କଙ୍ଗନା ରଣୱତଙ୍କ ବଡ ବୟାନ,୨୦୨୪ରେ ଇଏ ହେବେ ପ୍ରଧାନମନ୍ତ୍ରୀ,ପଢନ୍ତୁ ପୁରା ଖବର

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣୱତ ପୁଣି ନିଜର ଏକ ଟୁଇଟ୍ ଫଳରେ ସୋସିଆଲ ମିଡିଆରେ ହଲଚଲ ମଚାଇଛନ୍ତି|ଏହି ଟୁଇଟ୍ ୨୦୨୪ରେ ହେବାକୁଥିବା ସାଧାରଣ ନିର୍ବାଚନ ଉପରେ ଆଧାରିତ|ସେ ଏମିତି ଏକ ଟୁଇଟ କରିଛନ୍ତି ଯାହାଫଳରେ ପିଏମ୍ ମୋଦିଙ୍କୁ ଚାହୁଁଥିବା ଲୋକମାନେ ଖୁସିରେ ଉତ୍ଫୁର୍ଲିତ ହୋଇଛନ୍ତି|

ଏମିତିରେ କଙ୍ଗନା ୨୦୨୪ରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାପାଇଁ ପ୍ରଥମରୁ ଜୋର ଦେଇଆସୁଛନ୍ତି|୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ|୨୦୧୯ରେ ପୁଣି ସେ ଆଉଥରେ ସାଧାରଣ ନିର୍ବାଚନରେ ବିଜୟୀ ହେବାସହ ପ୍ରଧାନମନ୍ତ୍ରୀ ହୋଇଥିଲେ|ଏଵେ କଙ୍ଗନାଙ୍କ କହିବାନୁଯାୟୀ ୨୦୨୪ରେ ନରେନ୍ଦ୍ର ମୋଦୀ ତୃତୀୟ ଥର ବିଜୟୀ ହୋଇ ଗଦି ସମ୍ଭାଳିବେ|

ନିଜର ଟୁଇଟର ହ୍ୟାଣ୍ଡେଲରେ ଏହି ମୁଦ୍ଦାକୁ ନେଇ ଭାରତର ଜିଡିପି ବୃଦ୍ଧିର ସୁଝାବ ଦେଇ ଏକ ରିପୋର୍ଟରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ନରେନ୍ଦ୍ର ମୋଦୀ ୨୦୨୪ରେ ମଧ୍ୟ ପିଏମ ହେବେ|

ବୁଧବାର ସକାଳେ କଙ୍ଗନା ଭାରତ ଦ୍ୱାରା ପାକିସ୍ତାନ ପାଇଁ କରୋନା ଟିକା ଦେବାକୁ ନେଇ ଏକ ମଜାଦାର ଟିପ୍ପଣୀ କରିଛନ୍ତି|

ସେ ଏହି ଖବର ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଭାରତ ପାକିସ୍ତାନକୁ ୪୫ମିଲିଅନ କରୋନା ଟିକା ଦେବ|ସେ ଟୁଇଟରେ ଲେଖିଛନ୍ତି”ଏହାର ଅର୍ଥ ମୋଦି କହୁଛନ୍ତି ଯେ ଏହା ମଧ୍ୟ ଭାରତର ଭଙ୍ଗା ଅଂଶ,ସେଠାରେ ମଧ୍ୟ ଶୀଘ୍ର ଭାଜପା ସରକାର ହେଵ..ଆତଙ୍କି ମୋର ନୁହେଁ କିନ୍ତୁ ଆବାମ ତ ମୋର..ହା ହା ହା ଜବରଦସ୍ତ..’

କାମରେ ଏଵେ କଙ୍ଗନା ନିଜ ଫିଲ୍ମ ତେଜସର ପ୍ରସ୍ତୁତି କରୁଛନ୍ତି|ସେ ଏଥିରେ ତେଜସ ଗିଲ ନାମକ ଏକ ମହିଳା ସୈନିକ ଭୂମିକାରେ ଅଭିନୟ କରୁଛନ୍ତି|ଏହା ସହ ବହୁ ଶୀଘ୍ର ଥଲାଇବି ଓ ଧାକଡରେ ମଧ୍ୟ ନଜରରେ ଆସିବେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *