SBI ର ଏହି ଖାତା ଦ୍ଵାରା କରନ୍ତୁ ରୋଜଗାର, Demat Account ଓପନିଂ କଲେ ମିଳିବ ୧୩୫୦ ଟଙ୍କାର ଫାଇଦା,ଜାଣନ୍ତୁ ସମ୍ପୂର୍ଣ ସୂଚନା

ଯଦି ଆପଣ ମଧ୍ୟ ନିଜର ରେଗୁଲାର ଜବ ସହିତ କିଛି ଏକ୍ସଟ୍ରା ଇନକମ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଭଲ ସୁଯୋଗ ହୋଇପାରେ | ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ SBI (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ) ନିଜ ଗ୍ରାହକଙ୍କୁ ଡୀମେଟ ଏବଂ ଟ୍ରେଡିଂ ଆକାଉଣ୍ଟ ଖୋଲିବାର ସୁବିଧା ଦେଉଛି | ଏହି ଆକାଉଣ୍ଟ ମାଧ୍ୟମରେ ଆପଣ ଟଙ୍କା ରୋଜଗାର କରିପାରିବେ | ଏହାସହିତ ଏହି ଖାତାରେ ଆପଣଙ୍କର ୧୩୫୦ ଟଙ୍କାର ସଞ୍ଚୟ ମଧ୍ୟ ହୋଇପାରିବ | କୁହାଯାଉଛି ଯେ ଡୀମେଟ ଏବଂ ଟ୍ରେଡିଂ ଆକାଉଣ୍ଟ ମାଧ୍ୟମରେ ଆପଣ ସେୟାର ବଜାର ଏବଂ ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ବିନିଯୋଗ କରିପାରିବେ |

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଟ୍ୱିଟ କରି କହିଛି ଯେ YONO ଆପ ମାଧ୍ୟମରେ ଡୀମେଟ ଏବଂ ଟ୍ରେଡିଂ ଆକାଉଣ୍ଟ ଓପନ କରିପାରିବେ | ୟୋନୋ ଆପରେ ଖାତା ଖୋଲନ୍ତୁ ଏବଂ ସଞ୍ଚୟ କରନ୍ତୁ ୧୩୫୦ ଟଙ୍କା | ଆପଣଙ୍କୁ କହିରଖୁଛୁ ଯେ ଏସବିଆଇ ଆପଣଙ୍କୁ ୮୫୦ ଟଙ୍କାର ଆକାଉଣ୍ଟ ମାଗଣାରେ ଖୋଲିବାକୁ ସୁଯୋଗ ଦେଉଛି, ଏହାସହିତ ସହିତ ପ୍ରଥମ ବର୍ଷ ପାଇଁ ୫୦୦ ଟଙ୍କାର ଫ୍ରି DP AMC ମିଳିବ |

ଆକାଉଣ୍ଟ ଖୋଲିବାର ସମ୍ପୂର୍ଣ୍ଣ ପ୍ରୋସେସ :-

– SBI ଗ୍ରାହକଙ୍କୁ ସର୍ବ ପ୍ରଥମେ ନିଜ ଫୋନରେ YONO ଆପ ଡାଉନଲୋଡ କରିବାକୁ ପଡିବ |

– YONO ଆପରେ ଲଗ୍ଇନ୍ କରନ୍ତୁ |

– ଏହା ପରେ ଆପଣଙ୍କୁ ଇନଭେଷ୍ଟମେଣ୍ଟ ଅପସନ ଉପରେ କ୍ଲିକ କରିବାକୁ ପଡିବ |

– ଏହା ପରେ ଆପଣଙ୍କୁ ଓପନ ଡୀମେଟ ଏବଂ ଟ୍ରେଡିଂ ଆକାଉଣ୍ଟ ଉପରେ କ୍ଲିକ କରିବାକୁ ପଡିବ |

– ପ୍ରୋସେସ ପୁରା ହେବାପରେ ଆପଣଙ୍କୁ ସବମିଟ ଉପରେ କ୍ଲିକ କରିବାକୁ ପଡିବ |

ଡୀମେଟ ଆକାଉଣ୍ଟ କ’ଣ ?

ଏହି ଆକାଉଣ୍ଟ ମାଧ୍ୟମରେ ଆପଣ ମାର୍କେଟରେ ଟଙ୍କା ବିନିଯୋଗ କରିପାରିବେ | ଯଦି ଆପଣ ଟ୍ରେଡିଂ କରିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କୁ ସର୍ବପ୍ରଥମେ ଏହି ଆକାଉଣ୍ଟ ଖୋଲିବାକୁ ପଡିବ | ସେୟାରରେ ଅନଲାଇନ ବିନିଯୋଗ କରିବା ପାଇଁ ଡୀମେଟ ଆକାଉଣ୍ଟ ଥିବା ନିହାତି ଆବଶ୍ୟକ ଅଟେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *