କ୍ୟାବ ଡ୍ରାଇଭର ମହିଳାମାନଙ୍କୁ ମାସ୍କ ପିନ୍ଧିବାକୁ କହିଲେ, କିନ୍ତୁ ଝିଅମାନେ କଲେ ଏମିତି ହରକତ,ଦେଖନ୍ତୁ ଭିଡ଼ିଓ

ସେନ ଫ୍ରାନସିସ୍କୋରେ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଏକ ମହିଳା ପେସେଞ୍ଜର ନିଜର ଦୁଇ ମିତ୍ରଙ୍କ ସହିତ ମିଶି କ୍ୟାବ ଡ୍ରାଇଭରଙ୍କୁ ଏତେ ବିରକ୍ତ କରିଲେ ଯେତେବେଳେ ଡ୍ରାଇଭର ଜଣକ କେବଳ ଏତିକି କହିଥିଲେକି ଆପଣ ଲୋକମାନେ ମାସ୍କ ପିନ୍ଧି ଦିଅନ୍ତୁ, ଏହିକଥାକୁ ନେଇ ସେମାନଙ୍କୁ ରାଗ ଆସିଗଲା।

ଏହି ମାମଲାର ସେନ ଫ୍ରାନସିସ୍କୋର ଅଟେ, ଏକ ମହିଳା ନିଜର ଦୁଇ ମିତ୍ରଙ୍କ ସହିତ କ୍ୟାବରେ ବସିଲେ। ଏହାପରେ କ୍ୟାବ ଡ୍ରାଇଭର ସେମାନଙ୍କୁ ମାସ୍କ ପିନ୍ଧିବାକୁ କହିଲେ କିନ୍ତୁ ଉକ୍ତ ମହିଳାମାନଙ୍କୁ ବିରକ୍ତ ଲାଗିଲା। ଏକ ମହିଳା ସର୍ବପ୍ରଥମେ ଡ୍ରାଇଭରର ମୁହଁ ନିକଟରେ ଜୋରରେ କାଶିଲେ।

ଏହା ପରେ କ୍ୟାବ ଡ୍ରାଇଭରକୁ ଗାଳି ଦେଲେ ଓ ନିଜର ମାସ୍କକୁ ବାହାର କରିଦେଲେ। ଏହି ସମୟରେ ମହିଳାଙ୍କର ଜଣେ ମିତ୍ର ନିଜକୁ କରୋନା ପଜିଟିବ ବୋଲି କହିଲେ, ଡ୍ରାଇଭରଙ୍କର ମଜାକ ଉଡାଇବାକୁ ଲାଗିଲେ। ଏହି ସମସ୍ତ ଘଟଣା ସମ୍ମୁଖରେ ଥିବା କ୍ୟାମେରାରେ ରେକର୍ଡ ହୋଇଗଲା।

ଏହି ଭିଡିଓକୁ ଏବିସି ୭ ର ରିପୋର୍ଟର ଡାୟୋନ ଲିମ ଇନଷ୍ଟାଗ୍ରାମରେ ସେଯାର କରିଦେଲେ। ଏହି ତିନିଜଣ ମହିଳା କ୍ୟାବ ଡ୍ରାଇଭରଙ୍କୁ ବହୁତ ବିରକ୍ତ କରିଲେ। ଜଣେ ମହିଳା ଡ୍ରାଇଭରଙ୍କ ଫୋନକୁ ଉଠାଇବାକୁ ଚାହିଁଲେ। ଶେଷରେ ସେ ତିନିଜଣ କ୍ୟାବରୁ ଉଲ୍ହାଇଗଲେ।

ସେନ ଫ୍ରାନସିସ୍କୋ ପୋଲିସ କହିଲେକି ଏହି ଘଟଣାର ଯାଞ୍ଚ କରୁଛନ୍ତି ଓ ଅତିଶୀଘ୍ର ଉକ୍ତ ତିନିଜଣ ପ୍ୟାସେଞ୍ଜରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉବର କ୍ୟାବ ଅଧିକାରୀ କହିଲେକି ଏହି ମାମଲାକୁ ହାଲୁକାରେ ନିଆଯାଉଛି।

ଏଠାରେ ଦେଖନ୍ତୁ ଭିଡିଓ…

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *