୩୦୦ କିଲୋଗ୍ରାମର ଶରୀର ପଡି ପଡି ପଚିବାକୁ ଲାଗିଲା, ବହୁତ କଷ୍ଟରେ ପହଞ୍ଚାଗଲା ହସ୍ପିଟାଲରେ

ଗୁଜୁରାଟର ରାଜକୋଟର ସରଲାବେନ ନାମକ ଜଣେ ମହିଳାଙ୍କର ଓଜନ ଏତେ ଅଧିକ ବଢିଯାଇଛିକି ସେ ହଲଚଲ ହୋଇପାରନ୍ତି ନାହିଁ। ଏକ ସ୍ଥାନରେ ପଡି ପଡି ତାଙ୍କର ଶରୀର ପଚିବାକୁ ଲାଗିଲାଣି। ତାଙ୍କୁ ଅସହ୍ୟ କଷ୍ଟ ମଧ୍ୟ ହେଉଅଛି। ହସ୍ପିଟାଲ ଯିବାର ଥିଲା କିନ୍ତୁ ୩୦୦ କିଲୋଗ୍ରାମ ଓଜନ ଶରୀରକୁ ନେଇ କିପରି ହସ୍ପିଟାଲ ଯିବେ? ଏଥିପାଇଁ ଏକ ବେସରକାରୀ ସଂସ୍ଥା ଓ ଅଗ୍ନିଶମ କର୍ମଚାରୀ ଦଳ ଏଥିରେ ତାଙ୍କୁ ସାହାଯ୍ୟ କରିଛନ୍ତି।

୩୦୦ କିଲୋଗ୍ରାମ ଓଜନ ସରଲାବେନଙ୍କ ସ୍ଥିତି ଏତେ ଖରାପ ହୋଇଯାଇଛିକି ସେ ଗୋଟିଏ ସ୍ଥାନରେ ଗୋଟିଏ ସ୍ଥିତିରେ ୧୫ ରୁ ୨୦ ଦିନ ପଡିରୁହନ୍ତି। ରାଜକୋଟର ଏକ ବେସରକାରୀ ସଂସ୍ଥା ସାଥି ସେବା ଗୃପର ଜଲପାବେନ ପଟେଲ, ତାଙ୍କର ଦଳ ଓ ଅଗ୍ନିଶମ କର୍ମଚାରୀ ବିଭାଗ ମିଶି ରାଜକୋଟ ସିଭିଲ ହସ୍ପିଟାଲ ପହଞ୍ଚାଇଲେ। ତାପରେ ତାଙ୍କର ଚିକିତ୍ସା ଆରମ୍ଭ ହେଲା।

ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତିନୋଟି ଭିନ୍ନ ଆକାରର ଆମ୍ବୁଲାନ୍ସକୁ ଡକାଯାଇଥିଲା, କିନ୍ତୁ ସେ ସେମାନଙ୍କ ଭିତରକୁ ଯାଇପାରିନଥିଲେ। ତା’ପରେ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଗୁଜୁରାଟର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ସରଲାବେନଙ୍କୁ ପ୍ରଥମେ ଡାକ୍ତରଖାନାର ତଳେ ରଖାଯାଇଥିଲା। ପରେ ସେ ଡାକ୍ତରଖାନାରେ ଏକ ଶଯ୍ୟା ପାଇଥିଲେ।

ସରଲାବେନଙ୍କ ଓଜନ ଏତେ ଅଧିକଯେ ତାଙ୍କ ଶରୀରରେ ଗୋଟିଏ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ସରଲାବେନଙ୍କ ସ୍ୱାମୀ କାନ୍ତିଭାଇ ପିଟ୍ରୋଡା ଦୁବାଇରେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ସେ ଗତ ୧୦ବର୍ଷ ଧରି ଘରକୁ ଆସିନଥିଲେ, କିନ୍ତୁ ବର୍ତ୍ତମାନ ଯେତେବେଳେ ସେ ତାଙ୍କ ପତ୍ନୀଙ୍କ ବିଷୟରେ ଜାଣିଲେ ସେତେବେଳେ ସେ ଏନଜିଓରୁ ସାହାଯ୍ୟ ମାଗିଥିଲେ। ସରଲାବେନ ହସ୍ପିଟାଲରେ ଭର୍ତ୍ତି ହେବା ପରେ କାନ୍ତିଭାଇ ଆସିଥିଲେ। ତାଙ୍କର ୧୩ବର୍ଷର ପୁଅ ଅଛି, ଯିଏ ତାଙ୍କ ମାଙ୍କର ସେବା କରୁଛନ୍ତି।

ରାଜକୋଟ ସିଭିଲ ହସ୍ପିଟାଲରେ ଡାକ୍ତର କହିଲେକି ସରଲାବେନଙ୍କ ଚିକିତ୍ସା କରିବା ପାଇଁ ତାଙ୍କୁ ଅହମ୍ମଦାବାଦର ହସ୍ପିଟାଲରେ ଭର୍ତ୍ତି କରାଯିବ। ଏଥିପାଇଁ ସମସ୍ତ ସେବା ଗୃପ ସହମତି ଦେଖାଇଛନ୍ତି। ଏହି ସଂସ୍ଥା ସରଲାବେନଙ୍କର ସାହାଯ୍ୟ କରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *