ଆଇପିଏଲ ୨୦୨୧ : ପ୍ରଶଂସକଙ୍କୁ ଶକ୍ତ ଝଟକା : ଦର୍ଶକଙ୍କୁ ମିଳିବ ନାହିଁ ଏଣ୍ଟ୍ରି

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନ ଆରମ୍ଭ ପୂର୍ବରୁ ଆଇପିଏଲ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଛି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ କହିଲେକି ଆଇପିଏଲ ୨୦୨୧ ସମୟରେ ଦର୍ଶକ ପଡିଆ ମଧ୍ୟକୁ ଯାଇପାରିବେ ନାହିଁ। ଏଥିପାଇଁ ଅନୁମତି ମିଳିବ ନାହିଁ। ଅର୍ଥାତ ଗତଥର ଭଳି ଏଥର ମଧ୍ୟ ଆଇପିଏଲ ବିନା ଦର୍ଶକଙ୍କୁ ନେଇ ଖେଳାଯିବ। ଆଇପିଏଲ ୨୦୨୧ର ଆରମ୍ଭ ଏପ୍ରିଲ ୯ ତାରିଖରୁ ହେବ ଓ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ଯାଚ ମଇ ୩୦ରେ ଖେଳାଯିବ।

ସୌରଭ ଗାଙ୍ଗୁଲୀ ଇଣ୍ଡିଆ ଟୁଡେ ସହ କଥାବାର୍ତ୍ତା ହେଉଥିବା ସମୟରେ କହିଲେକି,”ଆଇପିଏଲ ସମୟରେ ଦର୍ଶକଙ୍କୁ ସଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ଦେବା ଏତେ ବଡ ଟୁର୍ଣ୍ଣାମେଣ୍ଟ ପାଇଁ ବିପଦ ହୋଇପାରେ। ଯଦି ଆପଣ ଦର୍ଶକଙ୍କୁ ଅନୁମତି ଦେବେ ତେବେ ପଡିଆ ଭିତରେ ଓ ବାହାରେ ଖେଳାଳିମାନେ ଅଭ୍ଯାସ କରନ୍ତି। ଅନେକ ଷ୍ଟାଡିୟମରେ ଆଭାସ ପାଇଁ ପିଚ ଷ୍ଟାଡିୟମ ବାହାରେ ଅଛି। କାରଣ ତାଙ୍କୁ ପ୍ରତ୍ଯେକଦିନ ଅଭ୍ଯାସ କରିବାକୁ ପଡିଥାଏ। ଦର୍ଶକଙ୍କୁ ଅନୁମତି ଦେବେ ଏହି ସମ୍ଭାବନା ହୋଇପାରେକି ସେମାନେ ଅଭ୍ୟାସ କରୁଥିବା ଦଳ ନିକଟକୁ ଯାଇପାରନ୍ତି, ଯାହାଦ୍ୱାରା ବିପଦ ବଢିପାରେ।

କୋଭିଡ-୧୯ ଯୋଗୁଁ ଗତ ସିଜିନ ୟୁଏଇରେ ଖେଳା ଯାଇଥିଲା, କିନ୍ତୁ ଏଥର ଆୟୋଜନ ଭାରତରେ ହେଉଅଛି। ଟୁର୍ଣ୍ଣାମେଣ୍ଟର ସମସ୍ତ ମୁକାବିଲା ଛଅଟି ସହରରେ ଖେଳାଯିବ ଓ ଏଥର କୌଣସି ଦଳ ନିଜର ଘରୋଇ ଷ୍ଟାଡିୟମରେ ମ୍ଯାଚ ଖେଳିବେ ନାହିଁ। ଆଇପିଏଲ ୨୦୨୧ର ପ୍ରଥମ ମ୍ଯାଚ ପାଞ୍ଚ ଥର ଚମ୍ପୟାନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ବିରାଟ କୋହଲି ଦଳ ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋର ମଧ୍ୟରେ ଖେଳାଯାଉଛି। ଏଥର ସମୁଦାୟ ୧୧ଟି ଡବଲ ହେଡର ମ୍ଯାଚ ଖେଳାଯାଉଛି ଓ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ଯାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *