ଆସନ୍ତା ଏପ୍ରିଲ ୧ରୁ ବ୍ୟାଙ୍କ୍ ବ୍ୟବସ୍ଥାରେ ବଡ ପରିବର୍ତ୍ତନ, ଲାଗୁହେବ ନୂଆ ଚେକବୁକ

ଆସନ୍ତା ଏପ୍ରିଲ ମାସ ୧ ତାରିଖରୁ ବ୍ୟାଙ୍କର ପୁରୁଣା ବ୍ୟବସ୍ଥା ପରିବର୍ତ୍ତନ ହେବାକୁ ଯାଉଛି। ପରିବର୍ତ୍ତନ ହେବାକୁ ଥିବା ବ୍ୟବସ୍ଥା ଅନୁସାରେ, ଆପଣଙ୍କ ପାଖରେ ଯଦି ପୁରୁଣା ଚେକବୁକ,ପାସବୁକ,ଇଣ୍ଡିଆନ ଫାଇନାସିଆଲ ସର୍ଭିସ କୋଡ କିମ୍ବା ଆଇଏଫଏସସି କୋଡ ରହିଛି ତାହେଲେ ତାହା ଅଚଳ ହୋଇଯିବ।

ଏହିସବୁ ଦସ୍ତାବିଜ ଯେଉଁସବୁ ବ୍ୟାଙ୍କରେ ଅଚଳ ହେବ, ସେସବୁ ବ୍ୟାଙ୍କର ନାମ ହେଉଛି :

– ଡେନା ବ୍ୟାଙ୍କ

– କର୍ପୋରେଶନ ବ୍ୟାଙ୍କ

– ଓରିଏଣ୍ଟଲ ବ୍ୟାଙ୍କ ଅଫ କମର୍ସ

– ଆନ୍ଧ୍ରା ବ୍ୟାଙ୍କ

– ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ

– ବିଜୟା ବ୍ୟାଙ୍କ

– ଆହ୍ଲାବାଦ ବ୍ୟାଙ୍କ

Google

ଏହି ସବୁ ବ୍ୟାଙ୍କ ଗୁଡ଼ିକ ଅନ୍ୟ ବ୍ୟାଙ୍କ୍ ସହିତ ମିଶ୍ରଣ କରାଯାଇଥିଲା। କେନ୍ଦ୍ର ସରକାର ଦେଶର ଛୋଟ ଛୋଟ ବ୍ୟାଙ୍କ୍ ଗୁଡ଼ିକୁ ବଡ ବ୍ୟାଙ୍କ୍ ସହିତ ମିଶ୍ରଣ କରିଛନ୍ତି। ଏହି କାରଣ ପାଇଁ ମିଶ୍ରଣ କରାଯାଇଥିବା ବ୍ୟାଙ୍କର ପାସ ବୁକ, ଚେକ ବୁକ ଆଦି ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁସାରେ, ଗ୍ରାହକମାନେ ଏପ୍ରିଲ ୧ ତାରିଖ ଠାରୁ ବ୍ୟାଙ୍କ ପାଖରୁ ନୂଆ ଚେକ ବୁକ ଗ୍ରହଣ କରିପାରିବେ।

ସୂଚନା ଅନୁସାରେ, ଏପ୍ରିଲ ୧ ତାରିଖରୁ ଡେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କକୁ ବ୍ୟାଙ୍କ ଅଫ୍‌ ବରୋଦା ସହିତ ମିଶ୍ରଣ କରାଯିବ। ଓରିଏଣ୍ଟଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ ସଂଯୋଗ କରାଯାଇଛି ଏବଂ କାନରା ବ୍ୟାଙ୍କ ସହିତ ସିଣ୍ଡିକେଟ ବ୍ୟାଙ୍କକୁ ସଂଯୋଗ କରାଯାଇଛି।

ସିଣ୍ଡିକେଟ ବ୍ୟାଙ୍କ ଓ କାନାରା ବ୍ୟାଙ୍କ ଗ୍ରାହକଙ୍କ ପାଖରେ ଏହି ନୂତନ ପରିବର୍ତ୍ତନର କୌଣସି ପ୍ରଭାବ ପଡ଼ିବ ନାହିଁ। ସିଣ୍ଡିକେଟ ବ୍ୟାଙ୍କର ଚେକ ବୁକର ଅବଧି ୩୦ଜୁନ ୨୦୨୧ ଥିବା ସମୟରେ ଅନ୍ୟ ବ୍ୟାଙ୍କ୍ ଗୁଡ଼ିକର ଅବଧି ମାର୍ଚ୍ଚ ମାସ ୩୧ ତାରିଖ ପରେ ସରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *