6,6,6,6… ରୋଡ଼ ସେଫଟି ବିଶ୍ୱ T-20 ମ୍ୟାଚରେ ଯୁବରାଜ ସିଂହ ମାରିଲେ 4 ଲଗାତାର ଛକା । ଦେଖନ୍ତୁ ଭିଡ଼ିଓ

ଭାରତୀୟ କ୍ରିକେଟର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ ପୁଣି ନିଜ ପୁରୁଣା ଅନ୍ଦାଜରେ ଦେଖାଯାଇଛନ୍ତି । ସେ ଶନିବାର ଦିନ ଚାଲିଥିବା ରୋଡ଼ ସେଫଟି ଟୁର୍ଣ୍ଣାମେଣ୍ଟରେ ଲଗାତାର 4ଟି ଛକା ମାରି 2007 t-20 ବିଶ୍ୱକପକୁ ମନେପକାଇ ଦେଇଛନ୍ତି । ସାଉଥ ଆଫ୍ରିକା ଲେଜେଣ୍ଡସ ବିପ-କ୍ଷରେ ସେ ଏହି ଧମାକା କରିଛନ୍ତି ।

ଯୁବରାଜ ସିଂହ 2007 ବିଶ୍ୱକପ t-20 କଥା ମନେ ପକାଇଥିଲେ ଯେତେବେଳେ ସେ ଇଂଲଣ୍ଡ ଦ୍ରୁ-ତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ 6ଟି ବଲରୁ 6ଟି ଛକା ମାରି ଏହି ରେ-କର୍ଡ଼ ନିଜ ନାମରେ କରିଥିଲେ । ସେହିପରି ଶନିବାର ଦିନ ସେ ସାଉଥ ଆଫ୍ରିକା ଲେଜେଣ୍ଡସ ବିପକ୍ଷରେ 4ଟି ବଲରୁ ଲଗାତାର 4ଟି ଛକା ମାରିଥିଲେ ।

Google

ଆଫ୍ରିକାର ଜନ୍ଦେର ଦେ ବୃଏନ ପାଳିର 18 ତମ ଓଭର ପକାଇଥିଲେ ଓ ସେହି ଓଭରର ପ୍ରଥମ ବଲ ଯୁବରାଜ ଡ଼ଟ ଖେଳିଥିଲେ ଓ ଲଗାତାର 4ଟି ବଳରେ 4ଟି ଛକା ମାରିବାପରେ ସେ ଶେ-ଷ ବଲଟିକୁ ମଧ୍ୟ ଡ୍ର ରଖିଥିଲେ ।

ଯୁବରାଜ ଏହି ପାଳିରେ ମାତ୍ର 22 ବଲରୁ 52 ରନ କରିଥିଲେ ଯେଉଁଥିରେ 2 ଚୌକା ଓ 6 ଛକା ସାମିଲ ଥିଲା । ସେହିପରି ସଚିନ ତେନ୍ଦୁଲକର ମଧ୍ୟ 60 ରନର ପାଳି ଖେଳିଥିଲେ । ସଚିନ ଓ ଯୁବରାଜଙ୍କ ଅର୍ଧଶତକୀୟ ପାଳି ଦ୍ୱାରା ଭାରତ ଲେଜେଣ୍ଡସ 20 ଓଭରରେ 204 ରନ କରିପାରିଥିଲା ।

ଶସ୍ତା ଆଉଟ ହେଲେ ସେହ୍ୱାଗ :-

ସେହିପରି ଭାରତର ପୂର୍ବ ଓପନର ବୀରେନ୍ଦ୍ର ସେହ୍ୱାଗ ଏହି ମ୍ୟାଚରେ ମାତ୍ର 6 ରନ କରି ଆଉଟ ହୋଇଯାଇଥିଲେ କିନ୍ତୁ ଅଧିନାୟକ ସଚିନ ଭଲ ଭଲ ଶର୍ଟ ଖେଳି 30 ହଜାର ଦର୍ଶକଙ୍କ ମନ ମୋହିଥିଲେ । ସେହିପରି ବଦ୍ରିନାଥ 42 ଓ ୟୁସୁଫ ପଠାନ 23 ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *