ଦେଖନ୍ତୁ ଭିଡ଼ିଓ : ଅଟୋ ଡ୍ରାଇଭର ଭାଇନାଙ୍କ ଜବରଦସ୍ତ ଡ୍ୟାନ୍ସ, ଭାଇରଲ ଭିଡିଓ ବଦଳାଇଦେଲା ଭାଗ୍ୟ

ପ୍ରତିଭା, ପରିସ୍ଥିତି ପାଖରେ ଅଧିକ ଦିନ ପର୍ଯ୍ୟନ୍ତ ବନ୍ଧକ ରହିନଥାଏ | ଏହାସହିତ ସୋସିଆଲ ମିଡିଆ କେତେବେଳେ ଯେ କାହାର ରାତାରାତି ଭାଗ୍ୟ ବଦଳେଇଦିଏ, ଏହା କୁହାଯାଇପାରିବ ନାହିଁ | ଏପରି ଏକ ଉଦାହରଣ ହେଉଛନ୍ତି ବାରାମତିର ଅଟୋ ରିକ୍ସା ଡ୍ରାଇଭର ବାବାଜୀ କାମ୍ବଲେ | ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ ସେୟାର କରାଯାଉଛି, ଯେଉଁଥିରେ ସେ ଆଉ କିଛି ଅଟୋ ରିକ୍ସା ଡ୍ରାଇଭରମାନଙ୍କ ସାମ୍ନାରେ ମହାରାଷ୍ଟ୍ରରେ ମହିଳାମାନଙ୍କ ଦ୍ୱାରା କରାଯାଉଥିବା ପାରମ୍ପାରିକ ଲୋକ ନୃତ୍ୟ ଲାବଣି କରୁଥିବାର ଦେଖାଯାଉଛନ୍ତି | ଭିଡିଓରେ ଅନ୍ୟ ଡ୍ରାଇଭରମାନଙ୍କ ଦ୍ୱାରା ତାଙ୍କୁ ଉତ୍ସାହିତ କରିବାପାଇଁ ଏବଂ କରତାଳିର ମଧ୍ୟ ଶୁଣିପାରିବେ |

ବାସ୍ତବରେ ମହାରାଷ୍ଟ୍ର ସୂଚନା କେନ୍ଦ୍ରର ଡେପୁଟି ଡାଇରେକ୍ଟର ଦିନାନନ୍ଦ କାମ୍ବଲେ ଏହି ଭିଡିଓକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି | ଏହାସହିତ ସେ ଏହା ମଧ୍ୟ ଲେଖିଛନ୍ତି ଯେ କଣ ଆପଣ ମଧ୍ୟ କେବେ ଏପରି ଏକ ନୃତ୍ୟ ଦେଖିଛନ୍ତି ଯାହା ଲାବଣି ସମ୍ରାଟଙ୍କୁ ମଧ୍ୟ ଲଜ୍ଜିତ କରିଦେବ |

୪୫ ବର୍ଷିୟ ବାବାଜୀ କାମ୍ବଲେ ଗତ କିଛି ବର୍ଷ ଧରି ବାରାମତି ସହରରେ ଅଟୋ ରିକ୍ସା ଚଳାଉଛନ୍ତି | ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ଅଛନ୍ତି | ଗୋଟିଏ ପୁଅ ଦଶମରେ ଏବଂ ଅନ୍ୟଟି ସପ୍ତମ ଶ୍ରେଣୀରେ ପଢୁଛି | ବାବାଜୀ ନିଜେ ଦ୍ୱାଦଶ ପରୀକ୍ଷା ପୂର୍ବରୁ ହିଁ ପାଠପଢା ଛାଡି ଦେଇଥିଲେ |

ଅଟୋ ରିକ୍ସା କାମ କରୋନାର ସାଧାରଣ ଦିନ ଭଳି ଗତି ଧରିପାରି ନାହିଁ | ଏଭଳି ପରିସ୍ଥିତିରେ ଖାଲି ସମୟରେ ଠିଆ ହୋଇଥିବା ଅଟୋ ରିକ୍ସା ଵାଲାଙ୍କ ଅନୁରୋଧ କ୍ରମେ ବାବାଜୀ କାମ୍ବଲେ ସେମାନଙ୍କ ମନୋରଞ୍ଜନ ପାଇଁ ଲାବଣି ନୃତ୍ୟ କଲେ | ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ହିଁ ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ କରିଦେଇଥିଲେ |

ଦେଖୁ ଦେଖୁ ଭିଡିଓ ଭାଇରାଲ ହୋଇଗଲା | ଏହାସହିତ ବାବାଜୀ କାମ୍ବଲେଙ୍କ ଭାଗ୍ୟ ମଧ୍ୟ ବଦଳିଗଲା | ତାଙ୍କ ପ୍ରତିଭା ଦ୍ୱାରା ପ୍ରଭାବିତ ହୋଇ ଫିଲ୍ମ ନିର୍ଦ୍ଦେଶକ ଘନଶ୍ୟାମ ୟେଡେ ତାଙ୍କୁ ତାଙ୍କର ଦୁଇଟି ମରାଠୀ ଫିଲ୍ମ – ‘ଚାଲରେ ଫୌଜୀ’ ଏବଂ ‘କବଚ’ରେ କାମ କରିବାକୁ ଅଫର ଦେଲେ | ଘନଶ୍ୟାମ ୟେଡେ ନିଜେ ରବିବାର ବାରାମତି ଆସି ବାବାଜୀଙ୍କୁ ଏହା କହିଥିଲେ |

ଘନଶ୍ୟାମ ୟେଡେ ଏହା ପୂର୍ବରୁ ‘ଅଲେଖ ନିରଂଜନ’ ଏବଂ ‘ଏଲିଜାବେଥ ଏକାଦଶୀ’ ଭଳି ଫିଲ୍ମ ନିର୍ମାଣ କରିଛନ୍ତି | ୟେଡେ ଆଜତକ ସହ ବାର୍ତ୍ତାଳାପରେ କହିଛନ୍ତି ଯେ ବାବାଜୀ କାମ୍ବଲେଙ୍କ ଠାରେ ପ୍ରାକୃତିକ ପ୍ରତିଭା ଅଛି ଏବଂ ତାଙ୍କଠାରେ ବହୁ ସୁନ୍ଦର କଳା ଲୁଚି ରହିଛି, ଯାହାକୁ ଏହି ଫିଲ୍ମ ମାଧ୍ୟମରେ ଦୁନିଆ ସାମ୍ନାକୁ ଅଣାଯିବ |

ବାବାଜୀ କାମ୍ବଲେ ସ୍ୱପ୍ନରେ ମଧ୍ୟ ଭାବି ନଥିଲେ ଯେ ତାଙ୍କ ଦିନ ଏପରି ଭାବେ ବଦଳିଯିବ | ରାସ୍ତାରେ ଯିବାବେଳେ ବର୍ତ୍ତମାନ ସମସ୍ତେ ତାଙ୍କୁ ଚିହ୍ନିବା ଆରମ୍ଭ କଲେଣି | ତାଙ୍କୁ ବନ୍ଧୁ, ସମ୍ପର୍କୀୟଙ୍କ ବ୍ୟତୀତ ଅଜଣା ବ୍ୟକ୍ତିଙ୍କଠାରୁ ମଧ୍ୟ ବହୁ ସଂଖ୍ୟାରେ ଅଭିନନ୍ଦନ ବାର୍ତ୍ତା ମିଳୁଛି |

ବାବାଜୀ କାମ୍ବଲେ ଅଭିନେତା କମଲ ହାସନଙ୍କର ବହୁତ ବଡ ଫ୍ୟାନ ଅଟନ୍ତି | କମଲ ହାସନଙ୍କ ନୃତ୍ୟ ପ୍ରତିଭାର ଯୋଗ୍ୟ ବାବାଜୀଙ୍କୁ ତାଙ୍କ ଫିଲ୍ମ ‘ଏକ ଦୁଜେ କେ ଲିୟେ’ରେ କରାଯାଇଥିବା ନୃତ୍ୟ ବହୁତ ପ୍ରଭାବିତ କରିଥିଲା |

ବର୍ତ୍ତମାନ ଏଠାରେ ଦେଖନ୍ତୁ ଡ୍ୟାନ୍ସର ଭାଇରଲ ଭିଡିଓ …

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *