ଅଧିନାୟକ ଭାବରେ ବିରାଟଙ୍କ ନୂଆ କୀର୍ତ୍ତିମାନ । ଏମିତି ରେକର୍ଡ କରିବାରେ ହୋଇଗଲେ ପ୍ରଥମ ଭାରତୀୟ,ଜାଣନ୍ତୁ ପୁରା ଖବର

ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ t-20 ସିରିଜରେ ଏକ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି । ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ 12000 ରନ କରିବାରେ ଦୁନିଆର ତୃତୀୟ ଅଧିନାୟକ ହୋଇସାରିଛନ୍ତି। ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିକି ପଣ୍ଟିଂ 15440 ରନ କରିଛନ୍ତି । ଯେବେକି ଦକ୍ଷିଣ ଆଫ୍ରିକାର ପୂର୍ବ ଅଧିନାୟକ ଗ୍ରେମ ସ୍ମିଥ 14878 ରନ କରିଛନ୍ତି ।

ଏହି ରନ ଉପଲବ୍ଧି କରିବାପାଇଁ ବିରାଟଙ୍କୁ 12 ରନର ଆବଶ୍ୟକ ଥିଲା । ଯାହାକୁ ଭାରତୀୟ ଅଧିନାୟକ ବିରାଟ କୋହଲି 4.1 ଓଭରରେ ଚୌକା ମାରି ଏହାକୁ ହାସଲ କରିଥିଲେ । ଏହାସହ ସେ ବହୁତ ତେଜରେ 12000 ରନ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଗଲେ । ଏହି ମାମଲାରେ ସେ ପଣ୍ଟିଂ ଓ ଗ୍ରେମ ସ୍ମିଥଙ୍କୁ ପଛରେ ପକାଇଦେଇଛନ୍ତି ।

ବିରାଟ 226 ପାଳିରୁ ଏହି କୀର୍ତ୍ତିମାନ ନିଜ ନାମରେ କଲେ । ସେହିପରି ପଣ୍ଟିଂ ଏହି ରେକର୍ଡ଼ କରିବାକୁ 282 ପାଳିର ସାହାରା ନେଇଥିଲେ । ସେହିପରି ସ୍ମିଥ 293 ପାଳିରେ ଏହି ରେକର୍ଡ଼ ହାସଲ କରିଥିଲେ । ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ମ୍ୟାଚରେ 49ଟି ବଲରେ ପାଞ୍ଚ ଚୌକା ଓ ତିନି ଛକା ସହାୟତାରେ 73 ରନ କରିଛନ୍ତି ।

ବିରାଟ କୋହଲି 14.3 ଓଭରରେ ଛକା ମାରି ନିଜର 26 ତମ ଅର୍ଧଶତକ ହାସଲ କରିଥିଲେ । ଏହାସହ ସେ ରୋହିତ ଶର୍ମାଙ୍କୁ ପଛରେ ଛାଡ଼ି ଦେଇଛନ୍ତି । ରୋହିତ t-20 ଅନ୍ତରାଷ୍ଟ୍ରୀୟ ମ୍ୟାଚରେ 25 ଅର୍ଧଶତକ ହାସଲ କରିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *