ଏପ୍ରିଲ ୧ ତାରିଖରୁ ବଦଳିଯିବ ଏହି ନିୟମ, ବର୍ତ୍ତମାନ ଜାଣି ନିଅନ୍ତୁ, ନଚେତ ହେବ ବହୁତ କ୍ଷତି

ଏପ୍ରିଲ ୧ ତାରିଖରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଛି | ସରକାର ଏହି ଆର୍ଥିକ ବର୍ଷ (୨୦୨୧) ପାଇଁ କିଛି ବଡ ପରିବର୍ତ୍ତନ ନିମନ୍ତେ ଯୋଜନା କରିଛନ୍ତି | ବଜେଟ ୨୦୨୧ ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମିଡିଲ କ୍ଲାସ ଏବଂ ସ୍ୟାଲେରୀଡ କ୍ଲାସକୁ ଇନକମ ଟ୍ୟାକ୍ସରେ କୌଣସି ପ୍ରକାରର ରିହାତି ଦେଇନାହାଁନ୍ତି | କିନ୍ତୁ ଯେଉଁ ଲୋକମାନଙ୍କର ବୟସ ୭୫ ବର୍ଷରୁ ଅଧିକ ଅଟେ, ସେମାନଙ୍କୁ ଏଥର ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାରୁ ମୁକ୍ତି ଦିଆଯାଇଥିଲା |

ଏହାସହିତ ଯେଉଁ ଲୋକମାନେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରୁନାହାଁନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି | ଏହି ସବୁ ପରିବର୍ତ୍ତନ ଏପ୍ରିଲ ୧ ତାରିଖ ୨୦୨୧ ରୁ ଲାଗୁ ଲାଗୁ ହୋଇଯିବ |

ITR ଫାଇଲ ନ କଲେ ହେବ କ୍ଷତି :-

ଏହାସହିତ ନୂତନ ଆର୍ଥିକ ବର୍ଷରୁ TDS ବଦଳିଯିବ | ଏପ୍ରିଲ ୧ ତାରିଖ ଠାରୁ ଯଦି କୌଣସି ବ୍ୟକ୍ତି ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ITR) ଫାଇଲ ନକରନ୍ତି, ତେବେ ବ୍ୟାଙ୍କ ଜମା ଉପରେ TDS ର ସୁଧ ହାର ଦ୍ୱିଗୁଣିତ ହୋଇଯିବ | ଏହାର ଅର୍ଥ ହେଉଛି ଯେ ଯଦି କୌଣସି ବ୍ୟକ୍ତି ଇନକମ ଟ୍ୟାକ୍ସ ଆଉଟଗୋ ସ୍ଲାବରେ ଆସନ୍ତି ନାହିଁ ଏବଂ ITR ମଧ୍ୟ ଫାଇଲ କରିବେନାହିଁ, ତେବେ ତାଙ୍କ ଉପରେ TDS ହାର ଦ୍ୱିଗୁଣିତ ହୋଇଯିବ |

ITR କୁ ନେଇ ସରକାରଙ୍କ ନୁଆଁ ନିୟମ :-

ନୁଆଁ ନିୟମ ବିଷୟରେ କଥା ହୋଇ SEBI ରେଜିଷ୍ଟର୍ଡ ଏବଂ ଇନଭେଷ୍ଟମେଣ୍ଟ ଏକ୍ସପୋର୍ଟ ଜିତେନ୍ଦ୍ର ସୋଲଙ୍କି ଆମର ସହଭାଗୀ ୱେବସାଇଟ DNA କହିଛନ୍ତି ଯେ କେନ୍ଦ୍ର ସରକାର ITR ଫାଇଲ କରିବାକୁ ଉତ୍ସାହିତ କରିବା ପାଇଁ TDS ନିୟମକୁ ସେହି ଲୋକମାନଙ୍କ ପାଇଁ କଡାକଡି କରିଦେଇଛନ୍ତି, ଯେଉଁମାନେ ITR ଫାଇଲ କରନ୍ତି ନାହିଁ | ଏଥିପାଇଁ ସରକାର ଇନକମ ଟ୍ୟାକ୍ସ ଆକ୍ଟରେ ସେକ୍ସନ 206AB କୁ ଯୋଡିଛନ୍ତି | ଏହି ଅନୁଯାୟୀ, ବର୍ତ୍ତମାନ ITR ଫାଇଲ ନକଲେ ଏପ୍ରିଲ ୧ ତାରିଖ, ୨୦୨୧ ରୁ ଦୁଇଗୁଣ TDS ଦେବାକୁ ପଡିବ | ନୂତନ ନିୟମ ଅନୁଯାୟୀ, ଯେଉଁ ଲୋକମାନେ ଇନକମ ଟ୍ୟାକ୍ସ କଲେକ୍ସନ ଏଟ ସୋର୍ସ (TCS) ମଧ୍ୟ ଅଧିକ ହେବ |

ନୂତନ ନିୟମ ଅନୁଯାୟୀ, ଜୁଲାଇ ୧ ତାରିଖ ୨୦୨୧ ରୁ ପେନାଲ TDS ଏବଂ TCS ହାର ୧୦–୨୦ ପ୍ରତିଶତ ହେବ, ଯାହାକି ସାଧାରଣତ ୫-୧୦ ପ୍ରତିଶତ ହୋଇଥାଏ | ITR ଦାଖଲ କରୁନଥିବା ଲୋକଙ୍କ ପାଇଁ TDS ଏବଂ TCS ର ହାର ୫ ପ୍ରତିଶତ କିମ୍ବା ସ୍ଥିର ହାର, ଯାହା ବି ଅଧିକ ହେବ, ତା’ଠାରୁ ଅଧିକ ହୋଇଯିବ |

ସୁପର ସିନିୟର ନାଗରିକମାନଙ୍କୁ ମୁକ୍ତି :-

କ’ଣ ସୁପର ସିନିୟର ନାଗରିକଙ୍କ ପାଇଁ ମଧ୍ୟ TDS ନିୟମ ଲାଗୁ ହେବ ? ଏହି ବିଷୟରେ, ଅପ୍ଟିମା ମନି ମ୍ୟାନେଜର୍ସର ମ୍ୟାନେଜିଂଗ ଡ଼ାଇରେକ୍ଟର ପଙ୍କଜ ମଠପାଲ କହିଛନ୍ତି ଯେ ଏପ୍ରିଲ ୧ ତାରିଖ ୨୦୨୧ ରୁ ୭୫ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ITR ଫାଇଲ କରିବାକୁ ପଡିବ ନାହିଁ | ଏହି ରିହାତି ସେହି ବରିଷ୍ଠ ନାଗରିକମାନଙ୍କୁ ଦିଆଯାଇଛି, ଯେଉଁମାନେ ପେନସନ କିମ୍ବା ଫିକ୍ସଡ଼ ଡିପୋଜିଟ ଉପରେ ମିଳୁଥିବା ସୁଧ ଉପରେ ନିର୍ଭରଶୀଳ ଅଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *