ଭାରତ ବନାମ ଇଂଲଣ୍ଡ: ଡେବ୍ୟୁ ମ୍ୟାଚରେ ଇଶାନ କିଷାନ ରଚିଲେ ଇତିହାସ, ରାହାଣେଙ୍କ କ୍ଲବରେ ହେଲେ ସାମିଲ,ଜାଣନ୍ତୁ ପୁରା ଖବର

ଇଶାନ କିଷାନ ଇଣ୍ଟରନାଶନାଲ କ୍ରିକେଟରେ ଶାନଦାର ଡେବ୍ୟୁ କରିଛନ୍ତି । ସେ ନିଜର ପ୍ରଥମ t-20 ମ୍ୟାଚରେ ଅର୍ଧଶତକ ହାସଲ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ t-20 ମ୍ୟାଚରେ ତାଙ୍କୁ ଖେଳିବାକୁ ମୌକା ମିଳିଥିଲା । ସେ 32 ଟି ବଲରେ 56 ରନ କରି ଆଉଟ ହୋଇଗଲେ । ସେ 4 ଛକା ଓ 5ଟି ଚୌକା ମଧ୍ୟ ମାରିଥିଲେ । ସେ ଅଦିଲ ରସିଦଙ୍କ ବଲରେ ଛକା ମାରି ଅର୍ଧଶତକ ହାସଲ କରିଥିଲେ ।

ନିଜର ପ୍ରଥମ t-20 ମ୍ୟାଚରେ ଇଶାନ କିଷାନ ଇତିହାସ ରଚିଛନ୍ତି । ଇଶାନ ଡେବ୍ୟୁ t-20 ମ୍ୟାଚରେ ଅର୍ଧଶତକ ମାରିବାରେ ଭାରତର ଦ୍ଵିତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ତାଙ୍କ ପୂର୍ବରୁ ରାହାଣେ ଏହି ରେକର୍ଡ଼ ନିଜ ନାମରେ କରିଥିଲେ, ରାହାଣେ ଇଂଲଣ୍ଡ ବିପକ୍ଷରେ 2011 ମସିହାରେ ମାନଚେଷ୍ଟର ଠାରେ ନିଜର ଡେବ୍ୟୁରେ 61 ରନ କରିଥିଲେ ।

ସେ 32ଟି ବଲରୁ 5 ଚୌକା ଓ 4ଟି ଛକା ସହିତ ଅର୍ଧଶତକ ହାସଲ କରିଥିଲେ । ସେ ଆଗକୁ ଆଉ ନିଜ ପାଳି ଆଗକୁ ନେଇ ପାରିନଥିଲେ । ରସିଦଙ୍କ ବଲରେ ସେ ଏଲବିଡ଼ବ୍ଲ୍ୟୁ ଆଉଟ ହୋଇଯାଇଥିଲେ ।

ଇଶାନ କିଷାନ ଘରୋଇ କ୍ରିକେଟରେ ଝାରଖଣ୍ଡ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳନ୍ତି । ସେ ଆଇପିଏଲରେ ଗୁଜୁରାଟ ଲାୟନ୍ସ ପାଇଁ ମଧ୍ୟ ଖେଳିସାରିଛନ୍ତି । ଇଶାନ ଆଇପିଏଲରେ 51 ମ୍ୟାଚରୁ 1211 ରନ କରିସାରିଛନ୍ତି । ଏହାମଧ୍ୟରେ ତାଙ୍କର ସର୍ବାଧିକ ସ୍କୋର 99 ଥିବାବେଳେ ସେ 7ଟି ଅର୍ଧଶତକ ମଧ୍ୟ ମାରିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *