ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ: ପୁଣି ଗର୍ଜିଲା ଯୁବରାଜଙ୍କ ବ୍ୟାଟ, ପୁଣି ଗୋଟିଏ ଓଭରରେ ମାରିଲେ ୪ଟି ଛକା,ଦେଖନ୍ତୁ ଭିଡ଼ିଓ

ଛତିଶଗଡ ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜର ମହାନ ଖେଳାଳିଙ୍କୁ ଦେଖିବା ପାଇଁ ବହୁତ ଭିଡ ହୋଇଥିଲା। ଏଠାରେ ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ ୨୦୨୧ର ମ୍ୟାଚ ଖେଳାଗଲା।

ଯୁବରାଜଙ୍କ ଧମାକା:-

ଏହି ମ୍ୟାଚରେ ଯୁବରାଜ ସିଂ ପାଖାପାଖି ୨୦ଟି ବଲରେ ୧ଟି ଚୌକା ଓ ୬ଟି ଛକା ସାହାଯ୍ୟରେ ନଟଆଉଟ ୪୯ରନ କରିଥିଲେ। ସେ କେରୋବିୟାନ ବୋଲର ମହେନ୍ଦ୍ର ନଗାମୁଟୁଙ୍କୁ ୧୯ଓଭରରେ ବୋଲରେ ୪ଟି ଛକା ପିଟିଥିଲେ। ଯୁବରାଜ ୨୦୦୭ ମସିହାରେ ଇଂଲଣ୍ଡ ଷ୍ଟ୍ରୁଆର୍ଟ ବ୍ରୋଡ଼ଙ୍କୁ ଗୋଟିଏ ଓଭରରେ ୬ଟି ଛକା ଲଗାତାର ୱାର୍ଲ୍ଡ କ୍ରିକେଟରେ ଚଳ ଚଞ୍ଚଳ ସୃଷ୍ଟି କରିଦେଇଥିଲେ।

ଏହି ସିରିଜରେ କରିଥିଲେ କରିସ୍ମା:-

୧୩ମାର୍ଚ୍ଚ ୨୦୨୧ ରେ ରୋଡ ସେପ୍ଟୀ ୱାର୍ଲ୍ଡ ସିରିଜ ମ୍ୟାଚରେ ଯୁବରାଜ ସିଂ ୨୨ଟି ବଲରେ ୨ଟି ଚୌକା ଓ ୬ଟି ଛକା ପିଟିଥିଲେ ଓ ନଟଆଉଟ ୫୫ରନ କରିଥିଲେ। ସେ ଦକ୍ଷିଣ ଆଫ୍ରିକାର ବୋଲର ଜାନଡର ଡେ ବ୍ରୁଇନଙ୍କୁ ୧୮ତମ ଓଭରରେ ଲଗାତାର ୪ଟି ଛକା ପିଟିଥିଲେ। ବର୍ତ୍ତମାନ ତାଙ୍କର ଏମିତି ପ୍ରଦର୍ଶନକୁ ଦେଖି କହିବା ଭୁଲ ହେବନାହିଁ କି ବର୍ତ୍ତମାନ ମଧ୍ୟ ତାଙ୍କର ପ୍ରଦର୍ଶନ ବାକି ଅଛି।

୨୦ ଓଭରରେ ଇଣ୍ଡିଆ ଲେଜେଣ୍ଡଙ୍କର ୨୧୮ ରନ:-

ବୁଧବାର ଦିନ ଖେଳାଯାଇଥିବା ସେମିଫାଇନାଲରେ ଯୁବରାଜ ସିଂଙ୍କ ବ୍ୟତୀତ ଇଣ୍ଡିଆ ଲେଜେଣ୍ଡ ତରଫରୁ ସଚିନ ତେନ୍ଦୁଲକର ୪୨ଟି ବଲରେ ୬୫ରନର ଯୋଗଦାନ ଦେଇଥିଲେ। ଏହା ବ୍ୟତୀତ ୟୁସୁଫ ପଠାନ ୩୭ ଓ ମହମ୍ମଦ କୈଫ ୨୭ରନ କରିଥିଲେ। ସେମାନେ ୨୦ଓଭରର ନିଜର ଦଳର ସ୍କୋରକୁ ୨୧୮/୩ ରେ ପହଞ୍ଚାଇଦେଲେ। ଏହା ସହିତ ୱେଷ୍ଟଇଣ୍ଡିଜ ଲେଜେଣ୍ଡକୁ ୨୧୯ରନର ଲକ୍ଷ୍ୟ ଦେଇଥିଲେ।

ଫାଇନାଲରେ ଇଣ୍ଡିଆ ଲେଜେଣ୍ଡ:-

୨୦ଓଭରରେ ୨୧୯ରନର ଲକ୍ଷ୍ୟର ପିଛା କରିବା କଷ୍ଟକର ଥିଲା। କିନ୍ତୁ ୱେଷ୍ଟଇଣ୍ଡିଜ ବ୍ୟାଟସମ୍ୟାନ ଧୂଆଁଦାର ୬-୪ ମାରି ଭାରତୀୟ ପ୍ରଶଂସକଙ୍କର ନିଃଶ୍ୱାସ ଅଟକାଇ ଦେଇଥିଲେ। ଡୱେନ ସ୍ମିଥ ଏବଂ ବ୍ରାଏନ ଲାରା ଯଥାକ୍ରମେ ୬୩ ଏବଂ ୪୬ ରନ କରି ଇଣ୍ଡିଜକୁ ବିଜୟର ନିକଟତର କରିଥିଲେ। ତା’ପରେ ବିନୟ କୁମାର ଏବଂ ଇରଫାନ ପଠାନଙ୍କ ଚମତ୍କାର ବୋଲିଂ ଆୟୋଜକଙ୍କୁ ୧୩ ରନର ରୋମାଞ୍ଚକର ବିଜୟ ଦେଇଥିଲା। ଏହା ସହିତ ଇଣ୍ଡିଆ ଲେଜେଣ୍ଡ ଦଳ ଏହି ଟୁର୍ଣ୍ଣାର୍ମେଣ୍ଟର ଫାଇନାଲରେ ପହଞ୍ଚି ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *