ଚଳନ୍ତା କାରର ଖୋଲିଗଲା ଗେଟ ଓ ସଡକରେ ପଡିଗଲା ପିଲା, ତା ପରେ ….

ସୋସିଆଲ ମିଡିଆରେ କେବେ କଣ ଭାଇରାଲ ହୋଇଯାଏ କାହାରିକୁ ଜଣା ପଡେନାହିଁ। ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବ୍ୟସ୍ତ ସଡକରେ ଏକ ପିଲାଟି ତଳେ ପଡିଯାଏ। ଏହା ତାର ମାତା-ପିତାଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟକର ମୂହୁର୍ତ୍ତ ଥିଲା। ଭଲ କଥା ହେଉଛିକି ପିଲାଟିର କିଛି ହୋଇନାହିଁ। ବର୍ତ୍ତମାନ ଲୋକ ଏହି ଭିଡିଓକୁ ଦେଖିବା ପରେ ଭଗବାନଙ୍କୁ ଧନ୍ୟବାଦ ଦେଉଛନ୍ତି, ପିଲାଟିକୁ କୌଣସି ଆଘାତ ପହଞ୍ଚିନାହିଁ। ସେ ନିଜେ ସଡକରୁ ଉଠି ନିଜର ମାତା-ପିତାଙ୍କ ନିକଟକୁ ଚାଲିଗଲା।

ଯେଉଁ ଭିଡିଓ ଭାଇରାଲ ହେଉଅଛି ସେଥିରେ ପିଲାଟି ଚଳନ୍ତା କାରରୁ ଏକ ବ୍ୟସ୍ତ ବହୁଳ ସଡକରେ ପଡିଯାଏ। ଏହି ଭିଡିକୁ ମୂଳ ରୂପରେ ଦ ସନଦ୍ଵାରା ପୋଷ୍ଟ କରାଯାଇଛି ଯାହାପରେ ଟୁଇଟର ୟୁଜର ଶିରିନ ଖାନ ଏହାକୁ ସେୟାର କରିଛନ୍ତି। ଏହାପରେ ଏହି ଭିଡିଓ ଭାଇରାଲ ହୋଇଗଲା।



ଯେଉଁ ସମୟରେ ପିଲାଟି କାରରୁ ପଡିଲା ସେହି ସମୟରେ ସଡକରେ ଅନେକ କାର ଚାଲୁଥିଲା। ଅଚାନକ, ଏକ ଧଳା ଏସୟୁଭିର ବୁଟ ସ୍ପେସ ଖୋଲିଗଲା ଓ ପିଲାଟି ସଡକ ଉପରେ ପଡିଗଲା। ଏହା ଦେଖି ସଡକ ଉପରେ ଅନ୍ୟ ବାହାନ ତୁରନ୍ତ ଅଟକିଗଲେ, କାରଣ ପିଲାଟିକୁ ନିଜର କାର ପାଖକୁ ଦୌଡି ଯାଉଥିଲା। ପିଲାଟି ଘ-ଟ-ଣା ପରେ ସୁରକ୍ଷିତ ବଞ୍ଚିଗଲା।

ପିଲାଟି କାରରୁ ପଡିବା ପରେ ପରିବାର ସଦସ୍ୟ ଗାଡି ଅଟକାଇ ପିଲାଟି ପାଖକୁ ଦୌଡିବାକୁ ଲାଗିଲେ, ସେହିସମୟରେ ସଡକରେ ଯାଉଥିବା ଅନ୍ୟ ଯାତ୍ରୀମାନେ ଗାଡି ଅଟକାଇ ନିଜର ମାତା-ପିତାଙ୍କ ପାଖକୁ ପିଲାଟି ଯାଉଥିବାର ଦୃଶ୍ୟ ଦେଖୁଥିଲେ। ଏହି ପିଲାଟି ପାଇଁ ଚମତ୍କାରୀ ମୂହୁର୍ତ୍ତ ବିଶ୍ବାସ କରାଯାଉଛି।

ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୦,୦୦୦ରୁ ଅଧିକ ଥର ଦେଖାଯାଇସାରିଛି। ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଭୟଙ୍କର କୁହାଯାଉଛି। କମେଣ୍ଟ ବକ୍ସରେ ଜଣେ ୟୁଜର ଲେଖିଲେକି,” ପ୍ରତ୍ଯେକ କାରରେ ଚାଇଲ୍ଡ ଲକ ଥାଏ। ମାତା-ପିତାଙ୍କୁ ଧ୍ୟାନ ଦେବା ଉଚିତକି ସେମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ କାରର ଗେଟ ଲକ କରିଦିଅନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *