ମନୁଷ୍ୟଙ୍କ ସ୍ପର୍ମ ସହିତ ପ୍ରାୟ ୬୭ ଲକ୍ଷ ପ୍ରଜାତିଙ୍କ DNAକୁ ଚନ୍ଦ୍ରରେ ଷ୍ଟୋର କରିବାକୁ ଚାହୁଁଛନ୍ତି ବୈଜ୍ଞାନିକ । କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆମେରିକାର ଏକ ବୈଜ୍ଞାନିକ ଚାହୁଁଛନ୍ତି କି, ସେ ଚନ୍ଦ୍ରରେ ମାନବଙ୍କ ସ୍ପର୍ମ, ମହିଳାଙ୍କ ଅଣ୍ଡକୋଷ ଓ ଉଦ୍ଭିଦ ମାନଙ୍କର ସ୍ପର୍ମକୁ ଷ୍ଟୋର ରଖିବାକୁ ଚାହୁଁଛନ୍ତି । ଏହାକୁ କ୍ରାୟୋଜେନିକଲି ଭାବରେ ଫ୍ରିଜ କରି ରଖାଯାଇପାରିବ । ଏହାକୁ ରଖିବାପାଇଁ ବୈଜ୍ଞାନିକ ମାନେ ନୋହାସ ଆର୍କ ଭଳି ଲୁନାର ଆର୍କ କରାଯାଇ ତାକୁ ରଖିବାକୁ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ଏବେଏବେ ହୋଇଥିବା Aerospace Conferenceରେ ଦିଆଯାଇଛି ।

ଏରିଜୋନା ୟୁନିଭରସିଟିର ବିଶେଷଜ୍ଞ ଜେକନ ଥାଙ୍ଗା କହିଲେ କି, ଧରିତ୍ରୀରେ ଥିବା ସମସ୍ତ ପ୍ରଜାତିର DNA ଯଦି ଚନ୍ଦ୍ରରେ ଷ୍ଟୋର କରାଯାଉଛି ତାହେଲେ ଏହା ଦୁନିଆର ଆଧୁନିକ ଇନ୍ସୁରାନ୍ସ ପଲିସି ହେବ । ଜେକନ କହିଲେ ଏଥିପାଇଁ ଆମକୁ ଲୁନାର ଆର୍କ ବନାଇବାକୁ ହେବ ।

ଜେକନ ଅନୁସାରେ, ଲୁନାର ଆର୍କ ଏକ ପ୍ରକାରର ଜିନ ବ୍ୟାଙ୍କ ହେବ । ଯାହାକି ଏକ ଟ୍ୟୁବ ଭଳି ହେବ । ଏହାକୁ ଚନ୍ଦ୍ରର ସେହି ଗୁମ୍ଫାରେ ରଖାଯିବ ଯାହାକି ବର୍ତ୍ତମାନ ଥଣ୍ଡା ପଡିଯାଇଛି । ଏହି ଗୁମ୍ଫା 300 କୋଟି ବର୍ଷ ପୁରୁଣା ଅଟେ ।

ଜେକନ ଥାଙ୍ଗାଙ୍କ ମୁତାବିକ, ଏହି କାର୍ଯ୍ୟରେ ଚନ୍ଦ୍ରକୁ ମୋଟ 250 ରକେଟ ଛଡ଼ାଯିବ । ଏଥିରେ ଅନ୍ୟ ମାନେ ମଧ୍ୟ ଜେକନଙ୍କ ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି । ଏଥିରେ ଭବିଷ୍ୟତରେ ତାଙ୍କର ଜିନ୍ସ ସୁରକ୍ଷିତ ରହିପାରିବେ ।

ଜେକନ କୁହନ୍ତି କି, ଆମର ଓ ପ୍ରକୃତି ମଧ୍ୟରେ ବହୁତ ସମ୍ବନ୍ଧ ରହିଛି । ଜେକନ ଏରିଜୋନା ୟୁନିଭରସିଟିର ସ୍ପେସ ଆଣ୍ଡ ଟେରିଷ୍ଟରିଆଲ ରୋବଟିକ ଏକ୍ସପ୍ଲୋରେସନ ଲାବୋରେଟୋରିର ପ୍ରମୁଖ ଅଟେ । ଜେକନ କହିଛନ୍ତି, ଆମେ ଆମର ବାୟୋଡ଼ାଇଭର୍ସିଟିକୁ ସୁରକ୍ଷିତ ରଖିବାପାଇଁ ଏହିପରି କରିବାକୁ ହେବ । ଏମିତି ନକଲେ ଭବିଷ୍ୟରେ ଏହା ନଷ୍ଟ ହୋଇପାରେ ।

ଯଦି ଚନ୍ଦ୍ରରେ ଏହିପରି ଲୁନାର ଆର୍କ ବନାଯିବ ତାହେଲେ ଭବିଷ୍ୟତରେ ଜୈବ ବିବିଧତା ଠିକ ରହିବ । ଜେକନଙ୍କ କହିବାହେଲା, ଭବିଷ୍ୟତରେ ଯଦି ପୃଥିବୀ ପୃଷ୍ଠରେ କୌଣସି ପ୍ରକାର ଭୁମିକମ୍ପ, ପ୍ରଳୟ କିମ୍ବା ବନ୍ୟା ଯାହାଦ୍ୱାରା ମାନବ ଲୋପ ପାଇବେ ସେତେବେଳେ ଚନ୍ଦ୍ରରେ ଏହା ଉପଲବ୍ଧ ଥିବ। ଏହି ଜିନ୍ସ ସେତେବେଳେ ଜୀବ ମାନଙ୍କୁ ଜନ୍ମ ଦେବାରେ ସାହାର୍ଯ୍ୟ କରିବ ।

ଲୁନାର ଆର୍କକୁ ଚନ୍ଦ୍ରର ପୃଷ୍ଠରେ ଭିତରେ ତିଆରି କରାଯିବ । ଚନ୍ଦ୍ରରେ କୌଣସି ପ୍ରକାର ସମୁଦ୍ର, ଜ୍ବଳମୁଖୀ ନଥିବାରୁ ଏହା ପ୍ରାକୃତିକ ବିପର୍ଯ୍ୟୟରୁ ବହୁତ ସୁରକ୍ଷିତ ଦେବ ଓ ଏହା ସୋଲାର ପ୍ୟାନେଲ ଦ୍ୱାରା ମଧ୍ୟ ଉର୍ଜା ଦେବ । ଛୋଟ ଛୋଟ ଉଲ୍କାପିଣ୍ଡ ଠାରୁ ଏହାକୁ କୌଣସି କ୍ଷତି ନାହିଁ । ଲୁନାର ଆର୍କ ବନାଇବା ପାଇଁ ଜେକନ ଲାଭା ଟ୍ୟୁବସ କଥା ଉଠାଇଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *