ସବୁ ସନ୍ଦେହ ଦୂର କଲେ ବିରାଟ କୋହଲି,ଏଇ ଦୁଇ ବ୍ୟାଟ୍ସମ୍ୟାନ କରିବେ ଓପନିଂ ,ଜାଣନ୍ତୁ ପୁରା ଖବର

ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ t-20 ସିରିଜ ଶୁକ୍ରବାର ଦିନ ଆରମ୍ଭ ହେବାକୁ ଯାଉଛି । ଅହମ୍ମଦାବାଦ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ t-20 ମ୍ୟାଚରେ ରୋହିତ ଶର୍ମାଙ୍କ ସହିତ କିଏ ଓପନ କରିବ ଏଥିନେଇ ଦଳର ଅଧିନାୟକ ବିରାଟ କୋହଲି ଗୁରୁବାର ଦିନ ସୂଚନା ଦେଇଛନ୍ତି । କୋହଲି ଗୁରୁବାର ଦିନ କହିଥିଲେ, ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ ସହିତ କେଏଲ ରାହୁଲ ଓପନ କରିବେ |

ବିରାଟ କୋହଲି କହିଥିଲେ, ଏହା ବହୁତ ସରଳ ଅଟେ । ରୋହିତ ଓ ରାହୁଲ ଟପ ଅର୍ଡରରେ ଆମ ପାଇଁ ଭଲ ପ୍ରଦର୍ଶନ କରିଆସୁଛନ୍ତି । ଯଦି ରୋହିତ ବିଶ୍ରାମ ନେଉଛନ୍ତି କିମ୍ବା ରାହୁଲ ଆହତ ହେଉଛନ୍ତି ତାହେଲେ ଆମ ପାଇଁ ତୃତୀୟ ସଲାମୀ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଓପନିଂ କରିବେ ।

ଅଧିନାୟକ ବିରାଟ କୋହଲିଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଆଗକୁ ଆଇସିସି t-20 ବିଶ୍ୱକପ ହେବାକୁ ଯାଉଛି ସେଥିପାଇଁ ଦଳର କୋର ଏବେଠୁ ପରଖିବାକୁ ସେ ଚାହୁଁଛନ୍ତି । ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଭଳି ନମ୍ବର୍ 1 ଦଳ ସହ ଖେଳିବାପାଇଁ ବହୁତ ଖୁସି ହେବେ ।

ଭାରତ ପାଖରେ ପ୍ରତ୍ୟେକ ସ୍ଥାନ ପାଇଁ ବହୁତ ବିକଳ୍ପ ରହିଛି, ଏମିତିରେ ଏହା ଅଧିନାୟକ ପାଇଁ ବହୁତ ଭଲ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *