ଭାରତ ବନାମ ଇଂଲଣ୍ଡ : ଏହି ପାଞ୍ଚ ଜଣ ଖେଳାଳିଙ୍କ ପାଇଁ ତୃତୀୟ T-20 ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଲା,ଜାଣନ୍ତୁ କଣ ସବୁ କାରଣ

ଇଂଲଣ୍ଡ ବିପକ୍ଷ ତୃତୀୟ t-20 ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା ଓ ଏହି ମ୍ୟାଚରେ ଭାରତୀୟ ଦଳକୁ ଭ୍ରମଣକାରୀ ଦଳ ଇଂଲଣ୍ଡ 8 ଉଇକେଟରେ ହରାଇ ଦେଇଛି । ବିଜୟ ସହିତ ଇଂଲଣ୍ଡ ପାଞ୍ଚ ମ୍ୟାଚ ବିଶିଷ୍ଟ t-20 ସିରିଜରେ 1-2 ରେ ଆଗୁଆ ରହିଛି । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ 20 ଓଭରରେ 6 ଉଇକେଟ ହରାଇ 156 ରନ କରିଥିଲା । ଜବାବରେ ଇଂଲଣ୍ଡ ଆହୁରି 10ଟି ବଲ ବାକି ଥାଇ ବିଜୟ ଲକ୍ଷ୍ୟ ପ୍ରାପ୍ତ କରିଥିଲା । ଆସନ୍ତୁ ଜାଣିବା ସେହି ପାଞ୍ଚ ଖେଳାଳିଙ୍କ ବିଷୟରେ ଯାହାପାଇଁ ଭାରତୀୟ ଦଳ ହାରିଥିଲା।

କେଏଲ ରାହୁଲ :-

ଭାରତୀୟ ଦଳର ଷ୍ଟାର ଓପନର କେଏଲ ରାହୁଲ ପୁଣିଥରେ ନିରାଶ କରିଛନ୍ତି । ସେ ବାରମ୍ବାର ଫ୍ଲପ ହେଉଛନ୍ତି । ଭାରତୀୟ ଟିମ ତାଙ୍କୁ ଭରସା କରି ତୃତୀୟ ଥର ପାଇଁ ଓପନ କରିବାକୁ ମୌକା ଦେଇଥିଲା କିନ୍ତୁ ସେ ପୁଣିଥରେ ଶୂନ ରନକରି ଆଉଟ ହୋଇଯାଇଛନ୍ତି । ସେ ନିଜର ଶେଷ 4ଟି ପାଳିରୁ 3ଥର ଶୂନରେ ଆଉଟ ହୋଇଛନ୍ତି ।

ଇଶାନ କିଷାନ :-

ନିଜର ଡେବ୍ୟୁରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବତାରକା ଇଶାନ କିଷାନ ନିଜର ଦ୍ଵିତୀୟ t-20 ମ୍ୟାଚରେ ଫେଲ ମାରିଛନ୍ତି । ସେ ଏହି ମ୍ୟାଚରେ 9ଟି ବଲରୁ ମାତ୍ର 4 ରନକରି ଜୋର୍ଡାନଙ୍କ ଶିକାର ହୋଇଥିଲେ । ନିଜର ଡେବ୍ୟୁ ମ୍ୟାଚରେ ସେ 56 ରନର ଶାନ୍ଦର ପାଳି ଖେଳିଥିଲେ ।

ଶ୍ରେୟାସ ଆୟର:-

ଷଷ୍ଠ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ଶ୍ରେୟାସ ଆୟର ମଧ୍ୟ କୌଣସି ଖାଆସ ପ୍ରଦର୍ଶନ କରିନଥିଲେ । ସେ ମାତ୍ର 9 ରନ ବନାଇ ଆଉଟ ହୋଇଯାଇଥିଲେ ।

ଯୁଜବେନ୍ଦ୍ର ଚହଲ :-

ବିଗତ ତିନି ମ୍ୟାଚରେ ଯୁଜବେନ୍ଦ୍ର ଚହଲଙ୍କ ପ୍ରଦର୍ଶନ କିଛି ଖାଆସ ରହିନାହିଁ । ବୋଲିଂରେ ସେ ବହୁତ ମହଙ୍ଗା ହୋଇଛନ୍ତି। ଆଜି ସେ 4 ଓଭରରେ 41 ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ ।

ଶାର୍ଦୁଲ ଠାକୁର :-

ଦ୍ରୁତ ବୋଲରଙ୍କ କଥା କହିବାକୁ ଗଲେ ଶାର୍ଦୁଲ ଠାକୁର ମଧ୍ୟ ଫେଲ ହୋଇଛନ୍ତି । ସେ 3.2 ଓଭରରେ 36 ରନ ବ୍ୟୟ କରି ବହୁତ ମହଙ୍ଗା ପଡ଼ିଥିଲେ ଓ କୌଣସି ଉଇକେଟ ମଧ୍ୟ ପାଇନଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *