ଦେଖନ୍ତୁ ଭିଡିଓ : ଚଳନ୍ତା ଗାଡି ଉପରେ ପୁଷ୍-ଅପ୍ସ ମାରୁଥିଲା ଏହି ବ୍ୟକ୍ତି, ତା ପରେ ଯାହା ହେଲା,ଆପଣ ଦେଖନ୍ତୁ

ଉତ୍ତରପ୍ରଦେଶ ପୋଲିସ ନିଜର ମଜାଦାର ଟ୍ୱିଟ଼ ପାଇଁ ବହୁତ୍ ଦିନରୁ ସମସ୍ତଙ୍କ ନଜରରେ ଅଛି। ସାମାଜିକ ପ୍ରସଙ୍ଗରେ ତାଙ୍କ ଦ୍ଵାରା ସେୟାର କରାଯାଇଥିବା ପୋଷ୍ଟ ୟୁଜର୍ ମାନଙ୍କୁ ବହୁତ୍ ଭଲ ଲାଗିଥାଏ। ସେହିପରି, ବର୍ତ୍ତମାନ୍ ପୁଣିଥରେ ଉତ୍ତରପ୍ରଦେଶ ପୋଲିସ ଗୋଟିଏ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ମଜାଳିଆ ଷ୍ଟାଇଲରେ ପୁରସ୍କାର ଦେଇଛନ୍ତି। ବାସ୍ତବରେ, ସୋସିଆଲ ମିଡ଼ିଆରେ ଜଣେ ବ୍ୟକ୍ତିଙ୍କର ଚଳନ୍ତା ଗାଡି ଉପରେ ପୁଷ୍-ଅପ୍ସ କରୁଥିବାର ଗୋଟିଏ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ପୋଲିସ ସ୍ଵତନ୍ତ୍ର ପୁରସ୍କାର ଦେଇଛି।

ଦେଖନ୍ତୁ ଭିଡିଓ :-

ୟୁପି ପୋଲିସ କହିଛି ଯେ ଯଦି କୌଣସି ବ୍ୟକ୍ତି ଏପରି କିଛି କରିବା ସମୟରେ ଧରା ପଡିଯାଏ, ତେବେ ତାଙ୍କୁ ପୁରସ୍କାର ନିଶ୍ଚିତ ଭାବେ ଦିଆଯାଏ। ୟୁପି ପୋଲିସ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ରାଜରାସ୍ତାରେ ଗୋଟିଏ ଚଳନ୍ତା ଗାଡି ଉପରେ ଡ୍ରାଇଭିଙ୍ଗ ସିଟରୁ ବାହାରି ଜଣେ ଯୁବକ ନିଜ ଜୀବନକୁ ଖାତିର୍ ନକରି ପୁଷ୍-ଅପ୍ସ କରୁଛି। ଭିଡିଓ ଭାଇରାଲ୍ ହେବାପରେ ପୋ-ଲି-ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେହି ବ୍ୟକ୍ତିଙ୍କର ଚାଲାଣ କାଟିଲା। ସେହିପରି ଅନ୍ୟପକ୍ଷରେ ଭିଡିଓ ଭାଇରାଲ୍ ହେବାପରେ ଲୋକମାନଙ୍କର ରିଆକ୍ସନ ଆସିବା ମଧ୍ୟ ଆରମ୍ଭ ହୋଇଗଲା।

ଫିରୋଜାବାଦର ଏସ୍ଏସପି ଅଜୟ କୁମାର କହିଛନ୍ତି ଯେ ଏହା ଆଇନ୍ ଉଲଂଘନ ତ ଅଟେ, ଏହାସହିତ ନିଜର ଏବଂ ଅନ୍ୟ ମାନଙ୍କର ଜୀବନ ସହିତ ଖେଳିବା ମଧ୍ୟ ଅଟେ। ପୋଲିସ ଭିଡିଓ ସହିତ ଏକ ମଜାଳିଆ କ୍ୟାପସନ ଦେଇ କହିଛନ୍ତି ଯେ ‘ତୁମର ୱାର୍କ୍ ଆଉଟ ହାର୍ଡ, ତେଣୁ ଏହା ତୁମର ରିୱାର୍ଡ’ । ଭିଡିଓରେ ପୋ-ଲି-ସ ଦ୍ୱାରା କଟା ଯାଇଥିବା ଚାଲାଣ କପି ମଧ୍ୟ ଦେଖାଯାଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *