ଅଲଗା ପ୍ରକାରର ଟ୍ୟାଲେଣ୍ଟରେ : ଦୁଇବର୍ଷର ପରିଶ୍ରମ ପରେ ଏହି ବ୍ୟକ୍ତି କାଠରେ ତିଆରି କଲେ ରୟାଲ ଏନଫିଲ୍ଡ ବୁଲେଟ୍,ଦେଖନ୍ତୁ ଭିଡ଼ିଓ

କୁହାଯାଏ ପ୍ରତ୍ୟେକ ବ୍ୟକ୍ତି ପାଖରେ କିଛି ନା କିଛି ଟ୍ୟାଲେଣ୍ଟ ଲୁଚିଥାଏ|ପୁଣି ଭାରତରେ ଆପଣଙ୍କୁ ଏକାଧିକ କଳାକାର ମିଳିବେ|କିଛି ଲୋକଙ୍କ ଏମିତି କାରୁକାର୍ଯ୍ୟ ଫଳରେ ମାଟି ମଧ୍ୟ ସୁନା ହୋଇଯାଏ|ଏବେ କେରଳର ଏହି ବ୍ୟକ୍ତିଙ୍କ କଥା କୁହନ୍ତୁ,ଯିଏ କାଠରେ ରୟାଲ ଏନଫିଲ୍ଡ ବୁଲେଟ୍ ବନାଇଲେ|

ଆମେ ସମସ୍ତେ କାଠରେ ଅଲଗା ଅଲଗା ଫର୍ଣିଚର ତିଆରି ହୋଇଥିବା ଦେଖିଥାନ୍ତି,କିନ୍ତୁ ଏହି ବ୍ୟକ୍ତିଙ୍କ ଟ୍ୟାଲେଣ୍ଟ ଅଲଗା ଲେବଲର |ସେ ଅସଲରେ ଦେଖାଯାଉଥିବା ସୁନ୍ଦର ରୟାଲ ଏନଫିଲ୍ଡ ବୁଲେଟ କାଠରେ କାରିଗରୀ କରି ବନେଇଛନ୍ତି|ଏବେ ସୋସିଆଲ ମିଡିଆରେ ଏହି ବ୍ୟକ୍ତିଙ୍କ କାରୁକାର୍ଯ୍ୟ ଭାଇରାଲ ହେଉଛି|

ଏହି ଅନୈଖା କାରୁକାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ନାମ ଜିହଦିନ କାରୁଲାଇ ଅଟେ|ସେ ପେଶାରେ ଜଣେ ଇଲେକ୍ଟ୍ରିସିଆନ୍ ଅଟନ୍ତି,କିନ୍ତୁ ସଉକ୍ ଓ ଟ୍ୟାଲେଣ୍ଟ ଏହିଭଳି କାରୁକାର୍ଯ୍ୟ ହୋଇଥିଲା|କେରଳ ନିବାସୀ ଜିହୁଦିନ କରୁଲାଇଙ୍କୁ କାଠରେ ଅତି ସୁନ୍ଦର କାରୁକାର୍ଯ୍ୟ ସହ ରୟାଲ ଏନଫିଲ୍ଡ ବନାଇବାକୁ ପୁରା ଦୁଇବର୍ଷ ଲାଗିଥିଲା|ସେ ଦିନରାତି ୨୪ ମାସ ପରିଶ୍ରମ ଫଳରେ ଏହି କାରୁକାର୍ଯ୍ୟ ପ୍ରସ୍ତୁତ କରିଛନ୍ତି|

ଏବେ ସୋସିଆଲ ମିଡିଆରେ ଜିହଦିନଙ୍କ ଏହି ଅନୈଖା କାରୁକାର୍ଯ୍ୟ ଭାଇରାଲ ହେଉଛି|ଯିଏଭି କାଠରେ ନିର୍ମିତ ଏହି ବୁଲେଟକୁ ଦେଖିଲା ସେ ଦେଖିକି ଆଶ୍ଚର୍ଯ୍ୟ ହେଲା|ସମସ୍ତେ କହୁଥିଲେ ଭାଇର ଟ୍ୟାଲେଣ୍ଟ ଗଜବ|ସବୁଠାରୁ ଖାସ କଥା ଏହା ଯେ କାଠରେ ନିର୍ମିତ ଏହି ବୁଲେଟକୁ ଦେଖିବାପରେ ଜଣାପଡ଼େ ନାହିଁ ଯେ ଏହା କାଠରେ ନିର୍ମିତ|

ଏହି ବୁଲେଟର ଟାୟାର ତିଆରି ପାଇଁ ମାଲେସିଆର କାଠ ଉପଯୋଗ କରାଯାଇଥିଲା|ଅନ୍ୟ ପ୍ୟାନେଲ ନିମନ୍ତେ ରୋଜଉଡ୍ ଓ ଟିକ୍ ଉଡର ବ୍ୟବହାର ହୋଇଥିଲା|

ୟୁଟବରେ ଜିହଦିନଙ୍କ ଏକ ଭିଡିଓ ରହିଛି|ଏଥିରେ ତାଙ୍କ ପରିଶ୍ରମ ଆପଣ ପାଖରୁ ଦେଖି ପାରିବେ|ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚିତ|

କହିରଖେ ଯେ ଏହା ପ୍ରଥମ ଥର ନୁହେଁ,ଯାହା ଜିହଦିନ କାଠରେ ବୁଲେଟ୍ ବନେଇବାକୁ ଚେଷ୍ଟା କରିଛନ୍ତି|ଏହା ପୂର୍ବରୁ ରୟାଲ ଏନଫିଲ୍ଡର ଆଉ ଏକ ମଡେଲ ମଧ୍ୟ ବନାଇଛନ୍ତି|ସେତେବେଳେ ମଧ୍ୟ ଏହି କାରୁକାର୍ଯ୍ୟର ପ୍ରଶଂସା ହୋଇଥିଲା|ତାଙ୍କର ଏହି କାର୍ଯ୍ୟକୁ ଦେଖିକି ପ୍ରେରଣା ମିଳେ ଯେ ଚେଷ୍ଟା ଦ୍ଵାରା ସମସ୍ତ କାର୍ଯ୍ୟ ସମ୍ଭବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *