ବର୍ଷେ ଭିତରେ ରାସ୍ତାରୁ ହଟାଯିବ ଟୋଲଗେଟ, ହାଇୱେରେ ଲାଗିବ ଜିପିଏସ ଟ୍ରାକର

ଦେଶରେ ଶେଷ ହେବାକୁ ଯାଉଛି ଟୋଲଗେଟ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଲୋକସଭାରେ ଏହି ସମ୍ପର୍କରେ ଘୋଷଣା କରିଛନ୍ତି। ରାସ୍ତାରୁ ହଟାଯିବ ସବୁ ଟୋଲଗେଟ,ହାଇୱେରେ ଲଗାଯିବ ଜିପିଏସ ଟ୍ରାକର। ସରକାର ଏକ ବର୍ଷ ଭିତରେ ସମସ୍ତ ଟୋଲପ୍ଲାଜା ହଟାଇବା ପାଇଁ ଘୋଷଣା କରିଛନ୍ତି। ଯାହାଦ୍ବାରା ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ହ-ଇରା-ଣ ହେବାକୁ ପଡ଼ିବନାହିଁ। ରାସ୍ତାରେ ଯାନବାହାନର ଚଳାଚଳରେ ବା-ଧା ନହେବା ପାଇଁ ଟୋଲ ସଂଗ୍ରହ ପାଇଁ ଜିପିଏସର ସୁବିଧା କରାଯିବ।

ଏଥିସହିତ ଗାଡ଼ିର ଗତିବିଧି ଉପରେ ନ-ଜର ରଖିବା ସହିତ ଗାଡ଼ି ମାଲିକଙ୍କ ଆକାଉଣ୍ଟରୁ ସିଧାସଳଖ ଟୋଲ ଆଦାୟ କରାଯାଇପାରିବ। ଆଗାମୀ ସମୟରେ ଯାତ୍ରୀଙ୍କୁ ସେତିକି ମୂଲ୍ୟର ଟୋଲ ଦେବାକୁ ପଡ଼ିବ ଯେତିକି ସେ ରାସ୍ତାରେ ଯାତ୍ରା କରିବେ।

Google

ଅମରୋହାରୁ ବିଏସପି ସାଂସଦ କୁୱଁର ଦାନିସ ଅଲ୍ଲୀ ଗଡ଼ ମୁକ୍ତେଶ୍ୱର ନିକଟରେ ନଗର ନିମଗ ସୀମାରେ ଥିବା ଏକ ଟୋଲ ପ୍ଲାଜାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଯେଉଁଠାରେ ଆବଶ୍ୟକତା ନାହିଁ ସେହିଠାରେ କଣ ପାଇଁ ଟୋଲ ପ୍ଲାଜା ନିର୍ମାଣ କରାଯାଇଛି। ଆଉ ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ, ଆଗାମୀ ଦିନରେ ସରକାରଙ୍କ ସଡ଼କ ପରିଯୋଜନା ଦ୍ଵାରା ଅନେକ ଟୋଲ ପ୍ଲାଜା ନିର୍ମାଣ କରାଯାଇଛି,ଯାହା ନଗର ସୀମାରେ ରହିଛି। ଏହି ଟୋଲ ପ୍ଲାଜା ଯାତ୍ରୀଙ୍କ ପାଇଁ ନିଶ୍ଚିତ ଭାବରେ ଅ-ନ୍ୟା-ୟ। ଆଉ ଏହି ଟୋଲ ପ୍ଲାଜା ଗୁଡ଼ିକୁ ତୁରନ୍ତ ଉଠାଯାଇପାରିବ ନାହିଁ, କାରଣ ସଡ଼କ ପ୍ରସ୍ତୁତ କରୁଥିବା କମ୍ପାନୀ ଗୁଡ଼ିକ କ୍ଷ-ତିପୂରଣ କରିବା ପାଇଁ ଦା-ବି କରିପାରନ୍ତି। ଏହି କଥାକୁ ଦୃଷ୍ଟିରେ ରଖି ସାରା ଦେଶରେ ଆଗାମୀ ଏକ ବର୍ଷ ମଧ୍ୟରେ ସମସ୍ତ ଟୋଲ ପ୍ଲାଜା ଗୁଡ଼ିକୁ ବନ୍ଦ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି

ସରକାର ଯାତ୍ରୀଙ୍କ ସୁବିଧା ପାଇଁ ହାଇୱେରେ ଜିପିଏସ ଟ୍ରାକର ଲଗାଇବେ। ଯାହାଦ୍ବାରା ଯାତ୍ରୀ ଯେଉଁଠାରୁ ଯାତ୍ରା ଆରମ୍ଭ କରିବେ ଏବଂ ଯେଉଁଠାରେ ଯାତ୍ରା ଶେଷ କରିବେ,ଜିପିଏସ ମାଧ୍ୟମରେ କ୍ୟାମେରାରେ ଫଟୋ ଉଠିଯିବ। ଆଉ ସେହି ଅନୁସାରେ ଯାତ୍ରୀଙ୍କୁ ଟୋଲ ଦେୟ ଦେବାକୁ ପଡ଼ିବ।ସେହିପରି ଭାବରେ ସମସ୍ତ ବାଣିଜ୍ୟିକ ଯାନ ଗୁଡ଼ିକରରେ ଏବେ ଜିପିଏସ ଟ୍ରାକିଂ ସିଷ୍ଟମ ବ୍ୟବସ୍ଥା କରାଯିବ। ଯାହାଦ୍ବାରା କି ଯାନବାହାନର ଗତିବିଧି ଉପରେ ନଜର ରଖାଯାଇପାରିବ। ଆଉ ଅନ୍ୟ ପାର୍ଶ୍ବରେ ପୁରୁଣା ଗାଡ଼ି ଗୁଡ଼ିକର କିଭଳି ଭାବରେ ଜିପିଏସ ଟ୍ରାକର ଲଗାଯାଇ ପାରିବ, ସେ ଉପରେ ସରକାର ଉଦ୍ୟମ କରୁଛନ୍ତି।

Google

ଜିପିଏସ ଟ୍ରାକର ସାହାର୍ଯ୍ୟରେ ଟୋଲ ଦେୟ ଆଦାୟ କଲେ,ଏହାର ମୂଲ୍ୟ ପୂର୍ବା ଅପେକ୍ଷା ବୃଦ୍ଧି ପାଇବ। ସୂଚନା ଅନୁସାରେ, ଦେଶର ଅନେକ ସ୍ଥାନରେ ଟୋଲ ପ୍ଲାଜା ଗୁଡିକରେ ଫାଷ୍ଟାଗ ସିଷ୍ଟମ ଲାଗୁ କରାଯାଇଛି। ଯାହାଦ୍ବାରା କି ଗାଡିଗୁଡିକ ଟୋଲ ପ୍ଲାଜାରେ ନରହି ଟୋଲ ଦେୟ ପୈଠ କରିପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *