ଏହି ତିନି ଧୁରନ୍ଧର ଖେଳାଳି ଭାରତୀୟ ଦିନିକିଆ ଦଳରୁ ବାହାର ହୋଇପାରନ୍ତି,ଜାଣନ୍ତୁ କିଏ କିଏ ?

ଇଂଲିଶ ଟିମ ବର୍ତ୍ତମାନ ଭାରତ ଗସ୍ତରେ ରହିଛି । ବର୍ତ୍ତମାନ ଉଭୟ ଟିମ ଏକ ଟେଷ୍ଟ ସିରିଜ ଖେଳିସାରିଛନ୍ତି । ଟେଷ୍ଟ ପରେ ଏବେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲୁଛି । ଏହାପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ଦିନିକିଆ ମ୍ୟାଚର ସିରିଜ ମାର୍ଚ୍ଚ 23 ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜକୁ ନେଇ ବହୁତ ଜଲଦି ଦଳ ଘୋଷଣା ହେବାକୁ ଯାଉଛି । ଆଜି ଆମେ ସେହି ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ଭାରତୀୟ ଦିନିକିଆ ଦଳରୁ ବାହାରିଯାଇ ପାରନ୍ତି ।

ଏହି ତିନି ଖେଳାଳି ହୋଇପାରନ୍ତି ଦଳରୁ ବାହାର :-

ମୟଙ୍କ ଅଗ୍ରୱାଲ :-

ବେଙ୍ଗାଲୁରୁର ଡାହାଣହାତୀ ବ୍ୟାଟ୍ସମ୍ୟାନ ମୟଙ୍କ ଭାରତ ପାଇଁ ଯେତେବେଳେ ଟେଷ୍ଟ ପଦାର୍ପଣ କରିଥିଲେ ସେତେବେଳେ ସେ ନିଜର ପ୍ରଦର୍ଶନ ବଳରେ କ୍ରିକେଟ ପଣ୍ଡିତ ମାନଙ୍କୁ ପ୍ରଭାବିତ କରିଥିଲେ । ଚାରି ଆଡ଼କୁ ଶର୍ଟ ଖେଳିପାରୁଥିବାରୁ ସମସ୍ତେ ତାଙ୍କର ପ୍ରଶଂସା କରିଥିଲେ ।

ମୟଙ୍କ ଏବେପର୍ଯ୍ୟନ୍ତ 14ଟି ଟେଷ୍ଟରୁ 54.48 ଷ୍ଟ୍ରାଇକରେଟରେ 45.74 ହାରରେ 1052 ରନ କରିଛନ୍ତି । ତାଙ୍କର ପ୍ରଦର୍ଶନରେ ପ୍ରଭାବିତ ହୋଇ ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ 2020 ଦିନିକିଆରେ ପଦାର୍ପଣ କରାଯାଇଥିଲା ।

ମୟଙ୍କ ଟେଷ୍ଟରେ ଯେଉଁଭଳି ପ୍ରଦର୍ଶନ କରୁଥିଲେ ଦିନିକିଆରେ କିନ୍ତୁ ସେମିତି ପ୍ରଦର୍ଶନ କରିପାରୁନାହଁନ୍ତି । ସେ 5ଟି ଦିନିକିଆ ମ୍ୟାଚରେ ମାତ୍ର 86 ରନ ହିଁ କରିଛନ୍ତି । ହୋଇପାରେ ଇଂଲଣ୍ଡ ବିପକ୍ଷ ଦିନିକିଆରେ ସେ ଖେଳିନପାରନ୍ତି ।

ମନୀଷ ପାଣ୍ଡେ :-

2009 ମସିହା ଆଇପିଏଲରେ ମନୀଷ ପାଣ୍ଡେ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ନିଜ ଆଡକୁ ଟାଣିଥିଲେ କିନ୍ତୁ ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ ପାଇଁ ତାଙ୍କୁ 6 ବର୍ଷ ଅପେକ୍ଷା କରିବାକୁ ପଡିଥିଲା । 2015 ମସିହାରେ ସେ ନିଜର ପ୍ରଥମ ଦିନିକିଆ ସହିତ ଡେବ୍ୟୁ କରିଥିଲେ । ସେ ବର୍ତ୍ତମାନ ସୁଦ୍ଧା 26ଟି ଦିନିକିଆରୁ ମାତ୍ର 492 ରନ କରିପାରିଛନ୍ତି ।

ମନୀଷ ପାଣ୍ଡେ ବହୁତ ଲମ୍ବା ସମୟ ହେବ ଭାରତୀୟ ଦଳ ସହିତ ଜଡିତ ରହିଛନ୍ତି । ତାଙ୍କୁ ଶେଷ ଦିନିକିଆ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ 2020 ମସିହାରେ ଖେଳିବାକୁ ପଡିଥିଲା । ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ସିରିଜରେ ସେ ଦଳରେ ସାମିଲ ନହୋଇପାରନ୍ତି ।

ଯଶପ୍ରୀତ ବୁମରା :-

ଭାରତର ସବୁଠାରୁ ଭରସା ଦାୟକ ଖେଳାଳି ଅଟନ୍ତି । ଯେବେଠାରୁ ସେ ଡେବ୍ୟୁ କରିଛନ୍ତି ସେ ନିଜର ପ୍ରଦର୍ଶନ ବଳରେ ଭାରତୀୟ ବୋଲିଂ ବିଭାଗର ମୁଖିଆ ହୋଇଯାଇଛନ୍ତି।

ଏହିସମୟରେ ବୁମରା ବ୍ୟକ୍ତିଗତ କାରଣ ପାଇଁ ଦଳରେ ନାହାଁନ୍ତି । ସେ କିଛିସମୟ ପର୍ଯ୍ୟନ୍ତ ଦଳରୁ ଛୁଟି ନେଇଛନ୍ତି ।ସେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ମଧ୍ୟ ବାଦ ପଡିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *