୨ ବର୍ଷ ହେଲାଣି ଗୋଟିଏ ମଧ୍ୟ ୨୦୦୦ ଟଙ୍କିଆ ନୋଟ ଛପା ଯାଇନାହିଁ, ପ୍ରକୃତରେ କଣ ରହିଛି ସରକାରଙ୍କ ପ୍ଲାନ,ଜାଣନ୍ତୁ

ଧୀରେ ଧୀରେ ୨୦୦୦ ଟଙ୍କିଆ ନୋଟ ସରକୁଲେସନରେ କମ କାହିଁକି ହେଉଛି ? ଏଟିଏମ ମେସିନରୁ ମଧ୍ୟ ୨୦୦୦ ଟଙ୍କିଆ ନୋଟ କମ ବାହାରୁଛି ? ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା ଯେ ପ୍ରକୃତରେ ୨୦୦୦ ଟଙ୍କିଆ ନୋଟ କମ ହେବା ପଛରେ କାରଣ କ’ଣ ? ଯାହାର ଉତ୍ତର ବର୍ତ୍ତମାନ ସରକାର ହିଁ ଦେଇଛନ୍ତି |

ସରକାର ଲୋକସଭାରେ କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ ୨ ହଜାର ଟଙ୍କିଆର ଗୋଟିଏ ବି ନୋଟ ଛପା ଯାଇନାହିଁ | ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ସଂସଦରେ ଏହି ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ ନୋଟର ପ୍ରିଣ୍ଟିଙ୍ଗକୁ ନେଇ ଆରବିଆଇ ସହ ଆଲୋଚନା କରି ସରକାର ନିଷ୍ପତ୍ତି ନିଅନ୍ତି | ଏପ୍ରିଲ ୨୦୧୯ ଠାରୁ ଗୋଟିଏ ବି ନୁଆଁ ୨୦୦୦ ଟଙ୍କିଆ ବ୍ୟାଙ୍କ ନୋଟ ଛପା ଯାଇନାହିଁ |

କେବଳ ଏତିକି ନୁହେଁ, ଅନୁରାଗ ଠାକୁର କହିଛନ୍ତି ଯେ ଗତ ତିନିବର୍ଷ ମଧ୍ୟରେ ଲଗାତାର ୨୦୦୦ ଟଙ୍କିଆ ନୋଟ ପ୍ରଚଳନରେ ହ୍ରାସ ହୋଇଛି | ସେ କହିଛନ୍ତି ଯେ ମାର୍ଚ୍ଚ ୩୦ ତାରିଖ ୨୦୧୮ ରେ ୨୦୦୦ ଟଙ୍କାର ୩୩୬.୨ କୋଟି ନୋଟ ସରକୁଲେସନରେ ଥିଲା, ଯେତେବେଳେ କି ଫେବୃଆରୀ ୨୬ ତାରିଖ ୨୦୨୧ ରେ ଏହାର ସଂଖ୍ୟା ହ୍ରାସ ହୋଇ ୨୪୯.୯ କୋଟି ହୋଇଛି | ସେହିପରି ମାର୍ଚ୍ଚ ୨୦୨୦ ର ଶେଷ ସୁଦ୍ଧା ପ୍ରଚଳନରେ ଥିବା ୨,୦୦୦ ଟଙ୍କିଆ ନୋଟ ସଂଖ୍ୟା ୨୭୩.୯ କୋଟି ଥିଲା | ଯେତେବେଳେ କି ମାର୍ଚ୍ଚ -୨୦୧୯ର ଶେଷରେ ୨୦୦୦ ଟଙ୍କିଆ ନୋଟ ସଂଖ୍ୟା ୩୨୯.୧ କୋଟି ଥିଲା |

ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଦିନ ସଂସଦରେ ଏକ ଲିଖିତ ଉତ୍ତରରେ କହିଛନ୍ତି, “କୌଣସି ମୂଲ୍ୟର ବ୍ୟାଙ୍କ ନୋଟଗୁଡିକର ଛାପିବା ନିଷ୍ପତ୍ତି ସାଧାରଣ ଜନତାଙ୍କ କାରବାରର ଚାହିଦାକୁ ପୁରା କରିବାପାଇଁ RBI ର ପରାମର୍ଶ କ୍ରମେ ନିଆଯାଇଥାଏ |’ ସେ କହିଛନ୍ତି ଯେ ୨୦୧୯-୨୦ ଏବଂ ୨୦୨୦-୨୧ ରେ ୨୦୦୦ ଟଙ୍କିଆ ନୋଟ ଛପା ଯିବାର ଅର୍ଡର ଦିଆଯାଇନଥିଲା |

କେନ୍ଦ୍ର ସରକାରଙ୍କ ଅନୁଯାୟୀ କହିବାକୁ ଗଲେ ୨୦୦୦ ଟଙ୍କିଆ ବ୍ୟାଙ୍କ ନୋଟ ଛାପିବାର ବନ୍ଦ କରିବା ନିଷ୍ପତ୍ତି ଏହାର ହୋର୍ଡିଂ ବନ୍ଦ କରିବା ଏବଂ କଳା ଟଙ୍କା ଉପରେ ରୋକ ​​ଲଗାଇବା ପାଇଁ ନିଆଯାଇଛି |

ଗୋଟିଏ ରିପୋର୍ଟ ଅନୁଯାୟୀ, ୨୦୧୮ ରୁ ତିନି ବର୍ଷ ମଧ୍ୟରେ ଯେଉଁଠାରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ହ୍ରାସ ପାଇଛି, ସେହିପରି ଏହି ସମୟରେ ୫୦୦ ଏବଂ ୨୦୦ ଟଙ୍କିଆ ନୋଟର ପ୍ରସାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି | ମୂଲ୍ୟ ଏବଂ ପରିମାଣ ଉଭୟ ହିସାବରେ ୫୦୦ ଏବଂ ୨୦୦ ଟଙ୍କିଆ ନୋଟର ପ୍ରସାର ବଢିଛି |

ରିପୋର୍ଟ ଅନୁଯାୟୀ, ପ୍ରଚଳନ ମୋଟ ମୁଦ୍ରା ଗୁଡିକରେ ୨,୦୦୦ ଟଙ୍କିଆ ନୋଟର ଅଂଶ ମାର୍ଚ୍ଚ ୨୦୨୦ ଶେଷ ସୁଦ୍ଧା ହ୍ରାସ ହୋଇ ୨.୪ ପ୍ରତିଶତ ହୋଇଯାଇଥିଲା | ଏହା ମାର୍ଚ୍ଚ ୨୦୧୯ ଶେଷ ସୁଦ୍ଧା ୩ ପ୍ରତିଶତ ଏବଂ ମାର୍ଚ୍ଚ ୨୦୧୮ ଶେଷ ସୁଦ୍ଧା ୩.୩ ପ୍ରତିଶତ ଥିଲା |

ସୂଚନାଯୋଗ୍ୟ ଯେ ନଭେମ୍ବର ୨୦୧୬ ରେ ବିମୁଦ୍ରୀକରଣ ଘୋଷଣା ପରେ ସରକାର ୨ ହଜାର ଟଙ୍କିଆ ନୋଟ ପ୍ରଥମଥର ପାଇଁ ଜାରି କରିଥିଲେ | ବିମୁଦ୍ରୀକରଣରେ ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ବେଆଇନ ଘୋଷଣା କରିଦେଇଥିଲେ | ୨୦୦୦ ଟଙ୍କିଆ ନୋଟ ଜାରି କରିବା ପଛରେ ସରକାରଙ୍କ ଯୁକ୍ତି ଥିଲା ଯେ ଏହାଦ୍ୱାରା କଳା ଟଙ୍କା ରୋକିବାରେ ସଫଳତା ମିଳିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *