାହାଁନ୍ତି|ମୁଳ୍କରେ ମହଙ୍ଗାଇ ଵହୁ ବଢିଯାଇଛି|ଯଦି ମୁଁ ଏହାକୁ ଶେଷ ନକରେ ଏହା ବଢିଯିବ|ଖାସକରି ମୁଁ ଜଣେ ଲେଖିକା, ମୁଁ ବହିର କଦ୍ର କରିବି ନାହିଁ ତ ଅନ୍ୟ କିଛି କେମିତି କରିବି|

ଏହି ଭିଡିଓକୁ ସୋସିଆଲ ମିଡିଆରେ ମୁନା ଫାରୁକ ଅହମ୍ମଦ ନାମକ ୟୁଜର ସେୟାର କରିଛନ୍ତି|ଭିଡିଓ ସେୟାର ହେଵାକ୍ଷଣି ଶୀଘ୍ର ଭାଇରାଲ ହୋଇଥିଲା|ପ୍ରଥମେ ମହିଳାଙ୍କ କଥାରେ କାହାର ବିଶ୍ୱାସ ହେଲାନାହିଁ|କିନ୍ତୁ ଏବେ ତାଙ୍କର ଭୂୟସୀ ପ୍ରଶଂସା କରାଯାଉଛି|ଖଵର ଲେଖିବା ପର୍ଯ୍ୟନ୍ତ ଏହି ଭିଡିଓକୁ ୧ ଲକ୍ଷ ୧୧ ହଜାରରୁ ଉର୍ଦ୍ଧ୍ବ ଲୋକ ଦେଖିସାରିଲେଣି|ଲୋକମାନେ ଏହା ଉପରେ କମେଣ୍ଟ କରିବା ସହ ଯୁବତୀଙ୍କ ଭୂୟସୀ ପ୍ରଶଂସା କରୁଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *