ମଙ୍ଗଳ ଗ୍ରହର ଶଦ୍ଦ: ପ୍ରଥମ ଥର ଶୁଣନ୍ତୁ ମଙ୍ଗଳ ଗ୍ରହର ପବନ ଶବ୍ଦ, ନାସା ପଠାଇଲା ଅଡିଓ

ମଙ୍ଗଳ ଗ୍ରହରେ ଜୀ-ବନର ସନ୍ଧାନ କରିବା ପାଇଁ ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ପ୍ରୟାସ ଜା-ରି ରଖିଛି। ମଙ୍ଗଳ ଗ୍ରହକୁ ନାସା ରୋଭର ପର୍ସିଭରେନ୍ସ (Rover Perseverance) ପଠାଇଥିଲା। ମଙ୍ଗଳ ଗ୍ରହରେ ମାଟିର ଯାଞ୍ଚ ସହିତ ସେଠାକାର ବାତାବରଣ ବିଷୟରେ ଯାଞ୍ଚ କରାଯାଉଛି। ଯାଞ୍ଚ ଚାଲିଥିବା ମଧ୍ୟରେ ମଧ୍ୟ ରୋଭର ପର୍ସିଭରେନ୍ସ ମଙ୍ଗଳ ଗ୍ରହରେ ବୋହୁଥିବା ପବନର ସ୍ବରକୁ ମଧ୍ୟ ରେ-କର୍ଡ କରିଛି। ଆଉ ସେ ଅଡିଓ ସ୍ୱରକୁ ନାସା ପାଖକୁ ପଠାଇଛି।

ରୋଭର ପର୍ସିଭରେନ୍ସରୁ ମିଳିଥିବା ଅଡିଓ କ୍ଲିପରେ ଶୁଣିବାକୁ ପାଇବେ ଯେ, କିପରି ଭାବରେ ମଙ୍ଗଳ ଗ୍ରହ ଉପରେ ଜୋର ମାତ୍ରାରେ ପବନ ବୋହୁଛି। ସେଠାକାର ପବନ ସ୍ୱର ଯେମିତି ପୃଥିବୀ ପୃଷ୍ଠରେ ଝ-ଡ଼ବା-ତ୍ୟା ସମୟରେ ପବନ ପ୍ରବାହିତ ହୋଇଥାଏ, ସେହିପରି ଲାଗୁଛି। ଏହି ଅଡିଓ କ୍ଲିପକୁ ନାସା ନିଜର ଅଫିସିଆଲ୍ ଟୁଇଟର ଆକାଉଣ୍ଟରେ ସେୟାର କରିଛି। ନାସା ପକ୍ଷରୁ ମିଳିଥିବା ସୂଚନା ଅନଯାୟୀ, ଏହି ଶବ୍ଦ ରୋଭର ପର୍ସିଭରେନ୍ସରେ ଲାଗିଥିବା ସୁପରକ୍ୟାମ ମାଇକ୍ରୋଫୋନରୁ ରେ-କର୍ଡ ହୋଇଛି। ଆଉ ଏହା ରୋଭାରର ମାଷ୍ଟ ଉପରେ ଲାଗିଛି।

ଦ୍ବିତୀୟ ଅଡିଓ ବାର୍ତ୍ତା ରୋଭରରୁ ପଠାଯାଇଛି। ମଙ୍ଗଳ ଗ୍ରହର ଲେଜର ଷ୍ଟ୍ରାଇକ୍ସର ଅଟେ। ଆଉ ଏହି ବାର୍ତ୍ତା ପ୍ରଥମ ଥର ପାଇଁ ଶୁଣିବାକୁ ମିଳିଛି। ଏହି ଶବ୍ଦ ଯେପରି ହୃ-ଦସ୍ପ-ନ୍ଦନର ରହିଥାଏ। ଏହା ମାଧ୍ୟମରେ ନାସାର ଟିମ ଜାଣିପାରନ୍ତି ଯେ, ରୋଭରର ଚାରିପାଖର ଚଟାଣ କିପରି ଭାବରେ ରହିଛି।

ସୂଚନା ଅନୁଯାୟୀ, ନାସାର ରୋଭର ପର୍ସିଭରେନ୍ସ ମଙ୍ଗଳ ଗ୍ରହରେ ପ୍ରଥମ ଥର ପାଇଁ ମାର୍ଚ୍ଚ ମାସ ୬ ତାରିଖରେ ପରୀକ୍ଷଣ ଆରମ୍ଭ କରିଥିଲା। ରୋଭର ପର୍ସିଭରେନ୍ସ ପ୍ରାୟ ୬.୫ ମିଟର ଦୂରତ୍ବ ଅତିକ୍ରମ କରିଥିଲା। ଆଉ ମାର୍ଚ୍ଚ ୬ ତାରିଖରେ ସୂଚନା ଦେଇଥିଲା ନାସା ଯେ, ଏହି ଅଭିଯାନ ପ୍ରାୟ ୩୩ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଯେଉଁଥିରେ ରୋଭର ପର୍ସିଭରେନ୍ସ ବାମ ପଟକୁ ୧୫୦ ଡୀଗ୍ରି ପର୍ଯ୍ୟନ୍ତ ମୋଡି ହୋଇଯାଇଥିବା ବେଳେ ୨.୫ ମିଟର ପଛକୁ ଆସି ନିଜର ଅସ୍ଥାୟୀ ସ୍ଥାନରେ ଲ୍ୟାଣ୍ଡ କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *