ଦେଖନ୍ତୁ ଭିଡିଓ: ଫିଟନେସ ପାଇଁ ବାଘ କରୁଛି ସୂର୍ଯ୍ୟ ନମସ୍କାର

ସୋସିଆଲ ମିଡିଆରେ ପଶୁମାନଙ୍କର ଭିଡିଓକୁ ବହୁତ ସେୟାର କରାଯାଏ। ୟୁଜର୍ସଙ୍କୁ ପଶୁ, ପକ୍ଷୀଙ୍କର ହରକତ ବହୁତ ପସନ୍ଦ ଆସିଥାଏ। ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦା ସୋସିଆଲ ମିଡିଆ ଟୁଇଟରରେ ଏକ ବାଘର ମଜାଳିଆ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଟୁଇଟରରେ ବହୁତ ଭାଇରାଲ ହେଉଅଛି।

ଫିଟନେସ ପାଇଁ ବାଘ କରିଲା ପୁଷଅପ:-

ଇଣ୍ଡିଆନ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦା ନିଜର ସୋସିଆଲ ମିଡିଆ ଏକାଉଣ୍ଟରେ ପ୍ରାୟତଃ ପଶୁମାନଙ୍କର ଭିଡିଓ ସେୟାର କରନ୍ତି, ଯାହାର କ୍ୟାପ୍ସନରେ ଲେଖିଛନ୍ତି- ଫିଟ ରହିବା ପାଇଁ ବାଘ ପୁଷଅପ କରୁଅଛି। ଏହି ଭିଡିଓ ୬ ସେକେଣ୍ଡର ଅଟେ ଓ ଲୋକଙ୍କୁ ବହୁତ ପସନ୍ଦ ଆସୁଛି।

ଲୋକ ସୂର୍ଯ୍ୟ ନମସ୍କାର ସହ କରିଲେ ତୁଳନା:-

ସୁଶାନ୍ତ ନନ୍ଦା ବାଘର ଏହି ହରକତର ତୁଳନା ପୁଷଅପ୍ସ ସହିତ କରିଛନ୍ତି, ସୋସିଆଲ ମିଡିଆ ୟୁଜର୍ସ ଏହି ପୁଷଅପ୍ସକୁ ସୂର୍ଯ୍ୟ ନମସ୍କାର କହୁଛନ୍ତି। ଟୁଇଟରରେ ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ୧୬୨୫ ଜଣ ଲୋକ ଏହାକୁ ଲାଇକ କରିଛନରୀ ଓ ୧୭୬ ଜଣ ଲୋକ ଏହାକୁ ରିଟୁଇଟ କରିଛନ୍ତି। ଏହା ସହିତ ଲୋକ ନିଜର ମିଳାମିଶା ପ୍ରତିକ୍ରିୟା ଦେଉଛନ୍ତି।

ଫିଟ ବାଘ ହୃଦୟ ଜିତିଲା:-

ସୋସିଆଲ ମିଡିଆ ସାଇଡ ଟୁଇଟରରେ ସେୟାର କରାଯାଇଥିବା ରହି ଭିଡିଓକୁ ବହୁତ ପସନ୍ଦ କରାଯାଉଛି। ଲୋକଙ୍କୁ ବାଘର ଫିଟ୍ଣେସ ମନ୍ତ୍ରା ବହୁତ ପସନ୍ଦ ଆସୁଛି। ୟୁଜର୍ସ କମେଣ୍ଟର ପରସ୍ପରଙ୍କୁ ଟ୍ୟାଗ କରି ବାଘ ପରି ଫିଟ ରହିବାକୁ ପରାମର୍ଶ ଦେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *