କରଜ ଜାଲରେ ଫସିଗଲା ଅନୀଲ ଅମ୍ବାନୀଙ୍କ ଏହି କମ୍ପାନୀ କିନ୍ତୁ ନିବେଶକଙ୍କୁ ହୋଇଗଲା ଲାଭ :-

କରଜରେ ବୁଡିଥିବା ଅନୀଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ କ୍ୟାପିଟାଲ ର ଆର୍ଥିତ ସ୍ଥିତି ବର୍ତ୍ତମାନ ଭଲ ନାହିଁ କିନ୍ତୁ ନିବେଶକ ମାନେ ଏଥିରୁ ଲାଭ ପାଇଯାଇଛନ୍ତି ।

ବିଗତ ଦିନ ଭିତରେ ରିଲାଏନ୍ସ କ୍ୟାପିଟାଲର ଶେୟର 7 ପ୍ରତିଶତ ବଢ଼ିଯାଇଛି । ସପ୍ତାହର ଶେଷ ବେଳକୁ ଶେୟର ମୂଲ୍ୟ 5.76 ପ୍ରତିଶତରୁ ବୃଦ୍ଧି ହୋଇ 13.58 ପ୍ରତିଶତ ହୋଇଯାଇଛି। ଦୁଇଦିନ ପୂର୍ବରୁ ଶେୟର 10 ଟଙ୍କାରୁ ମଧ୍ୟ କମ ଥିଲା । ସେହିପରି ମାର୍କେଟ କ୍ୟାପିଟାଲ କଥା କହିବାକୁ ଗଲେ ଏହା ବଢି 343.18 କୋଟି ଟଙ୍କା ହୋଇଯାଇଛି ।

ଆପଣଙ୍କୁ ଜଣାଇଦେଉଛୁ କି, ରିଲାଏନ୍ସ କ୍ୟାପିଟାଲ ଉପରେ ମୋଟ ବିତ୍ତୀୟ ବୋଝ 20 ହଜାର କୋଟି ଟଙ୍କାରୁ ଅଧିକ ଅଟେ । ବିଗତ ଡିସେମ୍ବର 3 ମାସ ମଧ୍ୟରେ 4018 କୋଟି ଟଙ୍କାର ଘା-ଟା ହୋଇଛି । 2019 ରେ କେୟାର ରେଟିଂ ଏଜେନ୍ସି ରିଲାଏନ୍ସ କ୍ୟାପିଟାଲର 17000 କୋଟି ଶେୟରକୁ D’ ଗ୍ରେଡ ଡିଫଲଟରେ ପକାଇଦେଇଛି ।

Google

ଏହି ବୋଝକୁ ହାଲୁକା କରିବାପାଇଁ ଅନୀଲ ଅମ୍ବାନୀ ରିଲାଏନ୍ସ ଜେନେରାଲ ଇନ୍ସୁରାନ୍ସ, ରିଲାଏନ୍ସ ନିପନ ଲାଇଫ ଇନ୍ସୁରାନ୍ସ କମ୍ପାନୀ, ରିଲାଏନ୍ସ ସିକ୍ୟୁରିଟି, ରିଲାଏନ୍ସ ଫାଇନାନ୍ସ ଲି ଏବଂ ରିଲାଏନ୍ସ ଲିମିଟେଡ଼ ଗୁଡିକ ଶେୟର ବିକ୍ରି କରି ଏହି ବୋଝ ପୈଠ କରୁଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *