SBI ପୁଣି କଲା ଧମାକା, ଗୋଟିଏ ମିସଡ କଲରେ ମିଳିବ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ,ଜାଣନ୍ତୁ ପୁରା ଖବର

ଦେଶର ସବୁଠୁ ବଡ ଭାରତୀୟ ଷ୍ଟେଟ ବ୍ଯାଙ୍କ ବର୍ତ୍ତମାନ ନୂଆ ନୂଆ ଅଫର ଦେଉଅଛି, ଯାହାଦ୍ୱାରା ଗ୍ରାହକଙ୍କର ପ୍ରତିକ୍ରିୟା ମଧ୍ୟ ଭଲ ମିଳୁଅଛି। ଗ୍ରାହକଙ୍କୁ ଯେତେବେଳେ କୌଣସି ବଡ କାମ କରିବାର ଥାଏ ଓ ପାଖରେ ପଇସା ନଥାଏ, ସେହି ସମୟରେ ଏସବିଆଇ ନୂଆ ପ୍ଳାନ ଲଞ୍ଚ କରି ସାହାଯ୍ୟ କରିଥାଏ।

ଯଦି ନିଜସ୍ୱ କାମ ପାଇଁ ଆପଣ ବ୍ଯାଙ୍କରୁ ଲୋନ ନେବେ ତେବେ ସୁଧର ଦର ବହୁତ ଅଧିକ ଅଟେ। ଏମିତିରେ ଯଦି ଆପଣଙ୍କ ପାଖରେ ସୁନାର ମୁଦ୍ରା କିମ୍ବା ସୁନାର ଗହଣା ଅଛି ତେବେ ଆପଣ ନିଜର ଆବଶ୍ୟକ ପାଇଁ କମ ଦରରେ ପଇସାର ବ୍ୟବସ୍ଥା କରିପାରିବେ।

ଏସବିଆଇରୁ ୭.୫ ପ୍ରତିଶତ ବାର୍ଷିକ ଦରରେ ଲୋନ ନେଇପାରିବେ। ଯେତେବେଳେକି ବ୍ୟକ୍ତିଗତ ଲୋନ ପାଇଁ ୯.୬ ପ୍ରତିଶତ ଦରରେ ସୁଧ ଦେବାକୁ ପଡିଥାଏ। ଏସବିଆଇ ହାଉସିଂ ଲୋନ କଷ୍ଟମର୍ଷ ଅଛି ତେବେ ୭.୩ ପ୍ରତିଶତ ସୁଧ ଦେବାକୁ ପଡିଥାଏ। ସୁନା ବ-ନ୍ଧା ରଖି ବ୍ଯାଙ୍କରୁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ନେଇପାରିବେ। ଏହି ଲୋନ ପାଇଁ କାଗଜପତ୍ର କାମ ମଧ୍ୟ ବହୁତ କମ, ଯେଉଁଥିପାଇଁ ପଇସାର ବ୍ୟବସ୍ଥା କରିବା ପାଇଁ ଏକ ଭଲ ସୁଯୋଗ ଅଟେ।

ଏସବିଆଇ ବ୍ଯାଙ୍କର ଯୋଗାଯୋଗ କେନ୍ଦ୍ରରୁ କଲବ୍ୟାକ ପାଇବା ପାଇଁ ଆପଣ ୭୨୦୮୯୩୩୧୪୩ ନମ୍ବରରେ ମିସଡ କଲ ଦେଇପାରିବେ କିମ୍ବା ୭୨୦୮୯୩୩୧୪୫ ନମ୍ବରରେ ଗୋଲ୍ଡ ଲେଖି ଏମଏମଏସ ମଧ୍ୟ କରିପାରିବେ। ଏହାପରେ ଗୋଲ୍ଡ ଲୋନ ପାଇଁ ବ୍ଯାଙ୍କ ଆପଣଙ୍କ ସହିତ ସମ୍ପର୍କ କରିବେ ଓ ଆଗାମୀ ପ୍ରକ୍ରିୟା ଆରମ୍ଭ ହେବ। ଏହି ଲୋନକୁ ୧୮ବର୍ଷରୁ ଅଧିକ ଯେକୌଣସି ବ୍ୟକ୍ତି ନେଇପାରିବେ। ଯାହା ପାଖରେ ଆୟର କୌଣସି ସାଧନ ନଥିବ।

Google

ଜାଣନ୍ତୁ ଗୋଲ୍ଡ ଲୋନ ବିଷୟରେ:-

– ୨୦ହଜାରରୁ ୫୦ଲକ୍ଷ ପର୍ଯ୍ୟନ୍ତ ଲୋନ

– ସିକ୍ଯୁରିଟି- ଯେଉଁ ଗହଣା କିମ୍ବା ମୁଦ୍ରା ଆପଣ ବନ୍ଧା ରଖୁଛନ୍ତି, ତାହାର ସୁଦ୍ଧତା ଓ ମାତ୍ରାର ପ୍ରମାଣ

– ପ୍ରୋସେସିଂ ଫିସ- ଲୋନ ରାଶିର ୦.୨୫ ପ୍ରତିଶତ ଓ ଜିଏସଟି କିମ୍ବା ନ୍ଯୁନତମ ୧୫୦ଟଙ୍କା(ୟୋନୋରେ ଏପ୍ଲାଇ କଲେ କୌଣସି ଚାର୍ଜ ନାହିଁ)

– ଇନକମର କୌଣସି ପ୍ରମାଣପତ୍ର ଆବଶ୍ୟକ ନାହିଁ।

– ମାର୍ଜିନ- ଗୋଲ୍ଡ ଲୋନ: ୨୫ ପ୍ରତିଶତ, ଲିକ୍ବିଡ ଗୋଲ୍ଡ ଲୋନ: ୨୫ପ୍ରତିଶତ, ବୁଲେଟ ରିପେମେଣ୍ଟ ଗୋଲ୍ଡ ଲୋନ: ୩୫ପ୍ରତିଶତ

– ସୁଧ ଦର- ୭.୫ ପ୍ରତିଶତ। ଯଦି ଏସବିଆଇ ହାଉସିଙ୍ଗ ଲୋନ କଷ୍ଟମର୍ଷ ଅଟନ୍ତି ତେବେ ୭.୩ ପ୍ରତିଶତ

ରିପେମେଣ୍ଟ ପିରିୟଡ:-

– ଗୋଲ୍ଡ ଲୋନ: ୩୬ ମାସ

– ଲିକ୍ବିଡ ଗୋଲ୍ସ ଲୋନ: ୩୬ ମାସ

– ବୁଲେଟ ରିପେମେଣ୍ଟ ଗୋଲ୍ଡ ଲୋନ: ୧୨ ମାସ

Google

ରିପେମେଣ୍ଟ ମୋଡ:-

– ଗୋଲ୍ଡ ଲୋନ: ଲୋନ ମିଳିବାର ଆଗାମୀ ମାସରୁ ମୂଳଧନ ଓ ସୁଧକୁ ପଇଠ କରିବାକୁ ହେବ

– ଲିକ୍ବିଡ ଗୋଲ୍ଡ ଲୋନ: ଦେବାନେବା ସୁବିଧା ଓ ମାସିକ ସୁଧ ଅଭରଡ୍ରାଫ୍ଟ ଖାତାରେ ଉପଲବ୍ଧ କରାଯିବ

– ବୁଲେଟ ରିପେମେଣ୍ଟ ଗୋଲ୍ଡ ଲୋନ: ଟର୍ମ ସମ୍ପୂର୍ଣ ହେବା କିମ୍ବା ଖାତା ବନ୍ଦ ହେବା କିମ୍ବା ତା ପୂର୍ବରୁ

ଜରୁରୀ କାଗଜପତ୍ର:-

– ଏପ୍ଲାଇ କରିବା ପାଇଁ- ଦୁଇଟି ଫୋଟ ସହିତ ଗୋଲ୍ଡ ଲୋନ ଏପ୍ଲିକେସନ

– ପରିଚୟ ପତ୍ର ଓ ଠିକଣା

– ଯଦି ନିରକ୍ଷର ଅଛି ତେବେ ପ୍ରମାଣ ପତ୍ର

– ଲୋନ ମିଳିବା ସମୟରେ- ଡିପି ନୋଟ ଓ ଡିପି ନୋଟ ଟେକ ଡେଲିଭରି ଲେଟର

– ଗୋଲ୍ଡ ଅର୍ନାମେଣ୍ଟସ ଟେକ ଡେଲିଭରି ଲେଟର

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *