ପୁଣି ଥରେ ବାପା ହେବାକୁ ଯାଉଛନ୍ତି ହରଭଜନ ସିଂହ, ପତ୍ନୀ ଗୀତା ବସ୍ର ଦେଖାଇଲେ Baby Bump

ପୂର୍ବ ଭାରତୀୟ କ୍ରିକେଟର ହରଭଜନ ସିଂହ ଦ୍ଵିତୀୟଥର ପିତା ହେବାକୁ ଯାଉଛନ୍ତି । ଏହି ସୂଚନା ତାଙ୍କ ପତ୍ନୀ ଗୀତା ବସରା ସୂଚନା ଦେଇଛନ୍ତି । ଚଳିତବର୍ଷ ଆଇପିଏଲ ମ୍ୟାଚ ହରଭଜନ କୋଲକାତା ନାଇଟ ରାଇଡ଼ର୍ସ ତରଫରୁ ଖେଳୁଥିବାର ଦେଖାଦେବେ ।

ହରଭଜନଙ୍କ ପତ୍ନୀ ଗୀତା ନିଜ ଝିଅ ହିନାୟା ଓ ସ୍ୱାମୀ ହରଭଜନଙ୍କ ସହିତ ଏକ ଫୋଟୋ ଶେୟର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ବହୁତ ଜଲଦି ଜୁଲାଇ ମାସରେ ଆଉ ଜଣେ ଆସିବାକୁ ଯାଉଛି ।

ଫୋଟୋରେ ହିନାୟା ଏକ ଟି-ଶାର୍ଟ ଧରି ଦେଖାଉଛନ୍ତି ଯେଉଁଥିରେ ଲେଖାଯାଇଛି “ମୁଁ ଖୁବଶୀଘ୍ର ବଡ଼ ଭଉଣୀ ହେବାକୁ ଯାଉଛି” ।

ସୋସିଆଲ ମିଡିଆରେ ହରଭଜନ ସିଂହଙ୍କୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ଶୁଭେଚ୍ଛା ଜଣାଉଛନ୍ତି ।

କ୍ରିକେଟର ହରଭଜନ ସିଂହ ଓ ଅଭିନେତ୍ରୀ ଗୀତା ବସରା ଅକ୍ଟୋବର 29 ତାରିଖ 2015ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ହରଭଜନ ସିଂହଙ୍କ ପତ୍ନୀ ଗୀତା ବସରା ଜୁଲାଇ 27 ତାରିଖ 2016 ମସିହାରେ ନିଜର ପ୍ରଥମ ସନ୍ତାନ ହିନାୟା ହିର ପ୍ଲାହାଙ୍କୁ ଜନ୍ମ ଦେଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *