7th Pay Commission : କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସିର ଖବର, ମିଳିବ ଏହି ଫାଇଦା,ଜାଣନ୍ତୁ ସମ୍ପୂର୍ଣ ସୂଚନା

କରୋନା ସଙ୍କଟ କାରଣରୁ ମହାଙ୍ଗାଇ ଭତ୍ତା ଉପରେ ନିରାଶ ଥିବା କେନ୍ଦ୍ରୀୟ କର୍ମଚାରୀଙ୍କୁ ସରକାରଙ୍କ ତରଫରୁ ଖୁସିର ଖବର ମିଳିଛି । ସରକାର ସୂଚନା ଦେଇଛନ୍ତି ଏହିବର୍ଷ ଜୁଲାଇ ମାସରେ ମହାଙ୍ଗାଇ ଭତ୍ତାର ତିନୋଟି କିସ୍ତି ମିଳିବ ।

ବିଗତ କରୋନା ମହାମାରୀ ସଙ୍କଟ କାରଣରୁ ଲକଡାଉନ ସମୟରେ ଡ଼ିଏ ଉପରେ ରୋକ ଲଗାଯାଇଥିଲା । ସରକାର ଡ଼ିଏର ପୁରୁଣା ଦରକୁ ଜୁନ 2021 ପର୍ଯ୍ୟନ୍ତ ଲାଗୁ କରିଦିଆ ଯାଇଥିଲା ।

ବିତ୍ତ ମନ୍ତ୍ରାଳୟ କହିଛନ୍ତି, କେନ୍ଦ୍ରୀୟ କର୍ମଚାରୀଙ୍କ ଡ଼ିଏ ବିଗତବର୍ଷରୁ ଅଟକିଛି, ଏଥିପାଇଁ ଜୁଲାଇରୁ ତାଙ୍କୁ ମହାଙ୍ଗାଇ ଭତ୍ତାଫ 3ଟି କିସ୍ତି ଦିଆଯିବ । ବିତ୍ତ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ଏକ ପ୍ରଶ୍ନର ଲିଖିତ ଜବାବ ଦେଇ କହିଛନ୍ତି, ଡ଼ିଏର ତିନି କିସ୍ତି ଜୁଲାଇ 2021 ରୁ ଜାରି କରିଦିଆଯିବ ।

ଡ଼ିଏକୁ ବର୍ଷରେ ଦୁଇଥର ସଂଶୋଧିତ କରାଯାଏ । ସରକାର ପ୍ରତିବର୍ଷ ଜାନୁଆରୀ ଓ ଜୁଲାଇରେ ଏଥିରେ ପରିବର୍ତ୍ତନ କରିଥାନ୍ତି । 1 ଜାନୁଆରୀ 2020, 1 ଜୁଲାଇ2020, 1 ଜାନୁଆରୀ 2021ର ତିନୋଟି କିସ୍ତିକୁ ସରକାର ଦ୍ୱାରା କରୋନା ଭାଇରସ ମହମାରୀ ସମୟରୁ ଅଟକାଇ ଦିଆଯାଇଥିଲା ।

ଏହାର ଅର୍ଥ ଦେଢ଼ବର୍ଷ ପର୍ଯ୍ୟନ୍ତ ଡ଼ିଏ ବଢିବା ଉପରର ରୋକ ଲଗାଇ ଦିଆଯାଇଥିଲା । ସରକାରଙ୍କ ଏହି ନିଷ୍ପତ୍ତି କାରଣରୁ 50 ଲକ୍ଷ କର୍ମଚାରୀ ଓ 60 ଲକ୍ଷ ପେନସନର୍ସଙ୍କୁ ସିଧା ଫାଇଦା ମିଳିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *