ସପ୍ତମ ଵେତନ କମିସନ: ସରକାରୀ କର୍ମଚାରୀ ମାନଙ୍କ ପାଇଁ ଖୁସି ଖବର,ଏହି ମାସରୁ ମିଳିବ ବର୍ଦ୍ଧିତ ଦରମା,ଜାଣନ୍ତୁ ପୁରା ଖବର

ମୋଦି ସରକାର ଘୋଷଣା କରିଛନ୍ତି ଯେ ଅଟକିଥିବା ମହଙ୍ଗା ଭତ୍ତାର ଲାଭ ୧ ଜୁଲାଇରୁ ମିଳିବ|ଏହାସହ ଡିଏର ଅଟକିଥିବା ଏରିଅର ମଧ୍ୟ ଜାରି କରାଯିବ|ସର୍ବମୋଟ ଜୁଲାଇରୁ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ଓ ପେନସନ ବଢିକି ମିଳିବ|

କରୋନା ଚାଲୁଥିବା ଯୋଗୁଁ ପୂର୍ବବର୍ଷ ମହଙ୍ଗା ଭତ୍ତାର ଦୁଇଟି ଯାକ କିସ୍ତି ଜାରି କରାଯାଇନଥିଲା|ଏହିଥର ମଧ୍ୟ ଏପର୍ଯ୍ୟନ୍ତ ଡିଏରେ କେତେ ବୃଦ୍ଧି ହେବ ଏହାର ଘୋଷଣା ହୋଇନାହିଁ|କିନ୍ତୁ ସରକାର ସଫା କହିଛନ୍ତି ଯେ ତିନି କିସ୍ତିର ଲାଭ ୧ ଜୁଲାଇ ପରେ ତିନି କିସ୍ତିରେ ଦିଆଯିବ|

ଜାନୁଆରୀ ଠାରୁ ଜୁଲାଇ ୨୦୨୦ (୩%) ଓ ଜୁଲାଇରୁ ନେଇକି ଡିସେମ୍ବର ୨୦୨୦(୪%)ଡିଏ କେନ୍ଦ୍ର କର୍ମଚାରୀଙ୍କୁ କରୋନା କାରଣରୁ ମିଳିନଥିଲା|ଏବେ ଜାନୁଆରୀ ଠାରୁ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ଘୋଷଣା କରିଛନ୍ତି ଯାହା ୪% ହୋଇପାରେ|ମୋଟ ମିଶାଇ ୧୭% ଡିଏ ଯାହା ଏଵେ ମିଳୁଛି(୩+୪+୪)କୁ ମିଶାଇକି ମୋଟ୍ ୨୮% ପର୍ଯ୍ୟନ୍ତ ହୋଇପାରେ|

ଡିଏ ବୃଦ୍ଧି ଫଳରେ ପେନସନଧାରୀ ମାନଙ୍କ ମଧ୍ୟ ଲାଭ ହେବ|ସୂଚନାସାରେ,ପାଖାପାଖି ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୫ ଲକ୍ଷରୁ ଅଧିକ ପେନସନଧାରୀଙ୍କୁ ଏହି ଫାଇଦା ମିଳିବ|

ନୂତନ ଵିତ୍ତିୟ ବର୍ଷ ଆରମ୍ଭ ସହ ନୂତନ ଶ୍ରମ କାନୁନ ମଧ୍ୟ ଲାଗୁ କରାଯାଇପାରେ|ନୂତନ ଶ୍ରମ କାନୁନ ସାଂସଦରେ ପାସ ହୋଇପାରେ ଓ ତାକୁ ମୋଦୀ ସରକାର ୧ ଏପ୍ରିଲ ଠାରୁ ଲାଗୁ କରିବାକୁ ଯାଉଛନ୍ତି|ଏହାର ପ୍ରଭାବ ଇନହ୍ୟାଣ୍ଡ କ୍ୟାସ ଉପରେ ପଡିବ|

ଯେତେବେଳେ ଡିଏର ଘୋଷଣା ହେବ ସେତେବେଳେ ଦରମା ଉପରେ ଏହାର ପୂରା ପ୍ରଭାବ ପଡିବ|ନିୟମ ଅନୁଯାୟୀ ମୁଳ ଵେତନ ହିସାବରେ ପିଏଫ୍ ଓ ଗ୍ରାଚ୍ୟୁଇଟି କଟେ|ନୂତନ ଶ୍ରମ ଆଇନ ଅନୁଯାୟୀ ସିଟିସିରେ ମୂଳ ଦରମା ୫୦%ରୁ କମ ହେବା ଉଚିତ ନୁହେଁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *