ଏହି ହସିନାକୁ ବିବାହ କରିବାକୁ ଯାଉଛନ୍ତି ଯଶପ୍ରୀତ ବୁମରା,୧୪-୧୫ ମାର୍ଚ୍ଚରେ ଗୋଆରେ କରିବେ ବିବାହ,ଜାଣନ୍ତୁ ସେ କନ୍ୟା କିଏ ?

ଦୁନିଆର ସର୍ବଶ୍ରେଷ୍ଠ ଦ୍ରୃତ ବୋଲର ଯଶପ୍ରୀତ ବୁମରାଙ୍କ ବିବାହ ଏବେ ଚର୍ଚ୍ଚାରେ ରହିଛି|ଯେମିତି ଏ ଖଵର ଭାଇରାଲ ହୋଇଥିଲା ଯେ ଭାରତୀୟ ପେସର ବିବାହ କରିବାକୁ ଯାଉଛନ୍ତି,ଫ୍ୟାନ୍ସମାନେ ଜାଣିବାକୁ ଚାହିଁଥିଲେ ଯେ କନ୍ୟା କିଏ? ଅନୁମାନ ଲଗାଗଲା|ଆଫାୟର୍ସ ଓ ମହିଳାଙ୍କ ସୂଚି ତିଆରି ହେଲା|ଏଵେ ତାଜା ରିପୋର୍ଟ ଅନୁସାରେ ଲଡକିର ନାମ ସହ ବିବାହ ତାରିଖ ଓ ସ୍ଥାନ ମଧ୍ୟ ସୂଚିତ କରାଗଲା|

ୱେବସାଇଟ ସ୍ପୋର୍ଟସ କିଡାର ତାଜା ରିପୋର୍ଟ ଅନୁସାରେ କୁହାଯାଉଛି ଯେ ବୁମରା ସ୍ପୋର୍ଟସ ଆଙ୍କର ସଞ୍ଜନା ଗଣେଶନଙ୍କ ସହ ୧୪-୧୫ ମାର୍ଚ୍ଚରେ ଗୋଆରେ ବିବାହ କରିବେ|ଯଦିଓ ଏପର୍ଯ୍ୟନ୍ତ ଦୁହେଁ କିଛି ସ୍ପଷ୍ଟିକରଣ ଦେଇନାହାନ୍ତି ବା ଖଣ୍ଡନ ମଧ୍ୟ କରିନାହାନ୍ତି|କୋଭିଡ ପ୍ରୋଟୋକଲ ଅନୁସାରେ କେବଳ ସମ୍ପର୍କୀୟ ଓ କମ ବନ୍ଧୁବାନ୍ଧବ ଏଥିରେ ଉପସ୍ଥିତ ରହିବେ|ଜି ହିନ୍ଦୁସ୍ତାନ ମଧ୍ୟ ଏହି ରିପୋର୍ଟ ଦାବି କରୁଛନ୍ତି|

ପ୍ରୋଫେସନାଲ ଜୀବନ ବ୍ୟତୀତ ଦୁହେଁ କେବେ ସାର୍ବଜନୀନ ସ୍ଥାନରେ ଦେଖାଯାଇ ନାହାନ୍ତି|ଏହାପୂର୍ବରୁ ମଧ୍ୟ କୈାଣସି ମିଡିଆରେ ଏହି ଆଫାୟାର ବିଷୟରେ ଆସିନାହିଁ|ଯଦି ଏହା ସତ୍ୟ ସାବ୍ୟସ୍ତ ହୁଏ ତେବେ ଦୁହେଁ ଏହି ସମ୍ପର୍କ ଲୁଚାଇବାରେ ସଫଳ ହେବେ|ସୋସିଆଲ ମିଡିଆରେ ଫ୍ୟାନମାନେ ନିଜ ନିଜ ଉପାୟରେ ଏହି କପଲକୁ ବଧାଇ ଦେଉଛନ୍ତି|

୨୮ବର୍ଷୀୟ ସଞ୍ଜନା ଗଣେଶନ ଏକ କ୍ରିକେଟ ଆଙ୍କର/ପ୍ରେଜେଣ୍ଟର ଅଟନ୍ତି|ପୂର୍ବ କିଛି ମାସ ଧରି ସେ ବହୁ ଟୁର୍ଣ୍ଣାମେଣ୍ଟର ଅଂଶ ରହିଛନ୍ତି|ସେ ଆଇପିଏଲରେ ସକ୍ରିୟ ରହିବା ସହ ଷ୍ଟାର ସ୍ପୋଟର୍ସ ସହ ଜଡ଼ିତ|ସେ ଆଇସିସି ବିଶ୍ୱକପ ୨୦୧୯ ଠାରୁ ନେଇ ଆଇପିଏଲ ପର୍ଯ୍ୟନ୍ତ ଆୟୋଜନ କରିଛନ୍ତି|ସେ ଏହାସହ କୋଲକାତା ନାଇଟ ରାଇଡର୍ସର ଆଙ୍କର ମଧ୍ୟ ରହିଛନ୍ତି|ସେ ୨୦୧୩ ମସିହାରେ ଫେମିନା ଗାର୍ଜିଅସ ମଧ୍ୟ ଜିତିଥିଲେ|

ଏମିତିରେ ସେ ଏମଟିଭିର ରିଅଲିଟି ସୋ ସ୍ପିଲିଟସ୍ ଵିଲ୍ଲାଙ୍କ ସହ ଟିଭିରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ|ସେ ପୁଣେର ମଶହୂର ୟୁନିଭରସିଟିରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି|ମଡେଲିଙ୍ଗରେ ପାଦ ଦେଇ ସେ ୨୦୧୪ରେ ମିସ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିଥିଲେ|

ଏହା ପୂର୍ବରୁ ଖବର ଥିଲା ଯେ ବୁମରା ଦକ୍ଷିଣ ଭାରତୀୟ ଆକ୍ଟ୍ରେସ ଅନୁପମା ପରମେଶ୍ୱରଙ୍କୁ ବିବାହ କରିପାରନ୍ତି|ତାଙ୍କର ପରିବାର ଏହି ଖବରକୁ ଅସ୍ବୀକାର କରିଥିଲେ|ସେ କହିଥିଲେ ଯେ ଅନୁପମା ଏବେ ଗୁଜରାଟରେ ସୁଟିଂରେ ବ୍ୟସ୍ତ ରହିଛି|ତାଙ୍କ ମା କହିଲେ ଯେ ଏହା ଏକ ମିଥ୍ୟା ଗୁଜବ|

ଏହା ପୂର୍ବରୁ ବୁମରା ନିଜର ବ୍ୟକ୍ତିଗତ କାରଣରୁ ବିସିସିଆଇ ଠାରୁ ଛୁଟି ମାଗିଥିଲେ|ଯେତେବେଳେ ସେ ଚତୁର୍ଥ ଟେଷ୍ଟ ଖେଳି ନଥିଲେ ସେତେବେଳେ ମିଡିଆରେ ଖବର ଆସିଥିଲା ଯେ ବୁମରା ଖୁବଶିଘ୍ର ବିବାହ କରିବାକୁ ଯାଉଛନ୍ତି|ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କୈାଣସି ଅଧିକାରିକ ଵୟାନ ଆସିନଥିଲା|୧୨ ମାର୍ଚ୍ଚରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ,ଯାହା ଏବେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ନାମରେ ପରିଚିତ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *