ଧୋନି ହେଲେ ବୌଦ୍ଧ ସନ୍ୟାସୀ !

ଦେହରେ ସାଧା ବସ୍ତ୍ର ଓ ମୁହଁରେ ଶାନ୍ତ ସ୍ୱଭାବ। ଗଛ ମୂଳେ ବସିଛନ୍ତି ବୌଦ୍ଧ ଭି-କ୍ଷୁ। କ୍ରିକେଟ ପିଚ୍‌ରେ ହେଲିକପ୍ଟର ସଟ ମାରୁଥିବା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ସନ୍ୟାସୀ ସାଜିଛନ୍ତି। ଆଇପିଏଲ ୨୦୨୧ ପୂର୍ବରୁ ତାଙ୍କର ଏହି ନୂତନ ଲୁକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବର୍ତ୍ତମାନ ପୁରାପୁରି ନୂଆ ଗେଟ୍‌ଅପ୍‌ରେ ନଜର ଆସିଛନ୍ତି ମାହି।

ସୋସିଆଲ ମିଡିଆରେ ଚେନ୍ନାଇ ସୁପର କିଙ୍ଗସ କ୍ୟାପଟେନଙ୍କ ଏହି ଫଟୋ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛିଯେ, ଧୋନିଙ୍କ ଏହି ଫଟୋ ଏକ ବିଜ୍ଞାପନ ଶୁଟିଂର ଅଟେ। ଏହି ଫଟୋଟିକୁ ଷ୍ଟାର ସ୍ପୋର୍ଟସ୍‌ ତା’ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସେଆର କରିଛି। ଫଟୋକୁ ସେଆର କରି କ୍ୟପାସନରେ ଲେଖାହୋଇଛି ଯେ, “ଧୋନିଙ୍କ ଏହି ନୂଆ ଲୁକ୍ ଦେଖି ଆମେ ସମସ୍ତେ ଚକିତ ଅଛୁ।” ଫଟୋରେ ଧୋନି ଲଣ୍ଡା ହୋଇଯାଇଥିବା ବେଳେ, ମୁଣ୍ଡ ତଳକୁ କରି ବସିଛନ୍ତି ଏବଂ ଏହାସହିତ ସେ ବୌଦ୍ଧ ଭି-କ୍ଷୁଙ୍କ ଭଳି ପୋଷାକ ପିନ୍ଧିଛନ୍ତି। ଧୋନିଙ୍କ ଏହି ଫଟୋକୁ ନେଇ ଅନେକ ମଜାଦାର ମିମ୍ସ୍‌ ତିଆରି ହେବା ସହ ଲୋକେମାନେ କମେଣ୍ଟ ମଧ୍ୟ କୁରଛନ୍ତି। ସମସ୍ତଙ୍କୁ ମାହିଙ୍କ ଏହି ଫଟୋ ବେଶ ପସନ୍ଦ ଆସିଛି।

Google

ସୂଚନା ଅନୁସାରେ ୩୯ ବର୍ଷୀୟ ଧୋନି ନିଜ ମ୍ୟାଚ୍ ପ୍ରାକ୍ଟିସର ଗୋଟିଏ ଦିନ ପୂର୍ବରୁ ସେ ତାଙ୍କ ସାଧାରଣ ଲୁକରେ ନଜର ଆସୁଥିଲେ। ଭାରତରେ ଚଳିତ ବର୍ଷ ସବୁଠାରୁ ଧନୀ ଟି-୨୦ ଲିଗ୍ ଆଇପିଏଲ୍ ଅନୁଷ୍ଠିତ ହେବ। ଗତ ବର୍ଷ ୟୁଏଇରେ କରୋନା ମହାମାରୀ ଯୋଗୁଁ ଖେଳାଯାଇଥିଲା। ଏ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୪ ତମ ସିଜନ ଏପ୍ରିଲ ୯ରୁ ଆରମ୍ଭ ହେବ। ବିସିସିଆଇ ଚଳିତ ବର୍ଷ ଭାରତରେ ହିଁ ଆଇପିଏଲ୍ କରିବାକୁ ନିଷ୍ପତ୍ତି ନେଇଛି।

ଅନ୍ୟପଟରେ ଆଇପିଏଲ୍-୧୪ର ମ୍ୟାଚ୍ ତାଲିକା ମଧ୍ୟ ପ୍ରକାଶ ପାଇସାରିଛି। ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଟୁର୍ଣାମେଣ୍ଟର ଫାଇନାଲ ମ୍ୟାଚ ମେ’ ୩୦ ତାରିଖରେ ଖେଳାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *