ଏଠାରେ ଜେ-ଲ ପରିସରରେ ଥିବା ୬ଟି ପେଟ୍ରୋଲ ପମ୍ପରେ କାମ କରୁଛନ୍ତି ୧୦୦ ରୁ ଅଧିକ କ-ଏ-ଦୀ,ଦିନକୁ ମିଳିଥାଏ ଏତେ ଟଙ୍କା ଦରମା

ଜେ-ଲ-ରେ ଦଣ୍ଡିତ ହୋଇଥିବା କ-ଏ-ଦୀ ମାନଙ୍କର ଜୀବନ ସ୍ତରକୁ ସୁଧାରିବା ପାଇଁ ସର୍ବଦା ଅନେକ ପ୍ରକାରର କାର୍ଯ୍ୟ ଯୋଗାଇ ଦିଆଯାଇଥାଏ। ଏପରି ପରିସ୍ଥିତିରେ ରାଜସ୍ଥାନର ଜେଲରେ ବନ୍ଦୀ ହୋଇଥିବା କଏଦୀ ମାନଙ୍କୁ ମଧ୍ୟ ଜୀବନକୁ ସୁଧାରିବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ଜେଲ ପରିସରରେ ଥିବା ପେଟ୍ରୋଲ ପମ୍ପରେ କାମ ପାଇଁ ତାଲିମ୍ ଦିଆଯାଉଛି। ଏହି କଥାର ସୂଚନା ରାଜସ୍ଥାନ ଜେଲର ମହାନିର୍ଦ୍ଦେଶକ ରାଜୀବ ଦାସୋତ ଦେଇଛନ୍ତି।

ସୂଚନାନୁଯାୟୀ ରାଜସ୍ଥାନରେ ଜେଲ ପରିସରରେ ଥିବା ମୋଟ 6 ଟି ପେଟ୍ରୋଲ ପମ୍ପରେ 100 ରୁ ଅଧିକ କ-ଏ-ଦୀ କାମ କରୁଛନ୍ତି। ଯେଉଁଠାରେ କଏଦୀମାନେ ହିଁ ପେଟ୍ରୋଲ ପମ୍ପକୁ ପରିଚାଳନା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ପ୍ରତିଦିନ ହିସାବରେ ଦରମା ମଧ୍ୟ ଦିଆଯାଉଛି। ଜେଲ ମହାନିର୍ଦ୍ଦେଶକ ରାଜୀବ ଦାସୋତ କହିଛନ୍ତି ଯେ ଏହି କାର୍ଯ୍ୟ ମାଧ୍ୟମରେ ଜେ-ଲ-ରେ ଦଣ୍ଡିତ କଏଦୀମାନଙ୍କୁ ଆତ୍ମନିର୍ଭରଶୀଳ ହେବାରେ ମଧ୍ୟ ସାହାଯ୍ୟ ମିଳିବ । ଯାହାଦ୍ୱାରା ଜେ-ଲ ଦଣ୍ଡ ଶେଷ ହେବା ପରେ ସେମାନଙ୍କୁ କାମ ମିଳିବାରେ ସହଜ ହୋଇଯିବ।

ରାଜୀବ ଦାସୋତଙ୍କ ଅନୁଯାୟୀ ସେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟରେ 12 ଟି ସ୍ଥାନରେ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଏଠାରେ କାମ କରୁଥିବା କଏଦୀଙ୍କୁ ପ୍ରଶିକ୍ଷିତ କରାଯାଇଥାଏ ଏବଂ ସେମାନଙ୍କୁ ଦିନକୁ 249 ଟଙ୍କା ଦରମା ମଧ୍ୟ ଦିଆଯାଏ, ଯାହାକି ସେମାନଙ୍କ ବ୍ୟାଙ୍କ୍ ଖାତାକୁ ଟ୍ରାନ୍ସଫର୍ କରି ଦିଆଯାଏ। ରାଜୀବ ଦାସୋତ କହିଛନ୍ତି ଯେ ଜୟପୁର ପେଟ୍ରୋଲ ପମ୍ପରେ ଗତ ବର୍ଷ 1 କୋଟି ଟଙ୍କା ବିକ୍ରି ହୋଇଛି ଏବଂ ବର୍ତ୍ତମାନ ଏହାର ଲକ୍ଷ୍ୟ ପ୍ରତିମାସରେ 3 କୋଟି ଟଙ୍କା ରଖାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *