ଏବେ ଆଇପିଏଲରେ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷାନଙ୍କୁ ରଖି ପାରିବନାହିଁ ମୁମ୍ବାଇ ଇଣ୍ଡିଆନ୍ସ । ଜାଣନ୍ତୁ ଏହାର କାରଣ

ଭାରତୀୟ ଦଳ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାଞ୍ଚ ମ୍ୟାଚ ବିଶିଷ୍ଟ t-20 ସିରିଜର ଦ୍ବିତୀୟ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ବିଜୟ ହାସଲ କରିଛି । ଇଂଲଣ୍ଡ ବିପକ୍ଷ ପ୍ରଥମ t-20 ମ୍ୟାଚ 8 ଉଇକେଟରେ ହାରିବାପରେ ବର୍ତ୍ତମାନ ଦଳ ଦୁଇଟି ପରିବର୍ତ୍ତନ କରିଛି । ଶିଖର ଧାବନଙ୍କ ସ୍ଥାନରେ ଇଶାନ କିଷାନ ଓ ଅକ୍ଷର ପଟେଲଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ମୌକା ଦେଇଛି । ଏଥିସହ ଏହା ସ୍ପଷ୍ଟ ହୋଇଯାଇଛି କି, ଏଥର ମୁମ୍ବାଇ ଇଣ୍ଡିଆନ୍ସ ଇଶାନ କିଷାନ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ନିଜ ଦଳରେ ରଖି ପାରିବନାହିଁ ।

ଯେମିତି ଇଶାନ କିଷାନ ଓ ସୂର୍ଯ୍ୟକୁମାର ଯାଦବ ଇଣ୍ଟରନାଶନାଲ କ୍ରିକେଟରେ ଡେବ୍ୟୁ କଲେ ତ ଭାରତୀୟ ଅନ୍ତର୍ଜାତୀୟ କ୍ରିକେଟର ହୋଇଗଲେ । ଇଶାନ କିଷାନ ଏହି ମ୍ୟାଚରେ ଶାନଦାର 56 ରନର ପାଳି ଖେଳିଥିଲେ ସେହିପରି ସୂର୍ଯ୍ୟକୁମାରଙ୍କ ପାଳି ଆସିନଥିଲା । ଏହାସହ ମୁମ୍ବାଇ ଇଣ୍ଡିଆନ୍ସର ମୁସ୍କିଲ ଇଶାନ ଓ ସୂର୍ଯ୍ୟକୁମାରଙ୍କୁ ନେଇ ବଢିଯାଇଛି । 2022 ଆଇପିଏଲରେ ସୂର୍ଯ୍ୟକୁମାର ଓ ଇଶାନ ଅନ୍ୟ ଦଳପାଇଁ। ଖେଳିବାର ନଜର ଆସିପାରନ୍ତି ।

ଟୁର୍ଣ୍ଣାମେଣ୍ଟ ବଢିବା କାରଣରୁ ବିସିସିଆଇ କୁ ମେଗା ଅକ୍ସନ ଆୟୋଜିତ କରିବାକୁ ପଡ଼ିବ କାରଣ ଆଗାମୀ ଆଇପିଏଲରେ ଦୁଇଟି ଅଧିକ ଆଇପିଏଲ ଟିମ ଭାଗ ନେଉଛି । ଏମିତିରେ ମୁମ୍ବାଇ ଇଣ୍ଡିଆନ୍ସ ଏହି ଦୁଇ ଖେଳାଳିଙ୍କୁ ରିଟେନ କରିପାରିବନାହିଁ । ଆଇପିଏଲ ନିୟମ ମୁତାବିକ, ଗୋଟିଏ ଫ୍ରାଞ୍ଚାଇଜ ନିଜ ଦଳରେ ତିନୋଟି ଭାରତୀୟ ଖେଳାଳିଙ୍କୁ ହିଁ ରଖିପାରିବ ଓ ରାଇଟ ଟୁ ମ୍ୟାଚ କାର୍ଡ଼ ଦେଖାଇ ଗୋଟିଏ ଅନକ୍ୟାପ ଖେଳାଳି ଓ ଆଉ ଏକ ବିଦେଶୀ ଖେଳାଳିଙ୍କୁ ମଧ୍ୟ ରଖିପାରିବ । ଏମିତିରେ ସିନିୟର ଖେଳାଳିଙ୍କୁ ଆଖି ଆଗରେ ରଖି ଲାଗୁଛି ମୁମ୍ବାଇ ରୋହିତ ଶର୍ମା, ହାର୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାଙ୍କୁ ନିଜ ଦଳରେ ରଖିପାରିବ ଓ ଇଶାନ, ସୂର୍ଯ୍ୟକୁମାରଙ୍କୁ ଅକ୍ସନକୁ ଛାଡ଼ିଦେଵ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *