କ’ଣ ଆପଣ ଦେଖିଛନ୍ତି କି ମେଡିସିନ ପ୍ୟାକେଟ ଉପରେ ଏମିତି ଲାଲ ରଙ୍ଗର ଗାର?ଜାଣନ୍ତୁ ଏହାର ଅର୍ଥ କଣ

ଭାରତରେ ଲୋକଙ୍କ ଖରାପ ଅଭ୍ୟାସ ରହିଛି|ଯେତେବେଳେ ମଧ୍ୟ ସେମାନଙ୍କୁ କିଛି ସମସ୍ୟା ବା ଜ୍ୱର ହୋଇଥାଏ ସେତେବେଳେ ସେ ଡାକ୍ତର ପାଖକୁ ନଯାଇ ନିଜ ପକ୍ଷରୁ ଭଲ ହେବାପାଇଁ ଚେଷ୍ଟା କରିଥାନ୍ତି|କିଛି ଘରୋଇ ଉପାୟ ଆପଣାଉଥିଲା ବେଳେ କିଛି ନିଜେ ଡାକ୍ତର ହୋଇ ମେଡିକାଲ ଷ୍ଟୋର ଯାଇ ମନକୁ ମନ ଔଷଧ ନେଇଥାନ୍ତି|କିଛି ଲୋକଙ୍କ ବନ୍ଧୁ ପରିଜନ ଡାକ୍ତର ଭଳି ପରାମର୍ଶ ଦେଇଥାନ୍ତି|ସେ କହିଥାନ୍ତି ମୁଁ ଜ୍ୱର ଥଣ୍ଡା ବେଳେ ଏହି ମେଡିସିନ ଖାଇଥିଲି|ବହୁତ ଆରାମ ମିଳିଥିଲା|ଆପଣ ବି ଖାଆନ୍ତୁ ଶୀଘ୍ର ଭଲ ହୋଇଯିବେ|

କିନ୍ତୁ ଏମିତି କରିବା କେତଦୂର ଠିକ୍ ଓ ନିରାପଦ|ଗୋଲି ବହୁତ ପ୍ରକାରର ଆସିଥାଏ|ସମସ୍ତ ବ୍ୟକ୍ତିଙ୍କ ଶରୀର ମଧ୍ୟ ଅଲଗା ପ୍ରକାରର|ତେଣୁ କେଉଁ ଗୋଲି କାହା ପାଇଁ ଉପଯୁକ୍ତ ହେବ ଏହା ବହୁତ କଥା ଉପରେ ନିର୍ଭର କରିଥାଏ|ଏଥିପାଇଁ ଗୋଲି ବିନା ଡାକ୍ତରଙ୍କ ପରାମର୍ଶରେ ଖାଆନ୍ତୁ ନାହିଁ|ଏବେ ପ୍ରଶ୍ନ ଉଠେ ଯେ ଆପଣଙ୍କୁ କେମିତି ଜଣାଯିବ ଯେ ବିନା ଡ଼ାକ୍ତରଙ୍କ ପରାମର୍ଶରେ ଖାଇବା ଅନୁଚିତ|

ଯଦି ଆପଣ ଦେଖିଥିବେ ଗୋଲିର ପ୍ୟାକେଜିଙ୍ଗ ଉପରେ ବହୁତ ଜିନିଷ ଲେଖା ହୋଇଥିବ|ଯେମିତି ମାନ୍ୟୁଫାକ୍ଚରିଙ୍ଗ ତାରିଖ,ଏକ୍ସପାରି ତାରିଖ,ଦାମ ଇତ୍ୟାଦି|କିଛି ଗୋଲିର ପ୍ୟାକେଜିଙ୍ଗ ଷ୍ଟାଇଲ ମଧ୍ୟ ଅଲଗା|ଯେମିତି କିଛି ଗୋଲିର ପ୍ୟାକେଟ୍ ଉପରେ ଆପଣଙ୍କୁ ଲାଲ ରଙ୍ଗର ଗାର ଦେଖିବାକୁ ମିଳେ|ଏମିତି କାହିଁକି ହୋଇଥାଏ ଆପଣ କେବେ ଭାବିଛନ୍ତି କି?କିଛି ଲୋକ ଭାବୁଥିବେ ଏହା ଡିଜାଇନ୍|କିନ୍ତୁ ଏହା ନାହିଁ|

ପ୍ରକୃତରେ ଗୋଲିର ପ୍ୟାକେଟରେ ଏହି ଲାଲ ଗାରର ଅର୍ଥ ‘ସାବଧାନ’!|ଏହି ଗୋଲି ଡାକ୍ତରଙ୍କ ବିନା ପରାମର୍ଶରେ ଖାଆନ୍ତୁ ନାହିଁ|ନହେଲେ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ|ତେଣୁ ଯେତେବେଳେ ଆପଣ ଆଗକୁ ମେଡିସିନ ନେବାପାଇଁ ଯାଆନ୍ତି ଲାଲ ଗାର ନିଶ୍ଚିତ ଦେଖନ୍ତୁ|ଏହି ପ୍ରକାରର ଗୋଲି ବିନା ଡ଼ାକ୍ତରଙ୍କ ପରାମର୍ଶରେ ଖାଆନ୍ତୁ ନାହିଁ|ଏମିତିରେ ଆମର ପରାମର୍ଶ ରହିଛି ଯେ ବିନା ଡାକ୍ତରଙ୍କ ପରାମର୍ଶରେ ଗୋଲି ନିଅନ୍ତୁ ନାହିଁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *