ଦେଖନ୍ତୁ ଭିଡ଼ିଓ : ଗୋଟିଏ ହେଟାବାଘକୁ ଡରି ଶି-କା-ର ଛାଡି ପଳାଇଲା ଚିତାବାଘ, ଭିଡିଓରେ କଏଦ ହୋଇଗଲା ଏହି ଅଜବ ଘଟଣା

ବନ୍ୟପ୍ରାଣୀମାନଙ୍କ ମଧ୍ୟ ଏପରି ଅନେକ ଘଟଣା ଦେଖିବାକୁ ମିଳିଥାଏ, ଯାହା ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ | ବେଳେବେଳେ କୌଣସି ଚିତାବାଘ କୁମ୍ଭୀରର ଶିକାର କରିନିଏ ତ ଆଉ କେତେବେଳେ ବଳଦ ପରି ଜୀବ ସିଂହକୁ ଆ-କ୍ର-ମ-ଣ କରି ଦେଇଥାଏ | ଏଭଳି ଏକ ଘଟଣାର ଭିଡିଓ ସୋସିଆଲ ସାଇଟରେ ଭାଇରାଲ ହେଉଛି | ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏହି ଭିଡିଓରେ ଭୟଙ୍କର କୁହାଯାଉଥିବା ଚିତାବାଘ ନିଜ ଶିକାର ଛାଡି ସେହି ସମୟରେ ହିଁ ଡରି ପଳାଇ ଯାଉଛି, ଯେତେବେଳେ କି ତାର ନଜର ଗୋଟିଏ ହେଟାବାଘ ଉପରେ ପଡ଼ିଯାଏ |

ଭିଡିଓରେ ସ୍ପଷ୍ଟ ଦେଖାଯାଇପାରେ ଯେ ଯେତେବେଳେ ଗୋଟିଏ ଚିତାବାଘ ହରିଣକୁ ନିଜର ଶିକାର କରିବାକୁ ଚାହୁଁଛି, ଠିକ ସେତିକିବେଳେ ସେଠାରେ ଗୋଟିଏ ଗୋଟିଏ ହେଟାବାଘର ଏଣ୍ଟ୍ରି ହୋଇଯାଏ | ଏହାପରେ ସିଂହ ଡରିଯାଇ ନିଜ ଶି-କା-ର ଛାଡି ପଳାଇ ଯାଇଥାଏ | ଭିଡିଓରେ ଗୋଟିଏ ଶକ୍ତିଶାଳୀ ଚିତା ଗୋଟିଏ ହେଟାବାଘ ସାମ୍ନାରେ ହିଁ ଦୁର୍ବଳ ହୋଇଯାଉଛି ଏବଂ ସେଠାରୁ ପଳାଇ ଯାଉଛି | ଏହା ପରେ ହରିଣର ଶିକାର ହେଟାବାଘ କରିବାକୁ ଲାଗେ |

ଜଙ୍ଗଲର ପରିଷ୍କାର ପରିଚ୍ଛନ୍ନତାରେ ଯୋଗ ଦେଇଥାନ୍ତି ହେଟାବାଘ :-

ସିଂହ ଏବଂ ଚିତାବାଘ ବିଷୟରେ ଆମେ ସମସ୍ତେ ଜାଣିଛନ୍ତି, କିନ୍ତୁ ହେଟାବାଘ ମଧ୍ୟ ଗୋଟିଏ ବିପଜ୍ଜନକ ପଶୁ ହୋଇଥାଏ | ହେଟାବାଘ ମୁର୍ଦା ଖୋର ନାମରେ ମଧ୍ୟ ଜଣାଶୁଣା ଅଟେ, କାରଣ ସେ ମୃତ ପଶୁମାନଙ୍କୁ ମଧ୍ୟ ନିଜର ଏହାର କରିଥାଏ | ହେଟାବାଘ ରୋଗ କାରଣରୁ ମରିଯାଇଥିବା ପ୍ରାଣୀମାନଙ୍କୁ ମଧ୍ୟ ଖାଇଥାଏ, ଯେତେବେଳେ କି ଅନ୍ୟ ପଶୁମାନେ ତାଜା ମାଂସକୁ ହିଁ ନିଜର ଏହାର କରିଥାନ୍ତି | ଜଙ୍ଗଲରେ ବାଘ ଏବଂ ସିଂହ ପରି ପଶୁ ନିଜ ଶିକାରର କିଛି ଅଂଶ ଖାଆନ୍ତି ଏବଂ ଆଉ କିଛି ସେଠାରେ ହିଁ ଛାଡିଦିଅନ୍ତି, ଯାହା ପରେ କ୍ଷୟ ହେବାକୁ ଲାଗେ | ଏପରି ଦୁର୍ଗନ୍ଧଯୁକ୍ତ ମାଂସକୁ ମଧ୍ୟ ହେଟାବାଘ ନିଜର ଖାଦ୍ୟ କରନ୍ତି | ଏହିପରି ସେମାନେ ଜଙ୍ଗଲର ପରିଷ୍କାର ପରିଚ୍ଛନ୍ନତାରେ ମଧ୍ୟ ଯୋଗଦାନ ଦେଇଥାନ୍ତି |

ହେଟାବାଘ ମଳରୁ ତିଆରି ହୁଏ ଔଷଧ :-

ବୈଜ୍ଞାନିକମାନେ ହେଟାବାଘ ମଳରୁ ଔଷଧ ତିଆରି କରନ୍ତି | କୁହାଯାଏ ଯେ ହେଟାବାଘ ମୃତ ପଶୁମାନଙ୍କର ହାଡକୁ ମଧ୍ୟ ଚାଟିଥାଏ ଏବଂ ଏହି କାରଣରୁ ଏହାର ମଳ ଧଳା ହୋଇଯାଏ, ଯାହାର ବ୍ୟବହାର ଅନେକ ଔଷଧରେ କରାଯାଇଥାଏ | ପୂର୍ବ ଭାରତରେ ହେଟାବାଘର ଚର୍ବି ଶରୀରର ଅଙ୍ଗରେ ଆସୁଥିବା ଫୁଲା ପାଇଁ କାମରେ ଆସିଥାଏ | ଆଫ୍ରିକାରେ ଏହାର ଚର୍ବିର ପ୍ରୟୋଗ ଚର୍ମ ରୋଗ ଦ୍ୱାରା ଗ୍ରାସିତ ଅଙ୍ଗଗୁଡିକ ଉପରେ କରାଯାଇଥାଏ | ବର୍ତ୍ତମାନ ତିନି ପ୍ରକାରର ହେଟାବାଘ ଷ୍ଟ୍ରାଇଡ, ଦାଗଯୁକ୍ତ ବ୍ରାଉନ ହେଟାବାଘ ଏବଂ କୀଟ ଭକ୍ଷୀ ହେଟାବାଘ ଅଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *