ବିବାହ ବନ୍ଧ-ନରେ ବାନ୍ଧି ହେଲେ ବୁମ୍ରା, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ଇଣ୍ଡିଆ ଟିମର ଦୃତ ବୋଲର ଯଶପ୍ରୀତ ବୁମ୍ରାଙ୍କ ବାହାଘରକୁ ନେଇ ଚାଲିଥିବା ଚର୍ଚ୍ଚା ଆଜି ଶେଷ ହୋଇଛି। ଶେଷରେ ବୁମ୍ରା ୨୦୧୪ ମିସ ଇଣ୍ଡିଆ ଫାଇନାଲିଷ୍ଟ ସଞ୍ଜନା ଗାନେସାନଙ୍କୁ ବିବାହ କରିଛନ୍ତି। ଆଜି ଗୋଆରେ ଏହି ବିବାହ ସମାପ୍ତ ହୋଇଛି। ଏହି ସମ୍ପର୍କରେ ବୁମ୍ରା ସୋସିଆଲ ମିଡ଼ିଆରେ ଫଟୋ ସେୟାର କରିଛନ୍ତି।

ଫଟୋରେ ବୁମ୍ରା ଓ ସଞ୍ଜନା ଉଭୟ ବର ଓ ବଧୂ ସାଜି ବେଦୀ ଉପରେ ବସିଥିବାର ଦେଖିବାକୁ ମିଳିଛି। ସେହିପରି ଭାବରେ ଉଭୟ ପରସ୍ପରକୁ ରୋମାଣ୍ଟିକ ଅନ୍ଦାଜରେ ଚାହିଁ ରହିଛନ୍ତି। ଅନ୍ୟ ଏକ ଫାଟରେ ଉଭୟ ବେଦୀର ଚାରିପାଖରେ ଫେରେ ନେଇଥିବାର ଦେଖିବାକୁ ମିଳିଛି।

Google

ବୁମ୍ରା ଫଟୋ ସେୟାର କରି କ୍ୟପସନରେ ଲେଖିଛନ୍ତି ଯେ, “ପ୍ରେମ,ଯଦି ଆପଣଙ୍କୁ ଯୋଗ୍ୟ ଭାବିବ,ତାହେଲେ ସେ ଆପଣଙ୍କୁ ଆଗକୁ ନେଇଯିବ। ପ୍ରେମ ଜରିଆରେ ଆମେ ଏକାଠି ହୋଇ ଆଗକୁ ବଢ଼ିଛୁ ଓ ନୂଆ ଯାତ୍ରା ଆରମ୍ଭ କରିଛୁ। ଆଜିର ଦିନ ଆମ ପାଇଁ ଜୀବନର ସୁବଠାରୁ ଖୁସିର ଦିନ। ଆମେ ଆମର ବାହାଘର ଓ ଖୁସିର ଦିନ ଆପଣମାନଙ୍କ ସହ ଶେୟାର କରୁଛୁ। ଏଥିପାଇଁ ଆମେ ବହୁତ ଖୁସି। ଯଶପ୍ରୀତ ଓ ସଞ୍ଜନା।”

ସୋସିଆଲ ମିଡିଆରେ ଏହି ଫଟୋ ସେୟାର ହେବା ପରେ ସମସ୍ତେ ବୁମ୍ରା ଓ ସଞ୍ଜନାକୁ ଶୁଭେଚ୍ଛା ଜଣାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ବୁମ୍ରାଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି। ବିବାହ ସମୟରେ ପରିବାରର କିଛି ସଦସ୍ୟ ସହିତ ବନ୍ଧୁବାନ୍ଧବ ବାହାଘରରେ ଉପସ୍ଥିତ ଥିଲେ। କରୋନା ସଂକ୍ରମଣ ପାଇଁ ବୁମ୍ରା କାହାକୁ ନିମନ୍ତ୍ରଣ କରିପାରିନାହାନ୍ତି।

ସଞ୍ଜନା ହେଉଛନ୍ତି ଜଣେ ସ୍ପୋର୍ଟସ ଆଙ୍କର। ସଞ୍ଜନା ସର୍ବଦା ଷ୍ଟାର ସ୍ପୋର୍ଟସ ଚ୍ୟାନେଲରେ ଆଙ୍କରିଂ କରିଥାନ୍ତି। ମଡେଲରୁ ଆଙ୍କର ହୋଇଥିବା ସଞ୍ଜନା ଆଇପିଏଲରେ ଏକାଧିକ ଖେଳ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। କେକେଆର ଡେୟାର୍ସ ନାଁରେ ସେ ଗୋଟିଏ ସପ୍ତାହିକ କାର୍ଯ୍ୟକ୍ରମରେ ଆଙ୍କରିଂ ମଧ୍ୟ କରିଛନ୍ତି। ୨୦୧୪ ମସିହାରେ ମିସ ଇଣ୍ଡିଆ ଫାଇନାଲିଷ୍ଟ ସଞ୍ଜନା ସ୍ପୋର୍ଟସ ଆଙ୍କର ହେବା ପୂର୍ବରୁ ଏମଟିଭିରେ ପ୍ରସାରିତ ହେଉଥିବା plitsvilla 7ରେ ଦେଖିବାକୁ ମିଳିଥିଲେ।

ଅନ୍ୟ ପାର୍ଶ୍ବରେ ଭାରତ ପାଇଁ ୨୦୧୬ ମସିହାରେ ଅଷ୍ଟ୍ରେଲିଆ ବିପ-କ୍ଷରେ ବୁମ୍ରା ନିଜର ବୋଲିଂ ଯାଦୁରେ ଭଲ ପ୍ରଦର୍ଶନ ଦେଖାଇଥିଲେ।

ଆଇସିସି ଦିନିକିଆ ଓ ଟେଷ୍ଟ ରା-କିଙ୍ଗରେ ଶ୍ରେଷ୍ଠ ୧୦ ନମ୍ବର ମଧ୍ୟରେ ବୁମ୍ରା ଅଛନ୍ତି। ଦୀର୍ଘ ଦିନ ଧରି ଭାରତ ପାଇଁ ଟି-୨୦ କ୍ରିକେଟ ମ୍ୟାଚରେ ବୁମ୍ରାଙ୍କୁ ଦେଖିବାକୁ ମିଳିନଥିଲା। ଏଥିପାଇଁ ତାଙ୍କର ରା-କିଙ୍ଗ ୧୫ ନମ୍ୱରକୁ ଖସି ଆସିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *