ଦେଖନ୍ତୁ ଭିଡିଓ : ଏହି ବ୍ୟାଟ୍ସମ୍ୟାନ ସୁଇପ ମାରିଲେ ଛକା ହୋଇଯାଏ,ଏହି ୨୧ ବର୍ଷୀୟ ଖେଳାଳୀଙ୍କୁ ମିଳିଲା ଆରସିବିରେ ଦଳରେ ସ୍ଥାନ,ଜାଣନ୍ତୁ ତାଙ୍କ ବିଷୟରେ

ଆଇପିଏଲ ପୂର୍ବରୁ ଆରସିବି ଵଡ ପରିବର୍ତ୍ତନ କରି ଏମିତି ଖେଳାଳିଙ୍କୁ ଜାଗା ଦେଇଛି ,ଯିଏ ସୁଇପ୍ ମାରି ଛକା ମାରିବାରେ ମାହିର|୨୧ବର୍ଷୀୟ ଏହି ଖେଳାଳିଙ୍କ ନାମ ଫିନ ଏଲନ|ଫିନଙ୍କୁ ଯୋଶ ଫିଲ୍ପଙ୍କ ପରିବର୍ତ୍ତେ ଦଳରେ ସାମିଲ କରାଯାଇଛି|ଆରସିବି ଟୁଇଟ୍ କରି ଏହା ଜଣାଇଛି|

ନ୍ୟୁଜିଲାଣ୍ଡର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଫିନ ଏଲନଙ୍କୁ ଆରସିବି ଚୁକ୍ତି କରିଛି|ଫିଲିପ ବ୍ୟକ୍ତିଗତ କାରଣରୁ ଏହି ଆଇପିଏଲରେ ଭାଗ ନେଇପାରିବେ ନାହିଁ|ଆରସିବି ଟୁଇଟରରେ ଲେଖିଛି ଯେ ଫିଲ୍ପ ବ୍ୟକ୍ତିଗତ କାରଣରୁ ଆଇପିଏଲ ୨୦୧ ପାଇଁ ଅନଆଭଲେବଲ୍ କହିଲେ|ଏହାଫଳରେ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ଫିନଙ୍କୁ ଦଳରେ ସାମିଲ କରାଗଲା|

ଆଇପିଏଲ ୨୦୨୧ର ଆରମ୍ଭ ୯ ଅପ୍ରେଲରୁ ହେବ|ଉଦ୍ଘାଟନ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ଆରସିବି ମଧ୍ୟରେ ହେଵ|ଆରସିବିର ପ୍ରଶଂସକ ଫିନ ଏଲନଙ୍କୁ ଦଳରେ ସାମିଲ ହେବା ନେଇ ଉତ୍ସାହିତ|

ଫିନ ଏପର୍ଯ୍ୟନ୍ତ ଆଇପିଏଲ ଖେଳିନାହାନ୍ତି|ଏହିବର୍ଷ ନିଲାମିରେ ତାଙ୍କୁ କୈାଣସି ଦଳ କିଣିନଥିଲେ|ସେ ଏପର୍ଯ୍ୟନ୍ତ ୧୩ ଘରୋଇ ଟି-୨୦ମ୍ୟାଚରେ ୪୮.୮୧%ହାରରେ ୫୩୭ରନ କରିଛନ୍ତି|ତାଙ୍କର ଷ୍ଟ୍ରାଇକ ରେଟ୍ ୧୮୩.୨୭ ରହିଛି|ସେ ୧୨ଟି ଫାଷ୍ଟ କ୍ଲାସ ମ୍ୟାଚରେ ତିନିଟି ଅର୍ଦ୍ଧଶତକ ଲଗାଇଛନ୍ତି|

୨୧ବର୍ଷୀୟ ଫିନ୍ ସୁପର ସ୍ମାଶ ଲିଗରେ ଚର୍ଚ୍ଚିତ ଥିଲେ|ସେ ୧୧ମ୍ୟାଚରୁ ୫୧୨ରନ କରିଥିଲେ|ସେ ଲିଗର ଟପ ସ୍କୋରର ମଧ୍ୟ ରହିଥିଲେ|ତାଙ୍କୁ ଆରସିବି ୨୦ଲକ୍ଷ ବେସ ପ୍ରାଇସରେ ଦଳରେ ସ୍ଥାନ ଦେଇଛି|

ଆରସିବି ଦଳ:

ବିରାଟ କୋହଲି (ଅଧିନାୟକ),ଏବି ଡିଭିଲିୟର୍ସ,ଏଡମ ଜମ୍ପା,ଡ୍ୱନ କ୍ୱଶ୍ଚିନିୟନ,ଡୈନିଅଲ ସୋମ୍ସ, ଦେବଦତ୍ତ ପଡିକ୍କଲ,ଗ୍ଲେନ ମାକ୍ସୱଲ,ହର୍ଷଲ ପଟେଲ,ଫିନ ଏଲନ,ଫିନ ରିଚାର୍ଡସନ,କେଏସ ଭରତ,ଫାଇଲ ଜେମିସନ,ମହମ୍ମଦ ଆଝାରୁଦ୍ଦିନ,ମହମ୍ମଦ ସିରାଜ,ନବଦୀପ ସୈନି,ପବନ ଦେଶପାଣ୍ଡେ,ରଜତ ପାଟିଦାର,ସଚିନ ବେବି,ଶାହବାଜ ଅହମ୍ମଦ,ସୁୟସ ପ୍ରଭୁଦେଶାଇ,ୱସିଙ୍ଗଟନ ସୁନ୍ଦର,ୟୁଜବେନ୍ଦ୍ର ଚହଲ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *