ଅଶ୍ୱିନଙ୍କୁ T-20 ରେ ଖେଳାଇବାକୁ ନେଇ ଗର୍ଜିଲେ ବିରାଟ କୋହଲି,କହିଲେ ଏମିତି କଥା,ପଢନ୍ତୁ ପୁରା ଖବର

ଟେଷ୍ଟ ସିରିଜରେ ଶାନଦାର ବିଜୟ ପରେ ଭାରତୀୟ ଦଳ ଶୁକ୍ରବାର ଦିନ t-20 ଖେଳିବାକୁ ଯାଉଛି । ଭାରତୀୟ ଅଧିନାୟକ ଓପନିଂକୁ ନେଇ ଖୁଲାସା କରି କହିଛନ୍ତି ଯେ, ରୋହିତ ଶର୍ମା ଓ କେଏଲ ରାହୁଲ ପାଳି ଆରମ୍ଭ କରିବେ। ସେହିପରି କୋହଲିଙ୍କୁ ଆଉ ଏକ ପ୍ରଶ୍ନ ପଚରାଯାଇଥିଲା, ପ୍ରଶ୍ନଟି ଥିଲା ରବିଚନ୍ଦ୍ରନ ଅଶ୍ୱିନ t-20 ରେ କଜେଳିବେ କି! ଏହାପରେ କୋହଲି ଚିଡିଯାଇ କହିଥିଲେ ପ୍ରଶ୍ନ ପୂର୍ବରୁ ତର୍କ ହେବା ଆବଶ୍ୟକ ।

କୋହଲି କହିଥିଲେ, ଯଦି ରୋହିତ ଶର୍ମା ଖେଳୁଛନ୍ତି ତାହେଲେ ଦଳରେ ରୋହିତ ଓ ରାହୁଲ ଓପନିଂ କରିବେ ଏବଂ ଶିଖର ଧାୱନଙ୍କ ଦଳରେ ସ୍ଥାନ ନାହିଁ ।

କୋହଲି କହିଥିଲେ, ଯଦି ରୋହିତ ଶର୍ମା ଆରାମ କରୁଛନ୍ତି କି, କେଏଲ ରାହୁଲ ଆହତ ହୋଇଯାଉଛନ୍ତି ତାହେଲେ ଶିଖର ଧାୱନ ତୃତୀୟ ଅପ୍ସନ ହେବେ କିନ୍ତୁ ବର୍ତ୍ତମାନ ରୋହିତ ଓ ରାହୁଲ ପାଳି ଆରମ୍ଭ କରିବେ ।

କୋହଲି ସିଧାସିଧା କହିଥିଲେ, ୱାଶିଂଟନ ସୁନ୍ଦରଙ୍କ ଶାନନ୍ଦର ପ୍ରଦର୍ଶନ ପାଇଁ ଦଳରେ ଆର ଅଶ୍ୱିନଙ୍କୁ ସ୍ଥାନ ଦିଆଯାଇପାରିବ ନାହିଁ ।

ସେହିପରି ବରୁଣ ଚକ୍ରବର୍ତ୍ତୀଙ୍କୁ ନେଇ ପ୍ରଶ୍ନ କରିବାରେ କୋହଲି କହିଥିଲେ, ଫିଟନେସ ଟେଷ୍ଟ ପ୍ରଥମେ ରହିବା ଆବଶ୍ୟକ । ଆପଣଙ୍କୁ ଜଣାଇଦେଉଛୁ କି, ବରୁଣ ଚକ୍ରବର୍ତ୍ତୀ ନିଜର କାନ୍ଧ ଇଞ୍ଜୁରୀ ଲୁଚାଇଥିଲେ ଓ ସେ ଦଳରେ ସେତେବେଳେ ପ୍ରବେଶ କରିବେ ଯେତେବେଳେ ଫିଟନେସ ପାସ କରିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *