ପ୍ରତ୍ୟେକ ଶନିବାର ଦିନ ସାଇକେଲରେ ଯାତ୍ରା କରିବେ ଲୋକ, କାରର ବ୍ୟବହାର ହୋଇପାରିବ ନାହିଁ,ଜାଣନ୍ତୁ ପୁରା ଖବର

ଭାରତର ବାୟୁ ପୂର୍ବଭଳି ଆଉ ଶୁଦ୍ଧ ନାହିଁ। ଏଠାରେ ବାୟୁର ପ୍ରଦୂଷଣ ମାତ୍ରା ବହୁତ ଅଧିକ ହୋଇଯାଇଛି। ଏହି ବାୟୁ ପ୍ରଦୂଷଣ କାରଣରୁ ଲୋକଙ୍କୁ ନିଃଶ୍ଵାସ ନେବାରେ ସମସ୍ଯା, ହାର୍ଟ ଆଟାକ, ଆସ୍ଥମା ଇତ୍ୟାଦି ରୋଗ ବଢିବାରେ ଲାଗିଛି। ଏକ ସନ୍ଧାନ ଅନୁସାରେ ଭାରତରେ ବାୟୁ ପ୍ରଦୂଷଣର ଏକ ବଡ କାରଣ ଏଠାରେ ସଡକରେ ଯାଉଥିବା ଯାନରୁ ହୋଇଥାଏ। ଏଥିରୁ ନିର୍ଗତ ହେଉଥିବା ଧୂଆଁ ବାତାବରଣକୁ ପ୍ରଦୂଷିତ କରିଥାଏ।

ଏକ ଅଧ୍ୟୟନରୁ ଜଣାପଡିଛିକି ଦୁନିଆରେ ତିନିଜଣ ଲୋକଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଘରେ ଓ ବାହାରେ ଅସୁରକ୍ଷିତ ପବନରେ ନିଃଶ୍ଵାସ ନେଉଛନ୍ତି। ବାୟୁକୁ ସୁରକ୍ଷିତ କରିବା ପାଇଁ ପ୍ରତ୍ଯେକ ମଣିଷଙ୍କୁ ପ୍ରୟାସ କରିବାକୁ ପଡିବ। ଝାଡଖଣ୍ଡ ସରକାର ଏହା ଉପରେ କାମ ଆରମ୍ଭ କରିଦେଇଛନ୍ତି। ଏଠାକାର ସରକାରୀ ବିଭାଗ ନିଷ୍ପତ୍ତି ନେଇଛନ୍ତି ଶନିବାର ଦିନ କେହି କାର ଚଳାଇବେ ନାହିଁ।

ରାଞ୍ଚିରେ ବର୍ତ୍ତମାନ ପ୍ରତ୍ଯେକ ଶନିବାର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ସରକାରୀ କର୍ମଚାରୀ ଅଫିସକୁ ଯିବା ପାଇଁ ସାଇକେଲ ବ୍ୟବହାର କରୁଛନ୍ତି। ଏହାକୁ “ନୋ କାର ଶନିବାର ଅଭିଯାନ” ନାମ ଦିଆଯାଇଛି। ରାଞ୍ଚ ନଗର ନିଗମ ଏହାକୁ ଆରମ୍ଭ କରିଥିଲେ। ଏହି ଅଭିଯାନରେ ସହରର ସମସ୍ତ ବଡ ମନ୍ତ୍ରୀ ସାମିଲ ହେବେ।

ଏହି ଅଭିଯାନକୁ ସହଯୋଗ କରି ଝାଡଖଣ୍ଡ ସରକାରଙ୍କର କୃଷି ମନ୍ତ୍ରୀ ବାଦଲ ପତ୍ରଲେଖ ନିଜ ଘରଠାରୁ ବିଧାନସଭା ପର୍ଯ୍ୟନ୍ତ ୧୫କିଲୋମିଟର ସାଇକେଲ ଚଳାଇ ଯାତ୍ରା କରିଥାନ୍ତି। କେବଳ ଏତିକି ନୁହେଁ ଏହି ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ବିଧାୟକ, ସଚିବ ଓ ଅଧିକାରୀଙ୍କୁ ଚିଠି ପଠାଇ ଶନିବାର ଦିନ ସାଇକେଲ ଚଳାଇବାକୁ ଅନୁରୋଧ ମଧ୍ୟ କରାଯାଇଛି।

ସେଠାରେ ରାଞ୍ଚି ନଗର ଆୟୁକ୍ତ ମୁକେଶ କୁମାର ମୋରାବାଦୀ ପଡିଆ ପର୍ଯ୍ୟନ୍ତ ସାଇକେଲ ଚଳାଇ ପହଞ୍ଚିଲେ। ସେ କହିଲେକି ବର୍ତ୍ତମାନ ସହରର ଅଧିକାଂଶ ଲୋକ ଏହି ଅଭିଯାନରେ ସାମିଲ ହେବେ। କୃଷିମନ୍ତ୍ରୀ କହିଲେକି ରାଜ୍ୟର ସବୁଠୁ ଯୁବ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଅତିଶୀଘ୍ର ଏହି ଅଭିଯାନର ଅଂଶ ହେବେ। ଏହି ପ୍ରକାର ସାଧାରଣ ଜନତାଙ୍କୁ ଏକ ଭଲ ସନ୍ଦେଶ ଦିଆଯିବ। ସେ ସପ୍ତାହର ପ୍ରଥମ ଦିନ ସାଇକେଲରେ ଯାତ୍ରା କରିବେ।

ନଗର ଆୟୁକ୍ତ ମୁକେଶ କୁମାର କହିଲେକି ଆଗାମୀ ଦିନରେ ଆମେ ସମସ୍ତେ ସାଇକେଲରେ ଯାତ୍ରା ଆରମ୍ଭ କରିବୁ। ବର୍ତ୍ତମାନ ଆମେ ଆଗାମୀ ଦିନରେ ସାଇକେଲରେ ଆସିବୁ ତେବେ କାହିଁକି ଏବେଠାରୁ ନ ଆସିବୁ। ରାଞ୍ଚିରେ ଏହା ଆରମ୍ଭ ହୋଇସାରିଛି। ଏହା ରାଞ୍ଚିନିବାସୀ ପାଇଁ ଗର୍ବର କଥା ଅଟେ।

ରାଞ୍ଚି ନଗର ଦ୍ଵାରା ଚଲାଯାଉଥିବା ଏହି ଅଭିଯାନ ସତରେ ବହୁତ ଭଲ ଅଟେ। ଏହି ପ୍ରକାର ଅଭିଯାନ ସାରା ଦେଶରେ ଚାଲିବା ଉଚିତ। ଯଦି ଆମେ ସମସ୍ତେ ସପ୍ତାହରେ ଗୋଟିଏ ଦିନ ପେଟ୍ରୋଲ କିମ୍ବା ଡିଜେଲ ଗାଡି ଚଳାଇବା ବଦଳରେ ସାଇକେଲରେ ଯାତ୍ରା କରିବା ତେବେ ପର୍ଜ୍ୟାବରଣ ଉପରେ ଏହାର ଭଲ ପ୍ରଭାବ ପଡିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *