ଏହି ଗାଁରେ ପ୍ରତ୍ୟେକ ଘର ବାହାରେ ଠିଆ ହୋଇଥାଏ ଗୋଟିଏ ଲେଖାଏଁ ପ୍ଲେନ,ଜାଣନ୍ତୁ ସେ ଗାଁ ବିଷୟରେ

ଯେଉଁଠାରେ ପ୍ରତ୍ୟେକ ଘରେ ଅଛି ପ୍ଲେନ :-

ଘରେ ବାଇକ ଏବଂ କାର ଥିବା ତ ସାଧାରଣ କଥା ଅଟେ | କିନ୍ତୁ କଣ ଆପଣ କେବେ ଏପରି ଗାଁ ବିଷୟରେ ଶୁଣିଛନ୍ତି, ଯେଉଁଠାରେ ପ୍ରତ୍ୟେକ ଘରର ଆଗରେ କେବଳ କାର ନୁହେଁ ବରଂ ଗୋଟିଏ ପ୍ଲେନ ମଧ୍ୟ ଠିଆ ହୋଇଥାଏ | ଯଦି ଏହି କଥା ଆପଣଙ୍କୁ ଥଟ୍ଟା ଲାଗୁଥାଏ, ତେବେ ଆପଣ ଆମେରିକାର ରେସିଡେନ୍ସିଆଲ ଏୟାରପାର୍କ ଅଞ୍ଚଳ ବିଷୟରେ ଜାଣିନାହାନ୍ତି | ବାସ୍ତବରେ ଜଣେ ଟିକଟକ ୟୁଜର ଯେତେବେଳେ ଏହି ଜାଗାର ଭିଡିଓ ସେୟାର କରିଥିଲେ, ସେତେବେଳେ ଏହି ଭିଡିଓ ଇଣ୍ଟରନେଟରେ ବ୍ୟାପିଗଲା | ଭିଡିଓରେ ସ୍ପଷ୍ଟ ଦେଖାଯାଇପାରେ ଯେ ଏହି ଅଂଚଳରେ ଥିବା ପ୍ରତ୍ୟେକ ଘରର ବାହାରେ ଗୋଟିଏ ପ୍ଲେନ ଠିଆ ହୋଇଛି |

୧୯୪୬ ମସିହାରେ ହୋଇଯାଇଥିଲେ ଏତେ ପାଇଲଟ :-

ଉଲ୍ଲେଖନୀୟ କଥା ଏହା ଯେ ଦ୍ୱିତୀୟ ବି-ଶ୍ୱ-ଯୁ-ଦ୍ଧ(WWII) ରେ ଆମେରିକା ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ​​| ଆମେରିକାରେ ୧୯୩୯ ସୁଦ୍ଧା ୩୪,୦୦୦ ପାଇଲଟ ଥିଲେ | କିନ୍ତୁ ୧୯୪୬ ମସିହା ସୁଦ୍ଧା ସେମାନଙ୍କ ସଂଖ୍ୟା ବଢ଼ିଯାଇ ୪,୦୦,୦୦୦ ରୁ ଅଧିକ ହୋଇଯାଇଥିଲା |

କୁହାଯାଏ ‘ଫ୍ଲାଇ-ଇନ କମ୍ୟୁନିଟିଜ’ :-

ଯେତେବେଳେ ଯୁଦ୍ଧ ଶେଷ ହେଲା ସେତେବେଳେ ବହୁତ ଏୟାରଫିଲ୍ଡ ଏବଂ ପାଇଲଟ ଖାଲି ହୋଇଗଲା | ଏହାର ମୁକାବିଲା ପାଇଁ ଆମେରିକାର ସିଭିଲThe Civil Aeronautics Administration ଆବାସିକ ଏୟାର ପାର୍କ ତିଆରି କରିବାକୁ ପ୍ରସ୍ତାବ ଦେଇଥିଲା, ଯାହା ଅଧୀନରେ ଅବସରପ୍ରାପ୍ତ ସାମରିକ ପାଇଲଟମାନଙ୍କୁ ବନ୍ଦ ସାମରିକ ଏୟାରଷ୍ଟ୍ରିପ୍ସରେ ରହିବେ ବୋଲି ସ୍ଥିର କରାଗଲା | ଏପରି କଲୋନୀଗୁଡ଼ିକୁ ‘ଫ୍ଲାଇ-ଇନ କମ୍ୟୁନିଟିଜ’ କୁହାଯାଏ, ଯେଉଁଠାରେ ପ୍ରତ୍ୟେକ ଘରେ କାର ପରି ଗୋଟିଏ ଉଡ଼ାଜାହାଜ ରହିଥାଏ |

ବହୁତ ଚଉଡା ଅଟେ ଏଠିକାର ରାସ୍ତା :-

ଏହି କଲୋନୀର ରାସ୍ତା ଏତେ ଚଉଡା ହୋଇଥାଏ ଯେ ଗୋଟିଏ ପ୍ଲେନ ଏବଂ କାର ଧକ୍କା ନ ହୋଇ ମଧ୍ୟ ମୁହାଁମୁହିଁ ହୋଇ ଯାଇପାରିବେ | କୁହାଯାଉଛି ଦୁନିଆରେ ୬୩୦ ରୁ ଅଧିକ ଆବାସିକ ଏୟାରପାର୍କ ଅଛି, ଯେଉଁଥିରୁ ୬୧୦ ରୁ ଅଧିକ ଆମେରିକାରେ ଅଛନ୍ତି |

ଇଣ୍ଟରନେଟରେ ଭାଇରଲ ହେଲା ଭିଡିଓ :-

କାଲିଫର୍ନିଆ ସ୍ଥିତ କ୍ୟାମେରୁନ ପାର୍କ ବିମାନବନ୍ଦର ଏହି ଆବାସିକ ଏୟାରପାର୍କରୁ ଗୋଟିଏ ଅଟେ | ତେବେ thesoulfamily
ନାମକ ଟିକଟକ ୟୁଜର ଏହି ଅଞ୍ଚଳରେ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଆପଣ ପ୍ରତ୍ୟେକ ଘରର ଗ୍ୟାରେଜରେ କାର ବଦଳରେ ଗୋଟିଏ ଉଡ଼ାଜାହାଜ ଦେଖିପାରିବେ | କୁହାଯାଉଛି ଯେ କାଲିଫର୍ନିଆର ଫ୍ରେସ୍ନୋର ସିଆରା ସ୍କାଏ ପାର୍କ ପ୍ରଥମ ଏୟାରପାର୍କ ଥିଲା, ଯାହାକୁ ୧୯୪୬ ମସିହାରେ ସ୍ଥାପିତ କରାଯାଇଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *