ଭାରତ ବନାମ ଇଂଲଣ୍ଡ : ଶେଷ ତିନୋଟି ଟି-୨୦ ମ୍ୟାଚରେ ଦର୍ଶକଙ୍କୁ ଷ୍ଟାଡିଅମରେ ପ୍ରବେଶ ନିଷେଧ,ଟିକେଟ ପଇସା ପାଇବେ ଫେରସ୍ତ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳିବାକୁ ଥିବା ବାକି ଟି-୨୦ ସିରିଜର ବଳକା ମୁକାବିଲାରେ ଦର୍ଶକଙ୍କୁ ପ୍ରବେଶ ନିଷେଧ|ଗୁଜରାଟ କ୍ରିକେଟ ସଂଘ ସୋମବାର ଏହି ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିଛନ୍ତି|ଜିସିଏ ଅନୁଯାୟୀ ଏହି ନିଷ୍ପତ୍ତି କୋଭିଡ-୧୯ ସଂକ୍ରମଣ ବୃଦ୍ଧି ମାମଲାକୁ ଦେଖିକି ନିଆଯାଇଛି|

ଜିସିଏ ଉପାଧ୍ୟକ୍ଷ ଧନରାଜ ନାଥବାନି ତୃତୀୟ ଟି-୨୦ର ଠିକ ଦିନେ ପୂର୍ବରୁ ବୟାନ ଜାରି କରି କହିଛନ୍ତି ଯେ ୧୬,୧୮ଓ ୨୦ ମାର୍ଚ୍ଚରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁଥିବା ତିନି ଟି-୨୦ ମୁକାବିଲାରେ ଦର୍ଶକଙ୍କ ବିନା ଖାଲି ଷ୍ଟାଡିୟମରେ ଖେଳାଯିବ|ଯେଉଁ ଲୋକମାନେ ଏହି ମ୍ୟାଚ ପାଇଁ ଟିକେଟ କିଣିଥିଲେ ସେମାନଙ୍କ ଟଙ୍କା ଫେରସ୍ତ ଦିଆଯିବ|

କ୍ରିକେଟ ମହାସଂଘ ସୋମବାର ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ‘କରୋନା ମହାମାରୀର ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ଜିସିଏ ଏହା ନିଷ୍ପତ୍ତି ନେଇଛି ଯେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁଥିବା ତିନି ଟି-୨୦ ମୁକାବିଲା ଖାଲି ଷ୍ଟାଡିୟମରେ ଖେଳାଯିବ ଓ ଦର୍ଶକଙ୍କୁ ତାଙ୍କର ଟଙ୍କା ନିୟମ ଅନୁସାରେ ଫେରସ୍ତ କରାଯିବ|

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ସିରିଜର ଆରମ୍ଭ ଦୁଇ ମୁକାବିଲାରେ ୫୦% ଦର୍ଶକଙ୍କୁ ଷ୍ଟାଡିୟମ ଆସିବାକୁ ମଞ୍ଜୁରୀ ଦିଆଯାଇଥିଲା|କିନ୍ତୁ ଏବେ ଏମିତି ହେଵ ନାହିଁ|କହିରଖେ ସିରିଜରେ ଭାରତ ଓ ଇଂଲଣ୍ଡ ଦଳ ଗୋଟିଏ ଗୋଟିଏ ମୁକାବିଲାରେ ଜିତି ସିରିଜରେ ବରାବର ସ୍ଥିତିରେ ଅଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *