୧୦୦୦ ଟଙ୍କା ଅଧିକ ନିଅ.. ଭାଇ ମୋତେ ଓଲ୍ହାଇ ଦିଅ, ଦେଖନ୍ତୁ ଏକ ଯୁବତୀଙ୍କର ମଜାଳିଆ ପାରାଗ୍ଲାଇଡ଼ିଂ ଭିଡିଓ

ହିମାଚଳ ପ୍ରଦେଶର ଖଜିୟାରରୁ ପାରାଗ୍ଲାଇଡିଂର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଠାରେ ଜଣେ ଯୁବତୀ ରୋମାଞ୍ଚ ପାଇଁ ଗ୍ଲାଇଣ୍ଡିଗ୍ କରିବା ଆରମ୍ଭ କରି ଏବଂ ସେ ଯେମିତି ଆକାଶରେ ଉଡ଼ିବା ଆରମ୍ଭ କରେ, ସେମିତି ସେ ଭୟଭୀତ ହୋଇ ଜୋରରେ ଚିତ୍କାର କରିବାକୁ ଲାଗିଲା। ଯୁବତୀ କାନ୍ଦି କାନ୍ଦି ପାଇଲଟକୁ ତଳକୁ ଉଲହାଇ ଦେବାକୁ ଅନୁରୋଧ କରୁଥାଏ। କିନ୍ତୁ ପାଇଲଟ୍ ତାଙ୍କୁ ଉତ୍ସାହିତ କରୁଥାଏ ଏବଂ ଗ୍ଲାଇଣ୍ଡିଗ୍ ଉପଭୋଗ କରିବାକୁ ପରାମର୍ଶ ଦେଇଥାନ୍ତି।

ଗ୍ଲାଇଣ୍ଡିଗ୍ କରୁଥିବା ସମୟରେ ମହିଳା ଜଣକ ଏତେ ଭୟଭୀତ ହୋଇଯାଆନ୍ତିଯେ, ସେ ଭୟଭୀତ ହୋଇ ଆଖି ବନ୍ଦ କରିଦେଇଥିଲେ। ଏହି ସମୟ ମଧ୍ୟରେ ପାଇଲଟ୍ ଯୁବତୀଙ୍କୁ ଦୀର୍ଘ ନିଶ୍ୱାସ ନେବାକୁ କୁହିଥିଲେ ଏବଂ ଯୁବତୀଙ୍କୁ ନ ଡରି ଗ୍ଲାଇଣ୍ଡିଗ ଉପଭୋଗ କରିବାକୁ ଉତ୍ସାହିତ କରିଥିଲେ। କିନ୍ତୁ ଯୁବତୀ ବାରମ୍ବାର ଗୋଟିଏ କଥା କହୁଥିଲେ, ମୋତେ ତଳକୁ ଉଲ୍ହାଓ ଭାଇ, ମୋତେ ତଳକୁ ଉଲ୍ହାଓ।

ମହିଳାଙ୍କର ଏହି ଭିଡିଓ ଦେଖିବା ପରେ ସମସ୍ତଙ୍କୁ ୨୦୧୯ ବର୍ଷର ସେହି ଭାଇରାଲ୍ ଭିଡିଓ ମନ ପଡିଯାଇଥିଲା, ଯେତେବେଳେ ଏପରି ଗ୍ଲାଇଣ୍ଡିଗ୍ ସମୟରେ ଜଣେ ବ୍ୟକ୍ତି ଏତେ ଭୟଭୀତ ହୋଇଯାଇଥିଲେ ଯେ, ସେ ନିଜକୁ ଦୁର୍ବ୍ୟବହାର କରୁଥିଲେ ଏବଂ ପାଇଲଟଙ୍କୁ ତାଙ୍କୁ ଓହ୍ଲାଇବାକୁ କହିଥିଲେ। ସେହି ଭାଇରାଲ୍ ଭିଡିଓଟି ଲୋକଙ୍କୁ ବହୁତ ହସାଇଥିଲା। ବର୍ତ୍ତମାନ ଏହି ମହିଳାଙ୍କ ଭାଇରାଲ୍ ଭିଡିଓ ଦେଖି ଲୋକମାନେ ସେମାନଙ୍କର ହସକୁ ବନ୍ଦ କରି ପାରୁ ନାହିଁନ୍ତି।



ଯୁବତୀ ତାଙ୍କ ସହିତ ଗୋ ପ୍ରୋ ନେଇ ଗ୍ଲାଇଣ୍ଡିଗ୍ ପାଇଁ ଯାଇଥିଲେ। ଭିଡିଓରେ ମହିଳା ଜଣକ କହିଛନ୍ତି ଯେ, ହଲନ୍ତୁ ନାହିଁ, ଯେତେବେଳେ ପାଇଲଟ୍ ଅବତରଣ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଦିଗ ବଦଳାଇବାକୁ ଚେଷ୍ଟା କରୁଥିଲେ, ମହିଳା ଜଣକ ପୁଣିଥରେ ଭୟଭୀତ ହୋଇଯାଇଥିଲେ ଏବଂ କାନ୍ଦି କାନ୍ଦି ପାଇଲଟଙ୍କୁ କହିଲେକି ଧୀରେ ଚଳାନ୍ତୁ। କ୍ରମାଗତ ଭାବରେ ତଳକୁ ଉଲହାଇବା ପାଇଁ କହିଲେ, କେବଳ ଏତିକି ତଳକୁ ଉଲ୍ହେଇବା ପାଇଁ ବାଧ୍ୟ କରନ୍ତି। କେବଳ ଏତିକି ନୁହେଁ ୧ ହଜାର ଟଙ୍କା ନେଇନିଅନ୍ତୁ, କିନ୍ତୁ ମୋତେ କୌଣସି ପ୍ରକାରରେ ଉଲାଇ ଦିଅନ୍ତୁ।

ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖିବା ପରେ ଲୋକମାନେ ମଜାଳିଆ ପୋଷ୍ଟ କରୁଛନ୍ତି, ମହିଳାଙ୍କ ଏହି କାନ୍ଦୁଥିବା ଭିଡିଓ ଭିପିନ ସାହୁଙ୍କ ଭିଡିଓକୁ ମନେ ପକାଉଛି। ଯିଏ ୨୦୧୯ ମସିହାରେ କିଏ ପାରାଗ୍ଲାଇଡିଂ କରିଥିଲା ବେଳେ କହିଥିଲେଯେ, ​​ସେ କହିଥଲେ ଭାଇ ୫୦୦ଟଙ୍କା ଅଧିକ ନିଅ କିନ୍ତୁ ମୋତେ ତଳେ ଉଲ୍ହାଇଦିଅ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *